ପଶ୍ଚିମବଙ୍ଗରେ କୋରନା ଜନିତ ମୃତ୍ୟୁହାର ଦେଶରେ ସର୍ବାଧିକ : କେନ୍ଦ୍ରୀୟ ଟିମ

ତଥ୍ୟ ଲୁଚାଉଛନ୍ତି ଦିଦି

ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗରେ କରୋନା ଜନିତ ମୃତ୍ୟୁହାର ୧୨.୮ ପ୍ରତିଶତ ଯାହାକି ଦେଶରେ ସର୍ବାଧିକ ରହିଛି ବୋଲି କେନ୍ଦ୍ରୀୟ ଟିମ ରିପୋର୍ଟ ଦେଇଛି। ପଶ୍ଚିମବଙ୍ଗରେ ପ୍ରାୟ ଦୁଇ ସପ୍ତାହ ରହି ସ୍ଥିତି ପର୍ଯ୍ୟବେକ୍ଷଣ କରିବା ପରେ କେନ୍ଦ୍ରୀୟ ଟିମ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ କେନ୍ଦ୍ରୀୟ ଟିମକୁ ପଶ୍ଚିମବଙ୍ଗ ସରକାର କୌଣସି ସହଯୋଗ କରିନାହାନ୍ତି। ଏପରିକି କୌଣସି ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିବାକୁ ରାଜ୍ୟ ସରକାର ସହାୟତା କରିନଥିଲେ ବୋଲି କମିଟି ଅଭିଯୋଗ କରିଛି। ଟିମ ପକ୍ଷରୁ ରିପୋର୍ଟରେ କୁହାଯାଇଛି ଯେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ନିଜର ମେଡିକାଲ ବୁଲେଟିନ ଓ କେନ୍ଦ୍ର ସରକାରଙ୍କୁ ଦିଆଯାଉଥିବା କରୋନା ସଂପର୍କିତ ତଥ୍ୟ ବାସ୍ତବିକତା ସହ ମେଳ ଖାଉନାହିଁ। କେନ୍ଦ୍ରୀୟ କମିଟିର ମୁଖ୍ୟ ଅପୂର୍ବ ଚନ୍ଦ୍ର ନିଜ ପତ୍ରରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ରାଜୀବ ସିହ୍ନାଙ୍କୁ କହିଛନ୍ତି ଯେ ରାଜ୍ୟର ଅତ୍ୟଧିକ ମୃତ୍ୟୁହାର ସ୍ୱଳ୍ପ ଟେଷ୍ଟିଂ, ସତର୍କତା ଓ ଉପଯୁକ୍ତ ପଦକ୍ଷେପର ଅଭାବ ଯୋଗୁଁ ହେଉଛି।

Share Now:

Kalinga News Beuro

Leave a Reply

Next Post

ସନ୍ଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା :ଟ୍ୱିଟ କରି ଅନୁରୋଧ କଲେ କମିଶନର

Mon May 4 , 2020
ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱର-କଟକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଘରୁ ବାହାରିବା ମନା। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏ ବାବଦରେ ସୂଚନା ଦେଇଛନ୍ତି। ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ କମିଶନର ଅନୁରୋଧ କରିଛନ୍ତି। ଲକଡାଉନ ସ୍ଥିତି ଜାରି ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ନଥିଲେ ସନ୍ଧ୍ୟା ୭ଟାରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial