ଭୁବନେଶ୍ୱରରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବିରିୟାନି ଡେଲିଭରି ବୟ

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣି ଆତଙ୍କ ଖେଳି ଯାଇଛି। ସବୁଠୁ ବଡ଼ କଥା ହେଲା ମଞ୍ଚେଶ୍ୱରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣେ ବିରିଆନି ଡେଲିଭରି ବୟ ବୋଲି ଜଣାପଡ଼ିଛି। କରୋନା ପଜିଟିଭ୍ ବାହାରିବା ପରେ ତାଙ୍କୁ ତୁରନ୍ତ ଆଇସୋଲେସନ୍‌ରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଟିମ୍ ସ୍ଥାନୀୟ ମଞ୍ଚେଶ୍ୱର ପୁଲିସ ଡେଲିଭରି ବୟଙ୍କ ଘରେ ପହଞ୍ଚିଥିଲା। ଆକ୍ରାନ୍ତଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ବିରିୟାନି ଡେଲିଭରି ବୟ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଚିନ୍ତା ଆହୁରି ବଢ଼ି ଯାଇଛି। ସେ କେଉଁଠି କେଉଁଠି ବିରିୟାନି ଡେଲିଭରି କରିଛନ୍ତି, କେଉଁଠି କେଉଁଠିକି ଯାଇଛନ୍ତି ସେ ନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ବିରିୟାନି ଡେଲିଭରି ବୟ ପଟିଆରେ ଥିବା ଏକ ବିରିୟାନି ବିକ୍ରି କରୁଥିବା ସଂସ୍ଥାରେ କାମ କରନ୍ତି। ପରିବାର ସହ ମଞ୍ଚେଶ୍ୱର ଚକେଇସିଆଣୀରେ ଭଡ଼ାରେ ରହୁଥିଲେ। ସେ ବିଶେଷକରି ସୂର୍ଯ୍ୟନଗର ଅଞ୍ଚଳରେ ବିରିୟାନି ଡେଲିଭରି କରନ୍ତି। ଗତ କିଛିଦିନ ତଳେ ତାଙ୍କ ଶରୀରରେ ଥଣ୍ଡା, କାଶ ଭଳି କିଛି ଲକ୍ଷଣ ଦେଖା ଦେଇଥିଲା। ଏ ନେଇ ସେ ଟୋଲ୍ ଫ୍ରି ନମ୍ବର ୧୦୪କୁ ଫୋନ୍ କରି ଜଣାଇଥିଲେ। ଏହା ପରେ ସମ୍ପୃକ୍ତ ଡେଲିଭରି ବୟଙ୍କର ସ୍ୱାବ୍ ଟେଷ୍ଟ କରା ଯାଇଥିଲା। ଆଜି ପଜିଟିଭ୍ ଆସିବା ପରେ ତାଙ୍କୁ ତୁରନ୍ତ ଆଇସୋଲେସନରେ ଭର୍ତ୍ତି କରାଯାଇଛି। ସୂର୍ଯ୍ୟନଗର ଅଞ୍ଚଳରେ ବିରିୟାନି ଡେଲିଭରି କରୁଥିବାରୁ ସମ୍ପୃକ୍ତ ବ୍ୟକ୍ତି ସେଠାରୁ କରୋନା ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। କିନ୍ତୁ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ

Share Now:

Kalinga News Beuro

Leave a Reply

Next Post

କରୋନାକୁ ଆୟତ୍ତ କରିବାକୁ ବେଦର ଶରଣ ପଶିଲେ ସର୍ବ ଶକ୍ତିମାନ ରାଷ୍ଟ୍ରପତି ଟ୍ରମ୍ପ: ହ୍ଵାଇଟ ହାଉସରେ ସଂସ୍କୃତରେ ଆବୃତ୍ତି କରାଗଲା ‘ଯଜୁର୍ବେଦ’…

Fri May 8 , 2020
ଓ୍ଵାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ନୋଭେଲ କୋରାନା ଭାଇରସ୍‌ ବା କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିବା ବିଶ୍ୱର ସର୍ବ ଶକ୍ତିମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ନିଜ ଦେଶରେ କରୋନାକୁ ଆୟତ୍ତ କରିବା ପାଇଁ ଆଜି ବେଦର ଶରଣାପନ୍ନ ହୋଇଛନ୍ତି। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁ ଜର୍ସିରେ ଥିବା ସ୍ୱାମୀନାରାୟଣ ମନ୍ଦିରର ପୂଜାରୀ ହରିଶ୍‌ ବ୍ରହ୍ମଭଟ୍ଟଙ୍କୁ ହ୍ଵାଇଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial