ମେ୧୮ରୁ ଦେଶରେ ‘ଲକଡାଉନ୍-୪’, ସଂପୂର୍ଣ୍ଣ ନୂତନ ରୂପରେଖ ନେଇ ଆସିବ ବୋଲି ସଂକେତ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ସହ କରୋନା ବିରୋଧରେ ଯୁଦ୍ଧକୁ ଜିତିବା ଲାଗି ଆଉ ଏକ ପର୍ଯ୍ୟାୟର ଲକଡାଉନ୍ ଜାରି ହେବା ନେଇ ସଂକେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଲକଡାଉନ୍-୪ ଜାରି ହେବା ନେଇ ସ୍ପଷ୍ଟ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ଆଗାମୀ ଲକଡାଉନ୍ ଅନ୍ୟ ୩ଟି ପର୍ଯ୍ୟାୟର ଲକଡାଉନ୍ ଠାରୁ ଭିନ୍ନ ହେବ। ଏହା ସଂପୂର୍ଣ୍ଣ ନୂତନ ରୂପରେଖ ନେଇ ଆସିବ।  ଲକଡାଉନ୍-୪ର ରୂପରେଖ କିଭଳି ହେବ ତାହା ମେ ୧୮ ତାରିଖ ପୂର୍ବରୁ ଏହାର ରୂପରେଖ ଜଣାଇ ଦିଆଯିବ।

Share Now:

Kalinga News Beuro

Leave a Reply

Next Post

ଭାଙ୍ଗିବନି ପରମ୍ପରା: ଲକ୍‌ଡାଉନ୍ ନିୟମ ମାନି ୨୭ରେ ପାଳନ ହେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା

Wed May 13 , 2020
ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ପରମ୍ପରା ଭାଙ୍ଗିବ ନାହିଁ। କିନ୍ତୁ କରୋନା ଭାଇରସ ଯୋଗୁଁ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଯଦିଓ ଆଡମ୍ବର ସହ ପାଳନ ହେବ ନାହିଁ, ତଥାପି ନିରାଡମ୍ବର ସହ ପାଳନ ହେବ। ଆସନ୍ତା ୨୭ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial