ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶି ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକୃତ ହେବେ।
ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା। ବର୍ତ୍ତମାନ ଏହା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ସାମ୍ବାଦିକ ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇ ପାରିବେ।

Share Now:

Kalinga News Beuro

Next Post

ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ : ବିରୋଧୀ ମେଣ୍ଟକୁ କଲେ ଟାର୍ଗେଟ୍

Tue Jul 18 , 2023
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀ ଦଳମାନେ ନିଜକୁ ଏକଜୁଟି କରିବା ସହ ଶକ୍ତିପ୍ରଦର୍ଶନ କରିବାରେ ଲାଗିଛନ୍ତି। ମଙ୍ଗଳବାରଦିନ ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କ ବୈଠକ ପରେ ସଂଧ୍ୟାରେ ଦିଲ୍ଲୀରେ ଏନଡିଏର ବୈଠକ ଜାରି ରହିଛି। ଏନଡିଏ ବୈଠକରେ ୩୮ଟି ଦଳ ଯୋଗ ଦେଉଛନ୍ତି। ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ମୋଦୀ ପହଞ୍ଚିବା ପରେ ଏନଡିଏର […]
ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial