ରାଜଧାନୀରେ ଛାଇଗଲେ କରୋନା ଆକ୍ରାନ୍ତ: ଦିନକରେ ୧୬ ଚିହ୍ନଟ

ଭୁବନେଶ୍ୱର : ଦୀର୍ଘ ଦିନ ପରେ ଆଜି ରାଜଧାନୀରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ‌ଗୋଟିଏ ଦିନରେ ଆକ୍ରାନ୍ତ ଚିହ୍ନଟ ହେବାରେ ଏହା ଦ୍ଵିତୀୟ ସର୍ବାଧିକ। ଏପରିକି ରାଜଧାନୀର ଚାରି ଦିଗରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ପୂରା ରାଜଧାନୀରେ କରୋନା ଆକ୍ରାନ୍ତ ଛାଇ ଯାଇଛନ୍ତି। ଆଜି ପଟିଆ ଶ୍ରୀବିହାରରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଜଣେ ୩୧ ବର୍ଷୀୟ, ୬୫ ବର୍ଷୀୟ ପୁରୁଷ ଥିବା ବେଳେ ଜଣେ ୫୮ବର୍ଷର ମହିଳା ଅଛନ୍ତି। ସେମାନଙ୍କ ପରିବାରରୁ ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୟଦେବବିହାର ବିଜୁ ପଟ୍ଟନାୟକ କଲେଜ ନିକଟରୁ ଜଣେ ୭୧ ବର୍ଷୀୟ ମହିଳା, ୭୨ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବା ବେଳେ ସେମାନେ ଆମେରିକାରୁ ଫେରିଥିଲେ। ୟୁନିଟ୍‌-୪ ଶାସ୍ତ୍ରୀନଗରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଜଣେ ୭୫ ବର୍ଷୀୟ ପୁରୁଷ ଓ ଜଣେ ୪୦ ବର୍ଷୀୟ ପୁରୁଷ ଅଛନ୍ତି। ସେମାନେ କୋଲକାତାରୁ ଫେରିଥିଲେ। ଡୁମଡୁମା ଫେଜ୍‌-୧ରୁ ଜଣେ ୨୨ ବର୍ଷୀୟ ଯୁବକ ଚିହ୍ନଟ ହୋଇଥିବା ବେଳେ ସେ ପୁଣେରୁ ଫେରିଥିଲେ। କଳିଙ୍ଗନଗର ଶୈଳବାଳା ଏନକ୍ଲେଭ୍‌ରୁ ଜଣେ ୩୪ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବା ବେଳେ ସେ ଓମାନ୍‌ରୁ ଫେରିଥିଲେ। ଏହାବାଦ୍‌ ଦିଲ୍ଲୀରୁ ଫେରିଥିବା ସତ୍ୟନଗର ଓଭରବ୍ରିଜ୍‌ ନିକଟର ଜଣେ ୩୩ ବର୍ଷୀୟ ପୁରୁଷ, ଚେନ୍ନାଇରୁ ଫେରିଥିବା ନୂଆପଲ୍ଲୀ ଶବର ସାହିର ଜଣେ ୫୪ ବର୍ଷୀୟ ପୁରୁଷ, ଗୁରୁଗାଓଁରୁ ଫେରିଥିବା ରସୁଲଗଡ଼ ନେତାଜୀ ବିହାରର ୪୭ ବର୍ଷୀୟ ପୁରୁଷ, ଦିଲ୍ଲୀରୁ ଫେରିଥିବା ଯଦୁପୁର ବେଗୁନିଆ ମସଜିଦ୍‌ ନିକଟର ୩୧ ବର୍ଷୀୟ ପୁରୁଷ ଆଜି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ-୩ ମସଜିଦ୍‌ କଲୋନିର ୬୦ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ପରିବାରର ଜଣେ କୋଲକାତା ଫେରନ୍ତା ଅଛନ୍ତି। ଏହାବାଦ୍‌ ପଳାସୁଣି କପିଳେଶ୍ୱର ବିହାରରୁ ଜଣେ ୨୫ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବା ବେଳେ ସେ ନିକଟରେ ଭଦ୍ରକ ଯାଇଥିଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ୩୨ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି।

Share Now:

Kalinga News Beuro

Next Post

ଅନ୍ଧବିଶ୍ୱାସରୁ ମାଇଁର ମୁଣ୍ଡ କାଟିଲା ଭଣଜା: କଟାମୁଣ୍ଡ ସହ ଧରିଲା ପୁଲିସ

Mon Jun 15 , 2020
ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଅନ୍ଧବିଶ୍ୱାସରୁ ଘଟିଛି ଏକ ଅଭାବନୀୟ କାଣ୍ଡ। ଡାହାଣୀ ସନ୍ଦେହରେ ସଂପର୍କର ସରହଦ ଡେଇଁ ମାଇଁର ମୁଣ୍ଡ କାଟିଛି ଭଣଜା। ଏଭଳି ସମ୍ବେଦନଶୀଳ ତଥା ଲୋମହର୍ଷଣ ଘଟଣା ଘଟିଛି ଜିଲ୍ଳାର ଖୁଣ୍ଟା ଥାନା ଅଧୀନ କରକଚିଆ ଗ୍ରାମରେ। ସୂଚନା ମୁତାବକ କରକଚିଆ ଗ୍ରାମର କନ୍ଦା ସିଂଙ୍କ ପୁଅ ବୁଧରାମ ଓରଫ ଶୁକୁରା (୨୮)ର ୪ ବର୍ଷର ଝିଅ ଅସୁସ୍ଥତା କାରଣରୁ ଏକ ସପ୍ତାହ ପୂର୍ବେ ମୃତ୍ୟୁବରଣ କରିଥିଲା। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial