ରାଜଧାନୀରୁ ଆଜି ୩୧୯ ଜଣ କରୋନା ସଂକ୍ରମିତ‌ ଚିହ୍ନଟ

ରାଜଧାନୀରୁ ଆଜି ୩୧୯ ଜଣ କରୋନା ସଂକ୍ରମିତ

ସ୍ଥାନୀୟ ସଂକ୍ରମଣ ୧୪୭ ଜଣ, ସୁସ୍ଥ ହେଲେ ୧୧୩

ଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧ ନଗରରୁ ୧୨ ଜଣଙ୍କ ସମେତ ରାଜଧାନୀ ଭୁବନେଶ୍ୱରରେ ଆଜି ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୩ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣଙ୍କର ଯାତ୍ରା ବିବରଣୀ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରେନାର ଶିକାର ହୋଇଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୬୩୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୯୫୩ ଜଣ ସୁସ୍ଥ ହୋଇଥିବା ବେଳେ ୨୪୦୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୩୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Share Now:

Kalinga News Beuro

Next Post

ଅଭାବନୀୟ: ପାଣିରେ ବୁଡ଼ି ପୁଣି ଏକ ଛୁଆହାତୀର ମୃତ୍ୟୁ

Fri Aug 21 , 2020
ହେମଗିରି: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବନଖଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଅଞ୍ଚଳରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ହେମଗିରି ବନଖଣ୍ଡର ବାଘୋରା ସେକ୍ସନ ଖଜୁରବାହାଲ ଗାଁର ଚାଷ ଜମି ନିକଟରେ ଥିବା ଏକ ଗାଡ଼ିଆ(ଛୋଟ ପୋଖରୀ)ରେ ଏକ ଛୁଆ ହାତୀ ପାଣିରେ ବୁଡ଼ିଯିବାରୁ ତାର ମୃତ୍ୟୁ ଘଟିଛି। ଉକ୍ତ ଛୁଆ ହାତୀର ବୟସ ପ୍ରାୟ ଏକ ମାସ […]
ପାଣିରେ ବୁଡ଼ି ଛୁଆହାତୀର ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial