ବରମୁଣ୍ଡା ଓଭରବ୍ରିଜ୍‌ରେ ଟ୍ରେଲରକୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ୍‌, ଜଣେ ମୃତ

ବରମୁଣ୍ଡା ଓଭରବ୍ରିଜ୍‌ରେ ଟ୍ରେଲରକୁ ଧକ୍କା ଦେଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଫାୟାର ଷ୍ଟେସନ ଛକ ନିକଟସ୍ଥ ଓଭରବ୍ରିଜରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାପି ହୋଇଯାଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ଫାୟାର ଷ୍ଟେସନ ଛକ ନିକଟସ୍ଥ ଓଭରବ୍ରିଜରେ ଏକ ଟ୍ରେଲର ଖରାପ ହୋଇ ଛିଡ଼ା ହୋଇଥିଲା। ଅପରାହ୍ନ ସମୟରେ ବରମୁଣ୍ଡା ପାର୍ଶ୍ୱରୁ ବାଣୀବିହାର ଅଭିମୁଖେ ଲୁହା ପୋଲ ନେଇ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ଭାରସାମ୍ୟ ହରାଇ ଟ୍ରେଲରକୁ ଧକ୍କା ଦେଇଥିଲା। ଏଥିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ମୃତକ ଜଣକ ଚାଳକ ଅଥବା ହେଲପର ହୋଇଥାଇପାରନ୍ତି। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସୂଚନା ପାଇ ପୁଲିସ ଗୁରୁତର ଚାଳକଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରିଛି। ରିପୋର୍ଟ ଲେଖାଯିବା ବେଳକୁ ଓଡ୍ରାଫ ଟିମ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଦୁର୍ଘଟଣାଗ୍ରସ୍ତ ଟ୍ରକ‌ରୁ ଲୁହା ପୋଲଗୁଡ଼ିକ ବାହାର କରାଯାଉଛି।

Share Now:

Kalinga News Beuro

Next Post

ଫ୍ରିଜ୍‌ର ବାକ୍ସରେ ରଖାଯାଇଥିବା ‘ମୃତ’ ବ୍ୟକ୍ତିଙ୍କୁ ଦିନକ ପରେ ଜୀବିତାବସ୍ଥାରେ ଉଦ୍ଧାର କଲା ପୁଲିସ

Wed Oct 14 , 2020
ଚେନ୍ନାଇ: ଜଣେ ବ୍ୟକ୍ତିଙ୍କୁ ‘ମୃତ’ ବୋଲି ଭାବି ତାଙ୍କ ସମ୍ପର୍କୀୟମାନେ ତାଙ୍କ ଶରୀରକୁ ରାତିସାରା ଏକ ଫ୍ରିଜ୍‌ର ବାକ୍ସରେ ରଖିଥିବା ବେଳେ ପରଦିନ ସଂପୃକ୍ତ ବ୍ୟକ୍ତିଙ୍କୁ ଜୀବିତାବସ୍ଥାରେ ପୁଲିସ୍‌ ଫ୍ରିଜର ମଧ୍ୟରୁ ଉଦ୍ଧାର କରିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ୍‌ ସୂତ୍ରରୁ ହ ସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ତାମିଲନାଡୁ ସାଲେମ ଜିଲ୍ଲା କାନ୍ଧମପଟ୍ଟିର ୭୪ ବର୍ଷ ବୟସ୍କ ବାଲାସୁବ୍ରମଣ୍ୟମ କୁମାରଙ୍କର ପରଲୋକ […]
ଫ୍ରିଜ୍‌ର ବାକ୍ସରେ ରଖାଯାଇଥିବା ‘ମୃତ’ ବ୍ୟକ୍ତିଙ୍କୁ ଦିନକ ପରେ ଜୀବିତାବସ୍ଥାରେ ଉଦ୍ଧାର କଲା ପୁଲିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial