ଦେଶବାସୀଙ୍କୁ ମିଳିବ ମାଗଣା କରୋନା ଟିକା : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଦେଶବାସୀଙ୍କୁ ମିଳିବ ମାଗଣା କରୋନା ଟିକା

ଆଜି ସାରା ଦେଶରେ ଚାଲିଛି କରୋନାର ଡ୍ରାଏ ରନ୍

ନୂଆଦିଲ୍ଲୀ : ସାରା ଦେଶରେ ମାଗଣାରେ ଉପଲବ୍ଧ ହେବ କରୋନା ଭ୍ୟାକସିନ୍। ଟିକା ନେବା ପାଇଁ ସାଧାରଣ ଜନତାଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ। ସାରା ଦେଶରେ ଡ୍ରାଏ ରନ୍ ଚାଲିଥିବା ବେଳେ ବଡ଼ ଘୋଷଣା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସିଂ। ଦେଶରେ ଆଜି ଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ ରିହର୍ସଲ। ଦିଲ୍ଲୀରେ କରୋନା ଟିକାକରଣର ଡ୍ରାଏ ରନ୍ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ତେବେ ଟିକାକରଣକୁ ନେଇ ଲୋକମାନଙ୍କ ମଧ୍ୟରେ କୌଣସି ସନ୍ଦେହ କିମ୍ବା ଭ୍ରାନ୍ତ ଧାରଣା ନରହୁ। କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଭରସା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଆଜି ସାରା ଦେଶରେ ୧୧୬ ଜିଲ୍ଲାରେ ୨୫୯ଟି ସେଣ୍ଟରରେ ଟିକାର ଡ୍ରାଇ ରନ୍ କରାଯାଉଛି। ରାଜଧାନୀ ଦିଲ୍ଳୀରେ ତିନୋଟି ସେଣ୍ଟରରେ ଡ୍ରାଏ ରନ୍ ଚାଲିଛି। କୋଭିଡ୍‌ ଭ୍ୟାକ୍ସିନ୍‌ ଇଣ୍ଟେଲିଜେନ୍‌ସ୍‌ ନେଟୱାର୍କର ବ୍ୟବହାର ଓ କାର୍ଯ୍ୟକାରିତା ସମ୍ପର୍କରେ ଅଭିଜ୍ଞତା ହାସଲ କରିବା ଡ୍ରାଏ ରନ୍ କରାଯିବାର ମୂଳ ଉଦ୍ଦେଶ୍ୟ। ଟିକାକରଣର ପ୍ରାକ୍ ଅଭ୍ୟାସ ଫଳରେ ପ୍ରକୃତ ଟିକାକରଣ ଆରମ୍ଭ ପୂର୍ବରୁ ଉକ୍ତ ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି, ଉପୁଜୁଥିବା ଅସୁବିଧାକୁ ଚିହ୍ନଟ କରିବା ସହ ଅନ୍ୟାନ୍ୟ ଅସୁବିଡ଼ା ସମ୍ପର୍କରେ ଅନେକ କିଛି ଜାଣିହେବ। ସମସ୍ତ ରାଜ୍ୟର ରାଜଧାନୀରେ ଅତି କମରେ ୩ଟି ସ୍ଥାନରେ ଏହି ର ପ୍ରାକ୍‌-ଅଭ୍ୟାସ ଆୟୋଜନ କରାଯାଇଛି। ମହାରାଷ୍ଟ୍ର ଓ କେରଳରେ ରାଜଧାନୀ ବ୍ୟତୀତ ଅନ୍ୟାନ୍ୟ ପ୍ରମୁଖ ସହରରେ ମଧ୍ୟ ‘ଡ୍ରାଏ ରନ୍‌’ କରିବାକୁ ସ୍ଥିର କରିଛନ୍ତି ରାଜ୍ୟ ସରକାର। ଗତକାଲି କେନ୍ଦ୍ର ସରକାର ସିରମ୍ ଇନଷ୍ଟିଟ୍ୟୁଟର କୋଭିସସିଲ୍ଡ଼କୁ ଅନୁମତି ଦେଇଛନ୍ତି।

Share Now:

Kalinga News Beuro

Next Post

ଦେଶର ଶ୍ରେଷ୍ଠ ସାଂସଦ ହେଲେ ଅପରାଜିତା ଷଡ଼ଙ୍ଗୀ

Sat Jan 2 , 2021
ନୂଆଦିଲ୍ଲୀ: ଭୁବନେଶ୍ୱରର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବଭାରତୀୟ ସ୍ତରର ମିଳିତ ସର୍ଭେରେ ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି। ୨୦୨୦ ବର୍ଷ ଲାଗି ଏହି ଦୁଇ ସଂସ୍ଥା ଦ୍ବାରା ଅପରାଜିତା ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି। ଆଜି ଏ ବିଷୟରେ ଦୁଇ ଅନୁଷ୍ଠାନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ରାଜ୍ୟବ୍ୟାପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ […]
ଶ୍ରେଷ୍ଠ ସାଂସଦ ହେଲେ ଅପରାଜିତା ଷଡ଼ଙ୍ଗୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial