ବାଲିପାଟଣା : ଉଦ୍ୟାନ ବିଭାଗ ପକ୍ଷରୁ ମାଳ ମାଳ ଯୋଜନାରେ ଚାଷୀଙ୍କ ପାଇଁ ସହାୟତା ଆସୁଛି। କିନ୍ତୁ ଉପଯୁକ୍ତ ଚାଷୀଙ୍କ ପାଖରେ ପହଞ୍ଚି ପାରୁନି ସବୁ ସହାୟତା। ବିଭାଗୀୟ ଅଧିକାରୀ ତଥା କର୍ମଚାରୀଙ୍କ ଉଦାସୀନତା କାରଣରୁ ଏହି ବ୍ଲକର ବହୁ ଚାଷୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ପାନ ଓ ଛତୁ ଚାଷ ଭଳି ଅର୍ଥକରୀ ଚାଷଠାରୁ ଆରମ୍ଭ କରି ପରିବା ଚାଷ ପର୍ଯ୍ୟନ୍ତ ବହୁ ଲାଭଜନକ ଚାଷ ପାଇଁ […]

ମାଲକାନଗିରି: ପୁଣି ଭାରରେ ବୁହାହେଲେ ପ୍ରସୂତି। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୀଳାକାମ୍ବରୁ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଥିବା ପାଡାଲପୁଟ ଗ୍ରାମରେ। ଏହି ଗ୍ରାମରେ ଦେବକୀ ମୁଦୁଲି(୨୭)ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଇବା ଜରୁରୀ ଥିଲା। କିନ୍ତୁ ସେପରି ଏକ ଦୁର୍ଗମ ଅଞ୍ଚଳକୁ ଗାଡି ଯିବା ଅସମ୍ଭବ ଅଟେ। ସେହି ପାହାଡିଆ ଅଞ୍ଚଳକୁ ଭଲ […]

ଦୁଇଟି ଭସାପୋଲ ଚାଲିବା ପରେ ବି ଦେଶୀ ଡଙ୍ଗାରେ ଭିଡ଼,ସାମାଜିକ ଦୂରତାକୁ ଫୁ ବ୍ରହ୍ମଗିରି : ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାର ଅନେକ ନଜୀର ରହିଛି। ଅନେକ ଜୀବନ ଯାଇଛି। ସେଥିପାଇଁ ସରକାର ଚିଲିକାରେ ଯାତ୍ରୀ ପରିବହନ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତ୍ୟେକ ଯାତ୍ରୀବାହୀ ଡଙ୍ଗା ଏସ୍‌ଓପି ମାନି ଯାତ୍ରୀ ପରିବହନ କରିବେ। ଡଙ୍ଗା ସବୁ ପଞ୍ଜୀକରଣ କରାଯିବ। ଡଙ୍ଗାର ବୀମା କରାଯିବ। ଲାଇଫ ଜ୍ୟାକେଟ୍‌ ବାଧ୍ୟତାମୂଳକ […]

ଭୁବନେଶ୍ବର: ନାଗ ସାପ କାମୁଡ଼ି ଦେବା ପରେ ଯନ୍ତ୍ରଣାରେ ଛଟପଟ କୁନି ଝିଅ ବିକଳ ହୋଇ କହିଥିଲା, ମା’ ମତେ ସାପ କାମୁଡ଼ି ଦେଲା। ହେଲେ ତା’ କଥାକୁ ଗୁରୁତ୍ବର ସହ ନିଆଗଲା ନାହିଁ। ରାତି ୨ଟା ୪୫ର ଘଟଣା ହୋଇଥିବାରୁ ଅନ୍ଧାରରେ ଆପାତତଃ ସେ କିଛି ଦେଖିନଥିବ ବୋଲି ଅନୁମାନ କରାଗଲା। ସମ୍ଭବତଃ ମୂଷା କାମୁଡ଼ି ଦେଇଛି ଭାବି ଘର ଲୋକ ମୂଷାକୁ ଖୋଜିଲେ। ଘର ସାମ୍ନାରେ ଘରୋଇ […]

ଫୁଲବାଣୀ : ଗ୍ରାମାଞ୍ଚଳରେ ଯୋଗାଯୋଗ ସୁଗମ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହାତପାଆନ୍ତାରେ ରହିଛି ଗୋଟିଏ ପରେ ଗୋଟିଏ ଯୋଜନା। ସବୁ ଗାଁକୁ ପକ୍କା ଓ ନଦୀବନ୍ଧ ଉପରେ ସେତୁ ନିର୍ମାଣ ପାଇଁ ସରକାର ପ୍ରତିଶୃତି ପରେ ପ୍ରତିଶୃତି ଅଜାଡ଼ି ଚାଲିଛନ୍ତି। କୋଟି କୋଟି ଟଙ୍କା ବି ଖର୍ଚ୍ଚ ହେଉଛି। ହେଲେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଆଜି ବି ଏମିତି ଅନେକ ଗାଁ ଅଛି, ଯେଉଁଠି ନଦୀ […]

ଭୁବନେଶ୍ୱର : ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ଏହା ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ଖୋଲାଯାଇଛି। ଫଳରେ ଏବେ ମୋଟ ୯ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏହି ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏବେ ଜଳପତ୍ତନ ରହିଛି ୬୨୯.୯ […]

ଚାନ୍ଦବାଲି: ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଆରାଧ୍ୟ ଦେବୀ ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ନାମରେ ଏକ ସ୍ୱତନ୍ତ୍ର ଡ଼ାକ ଲଫାପା ଚାନ୍ଦବାଲି ଉପଡ଼ାକଘର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି। ଭଦ୍ରକ ଡ଼ାକ ମଣ୍ଡଳ ଓ ଚାନ୍ଦବାଲି ମା’ ଦକ୍ଷିଣେଶ୍ୱରୀ କାଳୀ କମିଟି ପକ୍ଷରୁ ଏହି ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ମା’ କାଳୀଙ୍କ […]

ପ୍ରାଚୀ ଡିଭିଜନ ଶୋଇଛି, ବିଏମ୍‌ସି ଆବର୍ଜନା ଛାଡ଼ୁଛି ଭୁବନେଶ୍ୱର: ବିଏମ୍‌ସି କାମ ହେଉଛି ନାଳ ନର୍ଦ୍ଦମା ପୁନରୁଦ୍ଧାର କରିବା। ରାଜଧାନୀର ଜଳାଶୟଗୁଡ଼ିକୁ ପୁନରୁଦ୍ଧାର କରି ପୂର୍ବାବସ୍ଥାକୁ ଫେରାଇ ଆଣିବା। କିନ୍ତୁ ଏଠି ଓଲଟା କାମ ହେଉଛି। ବିଏମ୍‌ସି ଏବେ ଦୟାୱେଷ୍ଟ କେନାଲକୁ ନଳାରେ ପରିବର୍ତ୍ତନ କରିଦେଇଛି। ରାଜଧାନୀର ଆବର୍ଜନାକୁ ଏହି କେନାଲକୁ ଛାଡ଼ି ଏହାକୁ ଏକ ବଡ଼ ଡ୍ରେନ୍‌ରେ ପରିଣତ କରିଦେଲାଣି। ରାଜଧାନୀ ଭିତରେ ଦୟାୱେଷ୍ଟ କେନାଲର ସ୍ଥିତି ଏବେ […]

ଭୁବ‌େନଶ୍ୱର : ଭୁବନେଶ୍ୱରକୁ ସ୍ମାର୍ଟ ସିଟି ଘୋଷଣା ହେବାର ୫ବର୍ଷ ପୂରିବାକୁ ଯାଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ବରରେ ଏମିତି କୌଣସି ପ୍ରକଳ୍ପ ହୋଇନି, ଯାହାଦ୍ୱାରା ଲୋକ ସ୍ମାର୍ଟ ସିଟିରେ ରହିବା ଭଳି ଅନୁଭୂତି ପାଇବେ। ବରଂ କି ସ୍ମାର୍ଟ ସିଟି ‌ଘୋଷଣା ହେଲା କେଜାଣି, ବିଭିନ୍ନ ପ୍ରକଳ୍ପ ନାମରେ ତିନି ବର୍ଷ ହେଲା ରାସ୍ତା ଘାଟ ଖୋଳତାଡ଼ ଚାଲିଛି। ଏମିତି ଢଙ୍ଗରେ ରାସ୍ତାଘାଟ ଖୋଳି ତାଡ଼ି ଦିଆଯାଇଛି ଯେ […]

୨୩ ପର୍ଯ୍ୟନ୍ତ ରାଜ୍ୟରେ ଅତିପ୍ରବଳ ବର୍ଷା,ଜାରି ହେଲା ରେଡ‌ ୱାର୍ଣ୍ଣି ଭୁବନେଶ୍ୱର: ଆଜି ସକାଳେ ବଙ୍ଗୋପସାଗରର ଉତ୍ତର-ପୂର୍ବ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ସଂପୃକ୍ତ ଅଞ୍ଚଳ ଉପରେ ଅବସ୍ଥିତ ରହିଛି। ତେବେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର […]

Social media & sharing icons powered by UltimatelySocial