ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମାଟିଆସାହି ପୋଲ ନିର୍ମାଣ ଦୀର୍ଘଦିନ ହେବ ଶେଷ ହୋଇଛି। ପୋଲ ନିର୍ମାଣ ପରେ ଆପ୍ରୋଚ ରୋଡ଼ ନିର୍ମାଣ ହୋଇନଥିବାରୁ ପୋଲ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଆପ୍ରୋଚ ରୋଡ଼ ନିର୍ମାଣ ପାଇଁ ବ୍ୟକ୍ତିଗତ ଜାଗା ପ୍ରତିବନ୍ଧକ ସାଜିଥିଲା। ଗତ କିଛିଦିନ ତଳେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଉପସ୍ଥିତିରେ ଜାଗାର ମାପଚୁପ କରାଇ ବ୍ୟକ୍ତିଗତ ଜାଗା ଥିବା ବ୍ୟକ୍ତିଙ୍କୁ ସରକାରୀ […]

କଟକ: ଚୌଦ୍ବାର ସହର ମଧ୍ୟରେ ଦୀର୍ଘବର୍ଷ ଧରି ଚାଲୁଥିବା ନକଲି କାରଖାନା ଉପରେ ଚଢ଼ଉ କରି ପୁଲିସ ବିପୁଳ ପରିମାଣର ଗୁଆଘିଅ, ଟମାଟୋ ଓ ଚିଲି ସସ୍‌ ଜବତ କରିଛି। ଏହାସହ ଏହାର ମୁଖ୍ୟ କାର୍ପଟଦାର ଦିବ୍ୟଲୋଚନ ବେହେରା(୪୩)କୁ ଗିରଫ କରିଛି। ତେବେ ଏହ‌ି କାରବାରରେ ସଂପୃକ୍ତ ଅନ୍ୟ ଦୁର୍ବୃତ୍ତମାନଙ୍କୁ ପୁଲିସ ଧରି ପାରିନାହିଁ। ମିଳିଥିବା ସୂଚନା ମୁତାବକ, ଚୌଦ୍ବାର ପୌରପାଳିକା ୯ନଂ ୱାର୍ଡ ଅନ୍ତର୍ଗତ ପୌର କାର୍ଯ୍ୟାଳୟ ଓ […]

ପୁରୀ : ଥଣ୍ଡା ଅଞ୍ଚଳରେ ଆମେ ଅଙ୍ଗୁର ଫଳୁଥିବାର ଜାଣିଛୁ। କିନ୍ତୁ ପୁରୀ ଭଳି ଉପକୂଳର ଅଞ୍ଚଳରେ ଅଙ୍ଗୁର ଫଳିବା ପରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ପୁରୀର ଭୂଦାନ ନଗରର ଘନଶ୍ୟାମ ବେହେରା। ନିଜ ବାଡ଼ିରେ ଅଷ୍ଟ୍ରେଲିଆନ୍‌ କିସମ ଅଙ୍ଗୁର ଫଳାଇ କେବଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିନାହାଁନ୍ତି, ‌ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଉଦ୍ୟମ ଫଳରେ ଟାଙ୍ଗରା ଭୂଇଁ ବି ସବୁଜିମା ହୋଇପାରିବ, ଏହା ପ୍ରମାଣିତ କରି ଦେଖାଇଛନ୍ତି […]

ରକ୍ଷା ହେଉନି କୋଭିଡ୍‌ କଟକଣା ଭୁବନେଶ୍ବର: ପ୍ରତିପଦାରୁ ଅପର ପକ୍ଷ ଚାଲିଥିବା ବ‌େଳେ ପିତୃପକ୍ଷ ଶ୍ରାଦ୍ଧ ପାଇଁ ଆଉ ମାତ୍ର ୨ ଦିନ ବାକି। ତେଣୁ ଅମାବାସ୍ୟା ଯେତେ ପାଖଉଛି ବିନ୍ଦୁ ସାଗର କୂଳରେ ମହାଳୟା ଶ୍ରାଦ୍ଧ ପାଇଁ ଜନସମାଗମ ବଢ଼ିବଢ଼ି ଚାଲିଛି। ଆଜି ଦ୍ୱାଦଶୀ ଶ୍ରାଦ୍ଧ ଥିବା ବେଳେ ବହୁ ଲୋକଙ୍କ ସମାଗମ ହୋଇଥିଲା। ଏହା ମଧ୍ୟରେ କୋଭିଡ୍‌ କଟକଣା ପାଳନ ହୋଇପାରିନଥିଲା। ପଣ୍ଡିତ ସତ୍ୟବ୍ରତ ମିଶ୍ରଶର୍ମା କହିଛନ୍ତି, […]

ଭୁବନେଶ୍ୱର : ବେଆଇନ ପାର୍କିଂକୁ ନେଇ ପୁଣି ଥରେ ଚଢ଼ଉ ଜୋରଦାର ହୋଇଛି। ପୂର୍ବରୁ କୋଭିଡ୍‌ କଟକଣା ନେଇ କୋହଳ କରାଯାଇଥିବା ବେଳେ ଏବେ କୋଭିଡ୍‌ କଟକଣା କୋହଳ ହୋଇଛି। ହେଲେ ଲୋକମାନେ ଅଭ୍ୟାସ ଛାଡ଼ି ନାହାନ୍ତି। କିଛି ଦିନ ସଚେତନ କରିବା ପରେ ଆଜି କମିସନରେଟ୍‌ ଟ୍ରାଫିକ୍‌ ପକ୍ଷରୁ ଚଢ଼ଉ ଜୋରଦାର କରାଯାଇଛି। ଏକନମ୍ବର ହାଟ ସାମ୍ନାରୁ ୨୦ ଓ ନାଲ୍‌କୋ ଛକ ପାଖ ଫଳ ବଜାରରୁ ୨୦ […]

ଯାଜପୁର: ନିକଟରେ ବନ୍ୟା ଆସି ଯାଜପୁର ଜିଲ୍ଲାରେ ଘାଇ ସୃଷ୍ଟି ହେବା ଘଟଣାକୁ କେନ୍ଦ୍ରକରି ହୋଇ ଆସୁଥିବା ଚର୍ଚ୍ଚା ଥମି ନାହିଁ। ଯାଜପୁର ଡିଭିଜନ ଅଧୀନ‌ରେ ଥିବା ବୈତରଣୀ, ବୁଢା, କାଣୀ ନଦୀରେ ୫‌ଟି ଘାଇ ହୋଇଛି। ଜାରକା ଡିଭିଜନ ଅଧୀନରେ ଥିବା ବ୍ର‌ାହ୍ମଣୀ, ଖରସ୍ରୋତା ଓ କେଲୁଅ ନଦ‌ୀବନ୍ଧ ମରାମତି ହୋଇ ନଥିବାରୁ ଏକକାଳୀନ ୨୫ଟି ଘାଇ ହୋଇଥିବା ପ୍ରଶାସନ ସ୍ବୀକାର କରିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଡିନାମାଇଟ୍‌ […]

ମୋଦୀ, ବୋବ୍‌ଡ଼େ, ସୋନିଆ, ନବୀନ, ସୋନାଲ ମାନସିଂହଙ୍କ ନାମ ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଲାଗିରହିଛି। ଏହା ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଥିବାବେଳେ ସମସ୍ତଙ୍କୁ ଚକିତ କରିବା ଭଳି ଆଉ ଏକ ଖବର ଏବେ ପଦାକୁ ଆସିଛି। ଚୀନର ଏକ ପ୍ରଯୁକ୍ତି କମ୍ପାନି ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି, ଏକାଧିକ ମୁଖ୍ୟମନ୍ତ୍ରୀ, ରାଜନେତା, ଖେଳାଳୀ, ଉଦ୍ୟୋଗୀ, ସାମ୍ବାଦିକଙ୍କ […]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ପୂର୍ବାହ୍ନ ୧୧ଟା ୩୦ରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ୩ଟିରୁ ଅଧିକ ପ୍ରସ୍ତାବ ଆସିପାରେ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସ୍‌ଟି ଆଇନ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ବିଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ ପାଇଁ ଅର୍ଥ ବିଭାଗର ପ୍ରସ୍ତାବ ରହିଛି। ଏହାସହିତ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ପ୍ରସ୍ତାବ ରହିଛି। ସେହିପରି ସର୍ବସାଧାରଣଙ୍କ ସ୍ବାର୍ଥ […]

ଯାଜପୁର: ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟ‌ରେ ମାମଲା। ଶାରଦୀୟ ଦୁର୍ଗା ପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ୯ ଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ କେଉଁ ଆବାହନ କାଳରୁ ହୋଇଆସୁଛି। ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ମା ବିରଜା ଙ୍କ ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରଥଯାତ୍ରା ନହେବାର […]

ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)ର ସାଂସଦ ହରିବଂଶ ସିଂହ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ପାଇଁ ବିଧିବଦ୍ଧ ଭାବେ ନିର୍ବାଚିତ ହୋଇଛନ୍ତି। ହରିବଂଶ ସିଂହ ବିଧିବଦ୍ଧ ଭାବେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କାୟା ନାଇଡୁ ଆଜି (ସୋମବାର) ଅପରାହ୍ନରେ ଆନୁଷ୍ଠାନିକ ଭାବେ ଘୋଷଣା […]

Social media & sharing icons powered by UltimatelySocial