ଖୋର୍ଦ୍ଧା: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିକୋ ରାଜସ୍ୱ ନିରୀକ୍ଷକ ବିଶ୍ୱେଶ୍ୱର ରାୟ ବେହେରା। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅନ୍ତର୍ଗତ ସିକୋର ରାଜସ୍ୱ ନିରୀକ୍ଷକ ବିଶ୍ୱେଶ୍ୱର ରାୟ ବେହେରା ଜଣେ ଅଭିଯୋଗକାରୀଙ୍କଠାରୁ ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଶ୍ରୀ ରାୟ ବେହେରାଙ୍କଠାର ୨୦ ହଜାର ଟଙ୍କା ଜବତ […]

ଭୁବନେଶ୍ୱର: ଋଣ ବୋଝ ପାଇଁ ବାପାଙ୍କୁ ମାରିଛନ୍ତି ଉଚ୍ଚଶିକ୍ଷିତ ପୁଅ। ବୁଧବାର ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀ ଏକ ଘରୋଇ ଆଇନ କଲେଜରେ ପ୍ରଫେସର ଭାବେ ଚାକିରି କରୁଥିଲେ। ହେଲେ ସେ ଋଣ ବୋଝରେ ବୁଡ଼ି ରହିଥିଲେ। ଏହାପରେ ଋଣ ଶୁଝିବାକୁ ସେ ବାପା ସୁନୀଲ ଚୌଧୁରୀଙ୍କୁ ଟଙ୍କା ମାଗିଥିଲେ। ହେଲେ ବାପା […]

ଭୁବନେଶ୍ୱର: ରାଜଧାନୀରେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି କମିସନରେଟ୍ ପୁଲିସ। ଗତକାଲି ୩ ବର୍ଷର ଝିଅକୁ ସନ୍ତୋଷ ଦୁଷ୍କର୍ମ କରିବା ପରେ କେଉଁଆଡେ ଫେରାର ହୋଇଯାଇଥିଲା। ତାର ସହଯୋଗୀକୁ ପୁଲିସ ଅଟକ ରଖି ଜେରା କରିଥିଲା। ତେବେ ପୀଡ଼ିତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବେ କ୍ୟାପିଟାଲ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଠକାମୀରୁ ଅଳ୍ପକେ ବର୍ତ୍ତିଲେ ୨ କଲେଜ କର୍ମଚାରୀ ବାଲିପାଟଣା : ମୁଁ ବାଲିପାଟଣା ବ୍ଲକରୁ ବିଡିଓ କହୁଛି। ଆପଣଙ୍କ କଲେଜକୁ ମାକ୍ସ ବାବଦରେ ସରକାରଙ୍କ ତରଫରୁ ୪୦ ହଜାର ଟଙ୍କା ଅନୁଦାନ ଆସିଛି। କଲେଜ ଆକାଉଣ୍ଟରେ କୌଣସି ତ୍ରୁଟି ପାଇଁ ବ୍ଲକ ଆକାଉଣ୍ଟରୁ ଟଙ୍କା ଯାଇପାରୁ ନାହିଁ। କଲେଜର ୨/୩ ଜଣ କର୍ମଚାରୀଙ୍କ ଆକାଉଣ୍ଟ ଡିଟେଲସ କିମ୍ବା ୟନୋ ପେ’ ନମ୍ବର ଦିଅନ୍ତୁ ଟଙ୍କା ଛଡ଼ାଯିବ। ସାଇବର ଠକଙ୍କ ଚକ୍ରବ୍ୟୁହରେ […]

ମାଲକାନଗିରି: ଗତ ୨୦,୨୧,୨୨ ତାରିଖରେ ଛତିଶଗଡ଼ର ସୁକମା ଜିଲ୍ଲାର ଭେଜି ଓ ଚିନ୍ତାଗୁମ୍ଫା ଥାନା ଅଞ୍ଚଳର କୋର୍ସାଗୁଡା, ଦନ୍ତେପୁରମ, ମେଲାସୁର, ତମାଲପଡ଼, ସିଙ୍ଗନାମଗଡୁ ଗ୍ରାମରେ ପୁଲିସ ପହଞ୍ଚି ଲୋକଙ୍କୁ ମାରପିଟ କରିବା ସହ ଲୁଟ ତରାଜ କରିଥିଲେ। ଏହି ଗାଁଗୁଡିକରେ ଚଢ଼ାଉ କରିବା ସହ ନିକଟସ୍ଥ ଜଙ୍ଗଲରେ ରହିଥିବା ଜଙ୍ଗଲର ଡ଼ମ୍ପଗୁଡିକରେ ଚଢ଼ାଉ କରି ମାଓ ସାମଗ୍ରୀ ଜବତ କରିବା ସହ ନକଲି ନୋଟ ଛାପିବା ମେସିନ ବି ଜବତ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପ୍ରେସରବୋମା ବିସ୍ଫୋରଣ ହେବା ଫଳରେ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି। ଦନ୍ତେୱାଡା ଜିଲ୍ଲାର ବାରସୁର ଥାନା ଅନ୍ତର୍ଗତ ଗୁଫା ଏବଂ ତାଡେଲବାୟା ଗ୍ରାମ ମଧ୍ୟ ଜଂଗଲରେ ନକ୍ସଲ ପ୍ରେସରବୋମା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ। ତେବେ ଗୁଫାପାରା ମଙ୍ଗନାର ଗ୍ରାମର ଗ୍ରାମବାସୀ ଜରୁରାମ କତଲାମି ନାମକ ବ୍ୟକ୍ତି ଏହି ରାସ୍ତା ଦେଇ ଫେରୁଥିବା ବେଳେ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା। […]

ରଘୁନନ୍ଦନ ଦାସଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ଭୁବନେଶ୍ୱର: ସାମ୍ବାଦିକାଙ୍କ ପାଖକୁ କୁକୁର ଛାଡ଼ିବା ନେଇ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ପକ୍ଷରୁ ଅଭିଯୋଗ ପରେ ଘଟଣାସ୍ଥଳ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସରକାରୀ ବାସଭବନରେ ପହଞ୍ଚି କ୍ୟାପିଟାଲ ଥାନା ପୁଲିସ ତଦନ୍ତ କରିଛି। ପ୍ରାୟ ୧୫ରୁ ୨୦ ମିନିଟ ସ୍ପଟ ଭିଜିଟ ପରେ ତଦନ୍ତ ସାରି ସରକାରୀ ବାସଭବନରୁ ବାହାରିଛନ୍ତି ତଦନ୍ତକାରୀ ଅଧିକାରୀ। ସିସିଟିଭି ଫୁଟେଜ ରଘୁନନ୍ଦନ ଦାସଙ୍କୁ ମାଗିଛି […]

କଟକ: ଦୁଇଗୁଣାର ଲୋଭ ଦେଖାଇ ଲୋକଙ୍କୁ ଠକିଥିବା ଅଭିଯୋଗରେ ବିହାରର ଦୁଇ ଜଣ ଯୁବକଙ୍କୁ ରେଳବାଇ ପୁଲିସ ଫୋର୍ସ (ଆରପିଏଫ୍‌) ସହାୟତାରେ ତେଲେଙ୍ଗାନା ପୁଲିସ ରବିବାର ଯାଜପୁର ଯିବାବେଳେ ଟ୍ରେନ୍‌ରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମନାରାୟଣ ଯାଦବ (୪୦) ଓ ଏସ୍‌କେ ସିରାଜ (୪୩)। ପୁଲିସ କହିଛି ତେଲେଙ୍ଗାନାର ନଳଗୋଣ୍ଡା ପୁଲିସ ଅଧୀନ ରାମ ଚେରି ନାମରେ ଜଣେ ବ୍ୟକ୍ତିଙ୍କୁ ବିହାରର କଟିହାର ଜିଲ୍ଲା ମନିହାରୀ ଥାନା […]

ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତର ମହୁଲପାଟଣା ଗାଁରେ ଶନିବାର ଅପରାହ୍ନ ୨ଟା ପାଖାପାଖି ସମୟରେ ବାଣଗୋଦାମରେ ବିସ୍ଫୋରଣ ଘଟି ଜନୈକ ବାଣ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ୱର୍ଗତ ବଂଶୀଧର ପଲେଇଙ୍କ ୫୬ବର୍ଷୀୟ ପୁଅ ବାଦଲ ଓରଫ ଖଗେଶ୍ୱର ପଲେଇ। ଖଗେଶ୍ୱର ବାଣ ବ୍ୟବସାୟ କରୁଥିବା ବେଳେ ନିକ ଗୃହ ନିକଟସ୍ଥ ଏକ ଅସ୍ଥାୟୀ […]

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ଆଜି ମାଲକାନଗିରି ପୁଲିସ ନିକଟରେ ୩ ଜଣ ଛତିଶଗଡ଼ର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏହି ତିନି ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ସେମାନେ ହେଲେ କୋଣ୍ଟା ଏରିଆ କମିଟିର ସଦସ୍ୟ ଦେବା ମାଡବି(୧୮), ଆଡମା ମାଡକାମୀ(୨୪) ଏବଂ ମୁକ୍କା ସୋଡି(୨୫)। ଏମାନେ ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଏରିଆ କମିଟି […]

Breaking News

Most Read

Social media & sharing icons powered by UltimatelySocial