ମହାନଦୀ ଅବବାହିକାରେ ଭବିଷ୍ୟତରେ ଭୟଙ୍କର ପ୍ରାକୃତକି ସମସ୍ୟା ଦେଖାଦେବ: ରାଜେନ୍ଦ୍ର ସିଂହ

ମହାନଦୀ ଜଳ ବିବାଦ-NUA

ନୂଆଦିଲ୍ଲୀ: ମହାନଦୀର ବଞ୍ଚିବାର ଅଧିକାର ଅଛି ,ଏଥିପ୍ରତି ସରକାର ଧ୍ୟାନ ନଦେଲେ ଜନସାଧାରଣ ରାସ୍ତାକୁ ଓହ୍ଲାଇବା ଦରକାର। ତୁରନ୍ତ ପଦକ୍ଷେପ ନ ନେଲେ ଭୟଙ୍କର ପ୍ରାକୃତିକ ସମସ୍ୟା ଦେଖାଦେବ ବୋଲି ଆଜି ନୂଆଦିଲ୍ଲୀରେ ଆୟୋଜିତ ‘ମହାନଦୀର ଭବିଷ୍ୟତ’ ସମ୍ପର୍କିତ ଜାତୀୟ ଆଲୋଚନାରେ ଭାଗ ନେଇ ଜଳପୁରୁଷ ଭାବେ ପରିଚିତ ରାଜେନ୍ଦ୍ର ସିଂହ ମତବ୍ୟକ୍ତ କରିଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଓଡ଼ିଶା ଫୋରମ୍ ଦିଲ୍ଲୀର ମିଳିତ ସହଯୋଗରେ ସ୍ଥାନୀୟ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଅନୁଷ୍ଠିତ ଗୋଲଟେବୁଲ ବୈଠକରେ ଛତିଶଗଡ଼ ରାଜ୍ୟରେ ଅନେକ ବେଆଇନ ବନ୍ଧ ଓ ବ୍ୟାରେଜ ନିର୍ମାଣ ଯୋଗୁଁ ଜଳ ପ୍ରବାହ ବାଧାପ୍ରାପ୍ତ ହୋଇଥିବା ନେଇ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା। ଆଲୋଚନା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ପୂର୍ବତନ ଶାସନ ସଚିବ ଦେବୀ ପ୍ରସାଦ ବାଗ୍‌ଚି, ଭାରତ ସରକାରଙ୍କ ପୂର୍ବତନ ସଚିବ ଗୋକୁଳ ଚନ୍ଦ୍ର ପଟ୍ଟନାୟକ, ମହାରାଷ୍ଟ୍ର ନଦୀ ଆନ୍ଦୋଳନର ନେତା ବିନାୟକ ପାଟିଲ, ଗଙ୍ଗା ଯମୁନା ବଞ୍ଚାଅ ଆନ୍ଦୋଳନ ନେତା ରମେଶ ଶର୍ମା, ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର, ଆଇନଜୀବୀ ବିରଜା ମହାପାତ୍ର, ବିଶ୍ୱରଞ୍ଜନ ପରମଗୁରୁ, ରବି ପାଣି, ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ସନ୍ତୋଷ ରାଉତ ଓ ଦେବରାଜ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ମହାନଦୀ ଟ୍ରିବ୍ୟୁନାଲର ତିନି ବର୍ଷ ପୂର୍ତ୍ତି ପରିପେକ୍ଷୀରେ ଓଡ଼ିଶା ଓ ମହାନଦୀ କିଭଳି ପ୍ରତାରିତ ହୋଇଛି ସେନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି ପ୍ରସଙ୍ଗରେ ଆଗାମୀ ଦିନରେ ସୁପ୍ରିମକୋର୍ଟରେ ଆଇନଗତ ସହାୟତା, ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିଚାରବିମର୍ଶ ଲାଗି ପ୍ରୟାସ କରାଯିବା ତଥା ମହାନଦୀ ସୁରକ୍ଷା ନେଇ ବ୍ୟାପକ ଜନ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଆସନ୍ତା ଏପ୍ରିଲ ୨୦ ରୁ ୩୦ ତାରିଖ ମଧ୍ୟରେ ପାରାଦୀପରୁ ଛତିଶଗଡ଼ର ଧନ୍ତରି ପର୍ଯ୍ୟନ୍ତ ମହାନଦୀ ଯାତ୍ରା ଆୟୋଜନ କରି ଏହାର ଅବବାହିକାରେ ଥିବା ହଜାରେ ଗାଁରେ ସଚେତନତା ଅଭିଯାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Share Now:

Kalinga News Beuro

Next Post

ଧରାପଡ଼ିଲେ ସଫେଇ ଆଳରେ ସୁନା ଲୁଟୁଥିବା ଦୁଇ ଠକ

Wed Mar 24 , 2021
ବାରଙ୍ଗ/ତ୍ରିଶୂଳିଆ: ସଫା କରିବା ଆଳରେ ସୁନା ଲୁଟି ନେଉଥିବା ଏକ ଦୁଇ ଜଣିଆ ଗ୍ୟାଙ୍ଗ୍‌କୁ ଗତକାଲି ଢାୱା ଗ୍ରାମବାସୀଙ୍କ ସହଯୋଗରେ ନନ୍ଦନକାନନ ଥାନା ପୁଲିସ କାବୁ କରିଛି। ସେମାନେ ହେଲେ ବିହାର ଭାଗଲପୁର ଅଞ୍ଚଳର ବିକ୍ରମ ସ ଓ ବିକାଶ ସ। ସେମାନଙ୍କଠାରୁ ଏକ ପଲ୍‌ସର ବାଇକ୍‌ ସମେତ ସୁନା ସଫାରେ ବ୍ୟବହୃତ ହେଉଥିବା ବିଭିନ୍ନ କେମିକାଲ୍‌ ଜବତ କରାଯାଇଛି। ନିକଟରେ ବାଲିପାଟଣା ଥାନା ତୁରିନ୍ତିରାରେ ଦୁଇ ଜଣ ମହିଳାଙ୍କୁ […]
୨ ଠକ ଧରାପଡ଼ିଲେ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial