ପରଲୋକରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା

ପରଲୋକରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା-1

ମୁମ୍ବାଇ: ପରଲୋକରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା ଜାବଲକର। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିବା ବେଳେ ମୁମ୍ବାଇର କୋଲାବାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶଶିକଳା ଅଗଷ୍ଟ ୧୯୩୨ରେ ସୋଲାପୁରର ଏକ ମହାରାଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଡାକୁ, ରାସ୍ତା ଏବଂ କଭି ଖୁସୀ କଭି ଗମ ଭଳି ଚଳଚ୍ଚିତ୍ରରେ କାମ କରି ଚର୍ଚ୍ଚିତ ହୋଇଥିଲେ। ଏହା ସହ ଶଶିକଳା ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ଅଭିନୀତ ମୁଝସେ ଶାଦୀ କରୋଗୀ, ୧୯୫୩ ରିଲିଜ୍ ହୋଇଥିବା ତିନ ବଟ୍ଟି ଚାର୍ ରାସ୍ତା ଏବଂ ୧୯୬୮ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ତିନ ବହୁରାନିଆଁ ଭଳି ଚଳଚ୍ଚିତ୍ରର ନଜର ଆସିଥିଲେ। ଅନ୍ୟ କେତେକ ଚଳଚ୍ଚିତ୍ର, ଆଇ ମିଲନ୍ କି ବେଲା, ଗୁମରା, ସୁଜତା ଏବଂ ଆରତୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଶଶିକଳା ଫିଲ୍ମ ସହ ଟେଲିଭିଜନରେ ମଧ୍ୟ ସକ୍ରିୟ ଥିଲେ। ସୋନପରୀ ଏବଂ ଜୀନା ଇସି କା ନାମ ହେ ପରି ଲୋକପ୍ରିୟ ଧାରାବାହିକରେ ସେ କାମ କରି ଲୋକଙ୍କ ମନ କିଣିଥିଲେ। ଭାରତୀୟ ସିନେମାରେ ତାଙ୍କର ଅବଦାନ ପାଇଁ ଶଶିକଳାଙ୍କୁ ୨୦୦୭ମସିହାରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୯ ମସିହାରେ ସେ ଭି ଶାନ୍ତାରାମ ଆୱାର୍ଡ ସୋ’ରେ ଜୀବନବ୍ୟାପି ସାଧନା ପାଇଁ ସମ୍ମାନିତ ହୋଇଥିଲେ।

Share Now:

Kalinga News Beuro

Next Post

ପୁଣି ଫେରିଲା କରୋନା ମୃତ୍ୟୁ ଖୋର୍ଦ୍ଧା‌ର ମହିଳା ରୋଗୀ ମୃତ, ୪୭୧ ଆକ୍ରାନ୍ତ

Mon Apr 5 , 2021
ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ଆସିବା ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଆଜି ଚଳିତବର୍ଷର ସର୍ବାଧିକ ୪୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ଜଣ ଆକ୍ରାନ୍ତ ଅଛନ୍ତି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮୫ରେ ପହଞ୍ଚିଛି। ସ୍ବାସ୍ଥ୍ୟ […]
ପୁଣି ଫେରିଲା କରୋନା ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial