ଇମ୍ରାନ ଖାନଙ୍କୁ କାରଣ ଦର୍ଶାଅ ନୋଟିସ

ଇମ୍ରାନ ଖାନଙ୍କୁ କାରଣ ଦର୍ଶାଅ ନୋଟିସ

କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନୋଟିସ ଦେଲେ ନିର୍ବାଚନ ଆୟୋଗ। ନିର୍ଦ୍ଧାରିତ ସମୟ ମଧ୍ୟରେ ଇମ୍ରାନ ଖାନ ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ରେ ଆଭ୍ୟନ୍ତରୀଣ ନିର୍ବାଚନ କରିନଥିବାରୁ ପାକିସ୍ତାନ ନିର୍ବାଚନ ଆୟୋଗ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଡନ୍ ଖବରକାଗଜ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ନିର୍ବାଚନ କମିଶନ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ନିର୍ବାଚନ ଅଧିନିୟମ, ୨୦୧୭ ର ଧାରା ୨୧୫ (୪) ଅନୁଯାୟୀ ନୋଟିସ ଜାରି କରିଛନ୍ତି। ତାଙ୍କୁ ୧୪ ଦିନ ମଧ୍ୟରେ ଏହାର ଉତ୍ତର ଦେବାକୁ ପଡିବ ଏବଂ ଏପରି ନ ହେଲେ ନିର୍ବାଚନ ଆୟୋଗ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ଚେତାବନୀ ଦିଆଯାଇଛି। ସୂଚନା ଥାଉ କି ଯେ ଜୁନ୍ ୧୩ରେ ଦଳର ଆଭ୍ୟନ୍ତରୀଣ ନିର୍ବାଚନ ହେବାର ଥିଲା। କିନ୍ତୁ ଇମ୍ରାନ ଏ ପର୍ଯ୍ୟନ୍ତ ନିଜ ଦଳର ନିର୍ବାଚନ କରାଇନାହାନ୍ତି। ପାକିସ୍ତାନରେ ଇମ୍ରାନ ଖାନଙ୍କ ଦଳ ବ୍ୟତୀତ ନିର୍ବାଚନ ଆୟୋଗ ମଧ୍ୟ ଅନ୍ୟ ଦୁଇ ଦଳଙ୍କୁ ଆଭ୍ୟନ୍ତରୀଣ ନିର୍ବାଚନ ନକରିବାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟରେ ମୌସୁମୀ ସକ୍ରିୟ : ଅଗଷ୍ଟ ୧ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

Fri Jul 30 , 2021
ଭୁବନେଶ୍ବର : ଦୁଇଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ ଓ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି। ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ବିହାର ଓ ଦକ୍ଷିଣ ଉତ୍ତରପ୍ରଦେଶ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରିପୋର୍ଟ ଅନୁସାରେ ଏହି ଲଘୁଚାପ ପ୍ରଭାବରୁ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ରହିଛି। […]
ଅଗଷ୍ଟ ୧ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial