ବିଜେପିକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ୧୫ ଜଣ ଜିଲ୍ଲା ପରିଷଦ ସଭ୍ୟ

ବିଜେପିକୁ ଝଟ୍‌କା

ବିଧାୟକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱରଙ୍କ ମତାନ୍ତର ଅଭିଯୋଗ

ବାରିପଦା: ଆଜି ଥିଲା ମୟୂରଭଞ୍ଜ ଜିଲ୍ଲା ପରିଷଦର ୧୧ତମ ବୈଠକ। ଆଉ ଏହି ବୈଠକରେ ଜିଲ୍ଲା ବିଜେପିକୁ ଏକ ଶକ୍ତ ଝଟ୍‌କା ଲାଗିଛି। ଆଜି ଦଳରୁ ଇସ୍ତଫା ଦେଇଛନ୍ତି ୧୫ ଜଣ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା। ଆଜି ଜିଲ୍ଲା ପରିଷଦ ବୈଠକରେ ଯୋଗଦେବା ପରେ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦଳରୁ ଇସ୍ତଫା ଦେଇଛନ୍ତି ୧୫ ନିର୍ବାଚିତ ସଦସ୍ୟ। ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ସଭ୍ୟମାନେ ହେଲେ ୭ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ସାମାୟ ଚରଣ ପୂର୍ତ୍ତି, ୧୦ ନମ୍ବର ଜୋନ୍‌ର ସାରିନା ହେମ୍ବ୍ରମ୍‌, ୧୮ ନମ୍ବର ଜୋନ୍‌ଣ ଅଜିତ କଣ୍ଢେଇ, ୩୩ ନମ୍ବର ଜୋନ୍‌ର ନମିତା ନାୟକ, ୪୨ ନମ୍ବର ଜୋନ୍‌ର ଗାନ୍ଧାରୀ ନାୟକ, ୨୪ ନମ୍ବରର ମଧୁସ୍ମିତା ପରିଡ଼ା, ୩୫ ନମ୍ବର ଜୋନ୍‌ର ସସ୍ମିତା ଓଝା, ୧୪ ନମ୍ବର ଜୋନ୍‌ର ଜୟନ୍ତୀ ଲତା ସିଂ, ୫୫ ନମ୍ବର ଜୋନ୍‌ର ରବିନାରାୟଣ ନାୟକ, ୧୯ ନମ୍ବର ଜୋନ୍‌ର ରାଇମଣୀ ହାଁସଦା, ୨୨ ନମ୍ବର ଜୋନ୍‌ର ଅସିନ୍ତମଣୀ ସିଂ, ୧୭ ନମ୍ବର ଜୋନ୍‌ର ଦୀପାଞ୍ଜଳୀ ନାୟକ, ୪୪ ନମ୍ବରରୁ ପରମେଶ୍ୱର ନାୟକ, ୪୦ ନମ୍ବର ଜୋନ୍‌ର ମଞ୍ଜୁଲତା ମହାନ୍ତ ଏବଂ ୨୩ ନମ୍ବର ଜୋନ୍‌ର କୁମାରେନ୍ଦ୍ର କୁମାର ସେଠୀ। ଉପରୋକ୍ତ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ନିଜ ନିଜର ଇସ୍ତଫାପତ୍ର ପଠାଇଛନ୍ତି। ତେବେ ଇସ୍ତଫାର କାରଣରେ ଦଳରେ ଚାଲିଥିବା ଅଭ୍ୟନ୍ତରୀଣର କନ୍ଦଳ ସମ୍ପର୍କରେ ମଧ୍ୟ ସୂଚନା ଦେବାକୁ ଭୁଲିନାହାନ୍ତି। ଏପରିକି ଲୋକସଭା ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କର ଜିଲ୍ଲାରୁ ନିର୍ବାଚିତ ୬ଜଣ ବିଧାୟକ କିମ୍ବା କୌଣସି ଜିଲ୍ଲା ପରିଷଦ ସଦସ୍ୟଙ୍କ ସହିତ ଆଦୌ ସମନ୍ଵୟ ନଥିବା ଏବଂ ମତାନ୍ତର ଜିଲ୍ଲାରେ ଦଳକୁ ରସାତଳକୁ ନେବ ବୋଲି କରଞ୍ଜିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ସମାୟ ଚରଣ ପୂର୍ତ୍ତି। ଏଥିସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ବିରୋଧରେ ମଧ୍ୟ ଅସନ୍ତୋଷ ଝାଡ଼ିଛନ୍ତି ଦଳରୁ ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ସଭ୍ୟ। କରଞ୍ଜିଆ, ଯଶୀପୁର, ସାରସକଣା, ବଡ଼ସାହି, ଉଦଳା ଏବଂ ମୋରଡ଼ା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟାମାନେ ବିଜେପି ଛାଡ଼ିଛନ୍ତି।

Share Now:

Kalinga News Beuro

Next Post

ନିଶା ଔଷଧ ପକାଇ ଲୁଟିନେଲେ ସୁନାଗହଣା

Fri Aug 27 , 2021
ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ଗୋପବନ୍ଧୁ ନଗର ରାଇସମିଲ୍‌ ପରିସରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଛି। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ନିଶା ଔଷଧ ସିଞ୍ଚନ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସହିତ ପଡ଼ୋଶୀ ଘରର ସିସି କ୍ୟାମେରା ଯାଞ୍ଚ କରିଛି। ହେଲେ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଅଭିଯୋଗ ଅନୁଯାୟୀ, […]
ନିଶା ଔଷଧ ପକାଇ ଲୁଟିନେଲେ ସୁନାଗହଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial