ମାନବିକତା ଦେଖାଇଲେ ଅବସରପ୍ରାପ୍ତ ପୁଲିସ ଅଧିକାରୀ

ଚୋରକୁ ହଜାର ଟଙ୍କା ଦେଇ ଛାଡ଼ିଲେ

ଚୋରକୁ ଧରି ହଜାର ଟଙ୍କା ଦେଇ ଛାଡ଼ିଲେ

ଚନ୍ଦ୍ରଶେଖରପୁର : ରୋ‌ଷେଇ ଘରେ ପଶିଥିବା ଚୋରକୁ କାବୁ କଲେ। ମାତ୍ର ତା’ର ଅଭାବୀ ସଂସାର କଥା ଶୁଣିବା ପରେ ଗୃହ ମାଲିକଙ୍କ ମନରେ ଦୟା ହେଲା। ନିଜେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ହୋଇଥିବାରୁ ରୋଷେଇ ଘରୁ ଖାଦ୍ୟ ସାମଗ୍ରୀ ଚୋରି କରୁଥିବା ବ୍ୟକ୍ତିକୁ ପୁଲିସ ଜିମା ଦେଲେ ନାହିଁ। ପେଟ ବିକଳରେ ପିଲାଛୁଆଙ୍କ ପାଇଁ ଚୋରି କରିବାକୁ ଆସିଥିବା ବ୍ୟକ୍ତିକୁ ପାଲଟା ହଜାରେ ଟଙ୍କା ଦେଇ ଛାଡ଼ିଦେଲେ। ଆଜି ଭୋର୍ ସମୟରେ ପ୍ରଶାନ୍ତବିହାରରେ ଘଟିଥିବା ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ପ୍ରଶାନ୍ତବିହାର ଅଞ୍ଚଳରେ ରହୁଥିବା ନରୋତ୍ତମ ଧଳ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ। ଆଜି ଭୋର୍‌ ସମୟରେ ଜଣେ ଯୁବକ ତାଙ୍କ ରୋଷେଇ ଘର ଝରକା ଗ୍ରୀଲ୍‌ ଭାଙ୍ଗି ପଶିଥିଲା ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ବ୍ୟାଗ୍‌ରେ ଭର୍ତ୍ତି କରିଥିଲା। ତେବେ କୌଶଳକ୍ରମେ ନରୋତ୍ତମ ତାକୁ କାବୁ କରିନେଇଥିଲେ। ମାତ୍ର ଧରାପଡ଼ିବା ମାତ୍ରେ ଯୁବକ ଜଣକ କାନ୍ଦି ଥିଲା। ନିଜର ଦାରିଦ୍ର୍ୟତା ବିଷୟରେ କହିଥିଲା। ଯୁବକର ପରିବାର କଥା ଶୁଣିବା ପରେ ନରୋତ୍ତମଙ୍କ ପରିବାର ଲୋକଙ୍କ ମନ‌ରେ ଦୟା ଆସିଥିଲା। ସେମାନେ ଯୁବକକୁ ନେଇ ପଟିଆ ବିଦ୍ୟୁତ୍ ଶ୍ମଶାନ ନିକଟସ୍ଥ ତା’ଘରକୁ ଯାଇଥିଲେ। ସତକୁ ସତ ଯୁବକର ପରିବାରକୁ ଦେଖିବା ପରେ ନରୋତ୍ତମଙ୍କ ମନ ଆହୁରି ବ୍ୟଥିତ ହୋଇଥିଲା। ଘରେ କିଛି ଖାଇବାକୁ ନଥିଲା। ସେଠାରେ ସେମାନେ ଯୁବକକୁ ହଜାରେ ଟଙ୍କା ଦେଇ ଫେରି ଆସିଥିଲେ। ଏମିତିକି ତାଙ୍କ ରୋଷେଇ ଘରୁ ବ୍ୟାଗ୍‌ରେ ଭର୍ତ୍ତି କରିଥିବା ସାମଗ୍ରୀକୁ ମଧ୍ୟ ଯୁବକକୁ ଦେଇଦେଲେ।

Share Now:

Kalinga News Beuro

Next Post

ଅପମାନଜନକ ମନ୍ତବ୍ୟ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପିତାଙ୍କ ବିରୋଧରେ ମାମଲା

Sun Sep 5 , 2021
ରାୟପୁର: ଏକ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ରାୟପୁର ପୁଲିସ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲଙ୍କ ପିତା ନନ୍ଦ କୁମାର ବାଗେଲଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ‘ସର୍ଭ ବ୍ରାହ୍ମଣ ସମାଜ’ ଦ୍ୱାରା ଡିଡି ନଗର ପୁଲିସ୍‌ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯିବା ପରେ ପୁଲିସ ନନ୍ଦ କୁମାର ବାଗେଲ (୭୫)ଙ୍କ ବିରୋଧରେ ଶନିବାର ବିଳମ୍ବିତ ରାତିରେ ଏଫଆଇଆର ପଞ୍ଜିକରଣ କରିଥିଲା। ଏହି ମାମଲା […]
ଭୂପେଶ ବାଗେଲଙ୍କ ପିତା ନନ୍ଦ କୁମାର ବାଗେଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial