ଜେନେରାଲ୍‌ ବିପିନ ରାୱତ୍‌ଙ୍କୁ ୧୭ ତୋପ ସଲାମୀ

ଜେନେରାଲ୍‌ ବିପିନ ରାୱତ୍‌ଙ୍କ ପ୍ରତି ୧୭ ତୋପ ସଲାମୀ

ଶବ ସଂସ୍କାରରେ ଯୋ‌ଗ ଦେବେ ୮୦୦ ସେନା କର୍ମଚାରୀ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ଟା ପରେ ଦିଲ୍ଲୀର କାମରାଜ ମାର୍ଗ ବାସଭବନରୁ ବ୍ରାର୍‌ ଛକସ୍ଥିତ ଶ୍ମଶାନ ଅଭିମୁଖେ ଭାରତର ପ୍ରଥମ ‘ସିଡିଏସ୍‌’ ଜେନେରାଲ୍‌ ବିପିନ ରାୱତ୍‌ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ଶବଯାତ୍ରା ବାହାରିବ। ସେଠାରେ ସନ୍ଧ୍ୟା ୫ଟାରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସେମାନଙ୍କର ଶବ ସଂସ୍କାର କରାଯିବ। ପ୍ରୋଟକଲ୍‌ ଅନୁସାରେ, ଜେନେରାଲ୍‌ ରାୱତ୍‌ଙ୍କୁ ୧୭ ତୋପ ସଲାମୀ ଦିଆଯିବ। ୮୦୦ ସେନା କର୍ମଚାରୀ ଶବ ସଂସ୍କାରରେ ଯୋଗ ଦେବେ। ତାଙ୍କ ପରିବାର ଲୋକେ ଚିତାରେ ଅଗ୍ନି ସଂଯୋଗ କରିବେ। ତାଙ୍କର ଶବ ସଂସ୍କାର ବ୍ୟବସ୍ଥା କରୁଛନ୍ତି ୫/୧୧ ଗୋର୍ଖା ରାଇଫଲ୍‌। ପ୍ରଥମେ ଜେନେରାଲ୍‌ ରାୱତ୍‌ ଏହି ୟୁନିଟ୍‌ରେ ସାମିଲ ହୋଇଥିଲେ। ଆଜି ସକାଳୁ ଅନେକ ବିଶିଷ୍ଟ ବ୍ୟକ୍ତି କାମରାଜସ୍ଥିତ ରାୱତ୍‌ଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ‘ବିଜେପି’ ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କଂ‌ଗ୍ରେସ ନେତା ରାହୁଲ୍‌ ଗାନ୍ଧୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି ଏବଂ ଉତ୍ତରଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ଜେନେରାଲ୍‌ ରାୱତ୍‌ ଏବଂ ମଧୁଲିକାଙ୍କର ଦୁଇ କନ୍ୟା କୃତ୍ତିକା ଏବଂ ତାରିଣୀ ମଧ୍ୟ ପିତାମାତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଛନ୍ତି। ତେଣେ, ବୁଧବାର ଦିନ ତାମିଲନାଡୁରେ ‌ସେନା ହେଲିକପ୍ଟର୍‌ ଦୁର୍ଘଟଣାରେ ‘ସିଡିଏସ୍‌’ ଜେନେରାଲ୍‌ ରୱତ୍‌ ଏବଂ ଆଉ ୧୨ଜଣଙ୍କ ମୃତ୍ୟୁ ବିଷୟରେ କଳ୍ପନାଜଳ୍ପନା ନ କରିବାକୁ ଭାରତୀୟ ବାୟୁସେନା ନିବେଦନ କରିଛି। ଟୁଇଟ୍‌ କରି ବାୟୁସେନା ଲେଖିଛି, ଦୁଃଖଦ ହେଲକପ୍ଟର୍‌ ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ କରିବା ଲାଗି ଭାରତୀୟ ବାୟୁସେନା ତିନି-ସେବା ‘କୋର୍ଟ ଅଫ୍‌ ଇନ୍‌କ୍ବାରି’ ଗଠନ କରିଛି। ତୁରନ୍ତ ଏହି ତଦନ୍ତ ଶେଷ ହେବ ଏବଂ କାରଣ ପ୍ରକାଶ କରାଯିବ। ସେ ପର୍ଯ୍ୟନ୍ତ, ମୃତବ୍ୟକ୍ତିମାନଙ୍କ ସମ୍ମାନାର୍ଥେ ଅସମର୍ଥିତ ସୂତ୍ରରୁ ପ୍ରାପ୍ତ ସୂଚନାକୁ ନେଇ କଳ୍ପନାଜଳ୍ପନାରୁ ନିବୃତ୍ତ ରୁହନ୍ତୁ।

Share Now:

Kalinga News Beuro

Next Post

ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନର ଚେତାବନୀ ପରେ କୋର୍ଟରେ ହାଜର ହେଲେ ମାହାଙ୍ଗା ଥାନା ଆଇଆଇସି

Fri Dec 10 , 2021
କଟକ: ସାଲେପୁର ଜେଏମ୍ଏଫସି କୋର୍ଟରେ ହାଜର ହୋଇଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି। ସେ ମାହାଙ୍ଗା ଡବଲ ମର୍ଡର ଘଟଣାର ଅଫ ଟୁ ଡେଟ କେସ ଡାଏରୀ ଓ ସିଡିଆର ଦାଖଲ କଛନ୍ତି। ମାହାଙ୍ଗା ଡବଲ ମର୍ଡର ଘଟଣାର ଅପ-ଟୁ-ଡେଟ୍ କେସ ଡାଏରୀ ସହିତ ସିଡିଆର ସଂଗ୍ରହ ଏବଂ ସଂରକ୍ଷଣ ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଜଣାଇବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର […]
ମାହାଙ୍ଗା ଥାନା ଆଇଆଇସି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial