ବିନା ମାସ୍କରେ ମାସ୍କ ଯାଞ୍ଚ : ହଟହଟା ହେଲା ପୁଲିସ୍‌

ବିନା ମାସ୍କରେ ମାସ୍କ ଯାଞ୍ଚ

ଭୁବନେଶ୍ବର: ମାସ୍କ ଚେକିଂ କରିବା ସମୟରେ ନିଜେ ମାସ୍କ୍ ନ ପିନ୍ଧି ହଟହଟା ହୋଇଛନ୍ତି ଜଣେ ପୁଲିସ୍‌ ଅଧିକାରୀ। ଚେକିଂ କରୁଥିବା ପୁଲିସ ଅଧିକାରୀଙ୍କୁ ନିଜ ମାସ୍କ୍ କୋଉଠି ଅଛି ବୋଲି ପ୍ରଶ୍ନ କରି ଘେରିଛନ୍ତି ସାଧାରଣ ଲୋକେ। ଏଭଳି ଘଟଣା ଘଟିଛି, ତମାଣ୍ଡୋ ଥାନା ଅଞ୍ଚଳରେ। ସୂଚନାନୁଯାୟୀ, ଆଜି ଅପରାହ୍ନରେ ତମାଣ୍ଡୋ ଥାନା ଏଏସ୍‌ଆଇ ଅଗାଧୁଚରଣ ରାଉତ ଓ ତାଙ୍କ ସହକର୍ମୀମାନେ ଲକ୍ଷ୍ମୀବଜାର ଅଞ୍ଚଳରେ ଗାଡ଼ି କାଗଜପତ୍ର ଓ ମାସ୍କ ଚେକିଂ କରୁଥିଲେ। ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ଜରିମାନା ଆଦାୟ କରୁଥିଲେ। ସେହି ସମୟରେ ଜଣେ ଯୁବକଙ୍କୁ ମାସ୍କ କେଉଁଠି ଅଛି ବୋଲି ପଚାରି ଚେକିଂ କରିବା ବେଳେ ଯୁବକଜଣକ ଶ୍ରୀ ରାଉତଙ୍କୁ ତାଙ୍କ ମାସ୍କ୍ କେଉଁଠି ଅଛି ବୋଲି ଓଲଟା ପ୍ରଶ୍ନ କରିଥିଲେ। ଫଳରେ ସେଠାରେ ଥିବା ଲୋକ ଏଏସଆଇଙ୍କୁ ଘେରି ଯାଇଥିଲେ। ନିଜେ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ ଆପଣ କେତେ ଟଙ୍କା ଜରିମାନା ଦେବେ ବୋଲି ଏଏସ୍‌ଆଇଙ୍କୁ ପ୍ରଶ୍ନ କରିଥିଲେ। କିଛି ଲୋକ ଏଏସ୍‌ଆଇଙ୍କ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରିଥିଲେ। ‌ଖବର ପାଇ ତମାଣ୍ଡୋ ଥାନା ଏସ୍‌ଆଇ ପି.କେ ଟୁଡୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ଏହି ଘଟଣାର ଭିଡିଓ ଫେସବୁକରେ ଭାଇରାଲ୍ ହେବାକୁ ପୁଲିସକୁ ହଟହଟା ହେବାକୁ ପଡ଼ିଛି।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୯୬୫ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩

Mon Jan 17 , 2022
ଭୁବନେଶ୍ୱର: ରାଜ୍ୟରେ ଆଜି ୫୯୬୫ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୩୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୧୫୧ ଜଣ […]
କରୋନାରୁ ସୁସ୍ଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial