ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ : ସଂଧ୍ୟା ୬ଟା ସୁଦ୍ଧା ୬୦% ମତଦାନ

ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ

ଲକ୍ଷ୍ନୌ : ଦେଶର ସବୁଠାରୁ ବଡ଼ ରାଜ୍ୟ ତଥା ରାଜନୈତିକ ଦୃଷ୍ଟିକୋଣରୁ ମହତ୍ତ୍ବପୂର୍ଣ୍ଣ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କାଁ ଭାଁ ହିଂସାକାଣ୍ଡ ସହ ଶେଷ ହୋଇଛି। ସଂଧ୍ୟା ୬ଟା ସୁଦ୍ଧା ପ୍ରାୟ ୬୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି। ଉତ୍ତରପ୍ରଦେଶର ୪୦୩ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୮ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଏସବୁ ଆସନଗୁଡ଼ିକ ମଧ୍ୟରେ ରହିଛି ମଥୁରା, ବୁଲନ୍ଦସହର, ମିରଟ,ଗାଜିଆବାଦ, ମୁଜାଫରନଗର, ହାପୁର, ସାମଲି, ବାଗପତ, ଆଲିଗଡ଼, ଆଗ୍ରା ଓ ଗୌତମ ବୁଦ୍ଧ ନଗର। ପ୍ରଥମ ପର୍ଯ୍ୟାୟ ଆସନଗୁଡ଼ିକ ପାଇଁ ପ୍ରାୟ ୬୨୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ଏହି ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀମାନେ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂ, କଂଗ୍ରେସର ପଙ୍ଖୁଡି ପାଠକ, ଆଗ୍ରା ରୁରାଲର ବେବି ରାଣୀ ମୌର୍ଯ୍ୟ, କାଇରାନାରା ମ୍ରିଗାଙ୍କ ସିଂ ପ୍ରମୁଖ। ଏହି ପର୍ଯ୍ୟାୟରେ ପ୍ରାୟ ୨.୨୭ କୋଟି ମତଦାତାଙ୍କ ଅଛନ୍ତି। ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଓ ଫଳାଫଳ ୧୦ ମାର୍ଚ୍ଚରେ ପ୍ରକାଶ ପାଇବ।

Share Now:

Kalinga News Beuro

Next Post

ଭଗବାନପୁରକୁ ସ୍ଥାନାନ୍ତରିତ ହେବ ୟୁନିିଟ-୧ ପରିବା ହୋଲସେଲ୍‌ ମାର୍କେଟ

Thu Feb 10 , 2022
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ୟୁନିିଟ-୧ ପରିବା ହୋଲସେଲ ମାର୍କେଟ ସ୍ଥାନାନ୍ତରିତ ହେବ। ଏହି ହୋଲସେଲ୍‌ ପରିବା ହାଟ ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ସ୍ଥାନାନ୍ତରିତ ହେବ ବୋଲି ବିଏମ୍‌ସି ଅତିରିକ୍ତ କମିସନର ବିନୟ କୁମାର ଦାସ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭଗବାନପୁରରେ ପରିବା ହୋଲସେଲ ମାର୍କେଟ ଲାଗି ଶୀତଳଭଣ୍ଡାର ଠାରୁ ଆରମ୍ଭ କରି ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିବ। ଏଥିଲାଗି […]
ସ୍ଥାନାନ୍ତରିତ ହେବ ୟୁନିଟ-୧ ପରିବା ମାର୍କେଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial