ଭଗବାନପୁରକୁ ସ୍ଥାନାନ୍ତରିତ ହେବ ୟୁନିିଟ-୧ ପରିବା ହୋଲସେଲ୍‌ ମାର୍କେଟ

ସ୍ଥାନାନ୍ତରିତ ହେବ ୟୁନିଟ-୧ ପରିବା ମାର୍କେଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ୟୁନିିଟ-୧ ପରିବା ହୋଲସେଲ ମାର୍କେଟ ସ୍ଥାନାନ୍ତରିତ ହେବ। ଏହି ହୋଲସେଲ୍‌ ପରିବା ହାଟ ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ସ୍ଥାନାନ୍ତରିତ ହେବ ବୋଲି ବିଏମ୍‌ସି ଅତିରିକ୍ତ କମିସନର ବିନୟ କୁମାର ଦାସ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭଗବାନପୁରରେ ପରିବା ହୋଲସେଲ ମାର୍କେଟ ଲାଗି ଶୀତଳଭଣ୍ଡାର ଠାରୁ ଆରମ୍ଭ କରି ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିବ। ଏଥିଲାଗି ଭଗବାନପୁରରେ ୧୦ ଏକର ଜମି ଚିହ୍ନଟ ହୋଇସାରିଛି। ସହର ଭିତରେ ଗହଳି କମାଇବା ସହ ଟ୍ରାଫିକ ସମସ୍ୟା ଦୂର ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ୟୁନିଟ-୧ ପରିବା ହୋଲସେଲ ହାଟ ସ୍ଥାନାନ୍ତର ପାଇଁଁ ଆଜି ବିଏମସି କାର୍ଯ୍ୟାଳୟରେ ପ୍ରାରମ୍ଭିକ ବୈଠକ ବସିଥିଲା। ବିଏମସି ଅତିରିକ୍ତ କମିସନର ଶ୍ରୀ ଦାସ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ସୁନ୍ଦରଗଡ଼ ଏଡିଏମ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ଉ : ୨ କୋଟିର ଏଫ୍‌ଡି ଠାବ୍‌, ୩୫୦ ଗ୍ରାମ୍‌ ସୁନାଗହଣା ଜବତ

Fri Feb 11 , 2022
ସୁନ୍ଦରଗଡ଼: ଚାକିରିରୁ ଅବସର ନେବାର ୧୮ ଦିନ ପୂର୍ବରୁ ସୁନ୍ଦରଗଡ଼ର ଅତିରିକ୍ତ ଜିିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଆଜି ଭିଜିଲାନ୍ସ ହାାତରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଡିଏମ୍‌ ଶ୍ରୀ ମହାପାତ୍ରଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୨ କୋଟି ଟଙ୍କାର ବ୍ୟାଙ୍କ ଏଫ୍‌ଡି, ସଞ୍ଚୟ ଟଙ୍କା ଓ ଜୀବନ ବୀମା ପଲିସି ଥିବା ଜଣାପଡ଼ିଛି। ଭିଜିଲାନ୍ସ […]
ସୁନ୍ଦରଗଡ଼ ଏଡିଏମ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial