କମିଶନରେଟ୍ ପୁଲିସ୍ କବଜାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍

ପୁଲିସ୍ କବଜାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍

ଭୁବନେଶ୍ବର : କମିଶନରେଟ୍ ପୁଲିସ ହାତରେ ଧରା ପଡ଼ିଛନ୍ତି ୭ଜଣିଆ ଲୁଟେରା ଗ୍ୟାଙ୍ଗ୍। ସେମାନଙ୍କ ପାଖରୁ ୨୧ଟି ମୋବାଇଲ, ଗୋଟିଏ ରକ୍ତ ଲଗା ଖଣ୍ଡା, ସୁନା ମୁଦି, ଟଙ୍କା ଜବତ କରିଛି ନୂଆପଲ୍ଲୀ ଥାନା ପୁଲିସ। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାତିରେ ଏକୁଟିଆ ଯାଉଥିବା ବ୍ୟକ୍ତିଙ୍କୁ ସେମାନେ ଟାର୍ଗେଟ୍ କରୁଥିଲେ। ଏହି ଗ୍ୟାଙ୍ଗ କଳିଙ୍ଗ ଟିଭି ସାମ୍ବାଦିକଙ୍କ ଠାରୁ ମଧ୍ୟ ଲୁଟିଥିଲେ। ୭ ଜଣଙ୍କ ମଧ୍ୟରୁ ୪ ଜଣ ଲୁଟେରା, ଜଣେ ରିସିଭର, ଜଣେ ମୋବାଇଲ ଲକ ବ୍ରେକର, ଆଉ ଜଣେ ଓୟୋ ହୋଟେଲ ମ୍ୟାନେଜର। ଏହି ଲୁଟେରାଙ୍କ ନାମରେ କମିଶନରେଟ୍ ପୁଲିସର ବିଭିନ୍ନ ଥାନାରେ ୧୮ ଟି ଲୁଟ୍ ମାମଲା ରହିଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢଉ କରୁଛି ପୁଲିସ୍।

Share Now:

Kalinga News Beuro

Next Post

ଅମୃତ ଷ୍ଟୋର୍‌ରେ ବିକ୍ରି ହେଉଛି ଏମ୍ସର ମାଗଣା ଇଂଜେକ୍‌ସନ

Mon Feb 21 , 2022
ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସ ପରିସରସ୍ଥ ଅମୃତ ମେଡିକାଲ୍‌ ଷ୍ଟୋର୍‌ରେ ବିକ୍ରି ହେଉଛି ଏମ୍ସ ପକ୍ଷରୁ ରୋଗୀଙ୍କୁ ମିଳିବାକୁ ଥିବା ମାଗଣା ଇଂଜେକ୍‌ସନ। ଅର୍ଥାତ ରୋଗୀଙ୍କୁ ମାଗଣାରେ ଦେବା ପାଇଁ ଏମ୍ସ ଯେଉଁ ଔଷଧ, ଇଂଜେକ୍‌ସନ କ୍ରୟ କରୁଛି, ତାକୁ କିଏ ଔଷଧ ଦୋକାନୀକୁ ବିକ୍ରି କରି ଦେଉଥିବା ସ୍ପଷ୍ଟ ହୋଇଛି। ରୋଗୀଙ୍କୁ ବିନା ଦେୟରେ ମିଳିବାକୁ ଥିବା ଔଷଧ ଓ ଇଂଜେକ୍‌ସନ୍‌ ବିକି ଦୋକାନୀ ଫାଇଦା ଉଠାଉଥିବା ଅଭିଯୋଗ ହେଉଛି। […]
ଅମୃତ ଷ୍ଟୋର୍‌ରେ ଏମ୍ସର ମାଗଣା ଇଂଜେକ୍‌ସନ ବିକ୍ରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial