ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ

ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦ ଅଞ୍ଚଳର ଜଣେ ନାବାଳକକୁ ଏକ ଟ୍ୟୁସନ୍ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ସହରର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ବେଳେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନାହିଁ । ଅଭିଯୋଗ ଅନୁସାରେ, ୧୮ ତାରିଖ ସନ୍ଧ୍ୟା ସାଢ଼େ ୬ଟା ସମୟରେ ଜଣେ ୧୦ ବର୍ଷର ନାବାଳକୁ ମୁକୁନ୍ଦପ୍ରସାଦ ଅଞ୍ଚଳର ଜଣେ ଟ୍ୟୁସନ ଶିକ୍ଷକ ବଳପୂର୍ବକ ନିଜ ଘରକୁ ନେଇ ଅପ୍ରାକୃତିକ ଯୌନକ୍ରିୟା କରିବାକୁ ଚେଷ୍ଟା କରିଥିଲା। ତେବେ କୌଣସି ମତେ ନାବାଳକ ଜଣକ ସେଠାରୁ ଖସି ଆସି ଘରେ ପହଞ୍ଚିଥିଲା। ସେହିଦିନ ଠାରୁ ସେ ଅସୁସ୍ଥ ହୋଇପଡ଼ିଲା। ଆଜି ଏନେଇ ପରିବାର ଲୋକ ପଚାରିବାରେ ସେ ଘଟଣା ସମ୍ପର୍କରେ କହିଥିଲା। ଏହାପରେ ନାବାଳକର ପିତା ଶିଳ୍ପାଞ୍ଚଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ସୂଚନା ରହିଛି। ତେବେ ଏନେଇ ଖୋର୍ଦ୍ଧା ଟାଉନ୍ ଥାନା ଅଧିକାରୀଙ୍କୁ ପଚାରିବାରେ ସନ୍ଧ୍ୟା ପୂର୍ବରୁ ଏଭଳି କୌଣସି ଅଭିଯୋଗ ହୋଇନଥିବା ଓ ପରେ ହୋଇଥିବ କି ନାହିଁ ସେ ପଚାରି କହିବେ ବୋଲି କହିଥିଲେ।

Share Now:

Kalinga News Beuro

Next Post

ମହାଶିବରାତ୍ରୀ : ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

Wed Feb 23 , 2022
ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୧ ତାରିଖରେ ପଡ଼ୁଥିବା ମହାଶିବରାତ୍ରୀ ପାଇଁ ନୀତିନିଘଣ୍ଟ ଚୂଡ଼ାନ୍ତ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ବସିଥିବା ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଭକ୍ତମାନେ ମନ୍ଦିର ଭିତରେ କୋଭିଡ୍ କଟକଣା ମଧ୍ୟରେ ଦୀପ ଜାଳିପାରିବେ। ତେବେ ଗର୍ଭଗୃହ ଭିତରକୁ ଅନୁମତି ଦିଆଯିବନାହିଁ। କୋଭିଡ୍ […]
ମହାଶିବରାତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial