ୟୁକ୍ରେନର ୭୪ ସାମରିକ ବେସକୁ ଧ୍ୱଂସ କଲା ଋଷ

ୟୁକ୍ରେନର ୭୪ ସାମରିକ ବେସକୁ ଧ୍ୱଂସ କଲା ଋଷ

ୟୁକ୍ରେନ ଆକ୍ରମଣରେ ୧୦୦ରୁ ଅଧିକ ଋଷ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପ୍ରତି ସେକେଣ୍ଡରେ ବଦଳିବାରେ ଲାଗିଛି ୟୁକ୍ରେନର ସ୍ଥିତି। ଧିରେ ଧିରେ ଋଷ ସେନା ୟୁକ୍ରେନ ଭିତରକୁ ପ୍ରବେଶ କରିଚାଲିଥିବା ବେଳେ ଅନେକ ଲୋକଙ୍କର ପ୍ରାଣହାନୀ ହୋଇସାରିଥିବା ନେଇ ଖବର ମିଳୁଛି। ଏମଧ୍ୟରେ ଋଷ ଏକ ବଡ଼ ଦାବି କରିଛି। ରୁଷୀୟ ସେନା ଦାବି କରିଛି ଯେ ୟୁକ୍ରେନର ୭୪ ସାମରିକ ବେସକୁ ଧ୍ୱଂସ କରାଯାଇଛି। ଏଥି ସହିତ, ହେନିଚେସ୍କ ଏବଂ ନୋଭା କହୋଭ୍କାଙ୍କୁ କାବୁ କରିଛି ଋଷ ସେନା। ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ପୁଟିନ ଋଷବାସୀଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ନାଗରିକମାନଙ୍କୁ ଦେଶରେ ଯୁଦ୍ଧ ବିରୋଧୀ ପ୍ରଦର୍ଶନରେ ଅଂଶଗ୍ରହଣ ନକରିବାକୁ ଚେତାବନୀ ଦେଇଛନ୍ତି ପୁଟିନ। ଅନ୍ୟପକ୍ଷରେ ୟୁକ୍ରେନ ଦାବି କରିଛି ଯେ, ଋଷ-ୟୁକ୍ରେନରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଋଷ ସୈନିକଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଋଷର ୭ଟି ବିମାନ ଏବଂ ୩ଟି ହେଲିକପ୍ଟର ମଧ୍ୟ ନଷ୍ଟ କରାଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଷ୍ଟ୍ରିଆ, ଜର୍ମାନୀ ଏବଂ ଫ୍ରାନ୍ସ ସହ ଆଲୋଚନା ପରେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଆମେ ପୁଟିନ ବିରୋଧୀ ମେଣ୍ଟ ଗଠନ କରୁଛୁ। ସେ କରିଥିବା ଭୁଲ ପାଇଁ ତାଙ୍କୁ ଉଚିତ୍ ଜବାବ ଦିଆଯିବ। ତେବେ ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାତୀୟ ସୁରକ୍ଷା ପରିଷଦ ବୈଠକ କରିଛନ୍ତି। ଆର୍ଥିକ କଟକଣା ଲଗାଇବା ପରେ ଆମେରିକାର ଆଗାମୀ ପଦକ୍ଷେପ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Share Now:

Kalinga News Beuro

Next Post

ଶ୍ରୀଲଙ୍କା ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

Thu Feb 24 , 2022
ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦ରେ ଭାରତ ଶ୍ରୀଲଙ୍କା ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ଓ୍ବିକେଟ ହରାଇ ୧୯୯ ରନ କରିଥିଲା। ଓପନର ଇଶାନ କିଷନ […]
ଶ୍ରୀଲଙ୍କା ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial