ନବୀନ ନିବାସରେ ପହଞ୍ଚିଲେ ସମସ୍ତ ନୂଆ ମନ୍ତ୍ରୀ : ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ନବୀନ ନିବାସରେ ପହଞ୍ଚିଲେ ସମସ୍ତ ନୂଆ ମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ କ୍ୟାବିନେଟର ମନ୍ତ୍ରୀମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୨ ଜଣ ନୂଆ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ ୯ ଜଣ ପୁରୁଣା ବିଧାୟକଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇଛି। ନବୀନଙ୍କ ନୂଆ ଟିମରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଇତିମଧ୍ୟରେ ଆଜି ଦାୟିତ୍ୱ ଗ୍ରହଣ କରିଥିବା ନୂଆ ମନ୍ତ୍ରୀମାନେ ନବୀନ ନିବାସରେ ପହଞ୍ଚିଛନ୍ତି। ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ମଧ୍ୟ ଅର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ। ଆଗକୁ ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ ଆସୁଥିବା ବେଳେ ନବୀନ ନବଗଠିତ ଟିମର ସଦସ୍ୟମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ ଯେ, ଦୀର୍ଘ ୨୫ ବର୍ଷ ଧରି ରାଜନୀତିରେ ସକ୍ରିୟ ରହିଆସିଥିବା ନବୀନ ସମଗ୍ର ଭାରତବର୍ଷରେ ଏକ ସ୍ୱତନ୍ତ୍ର ରେକର୍ଡ ସ୍ଥାପନ କରିଛନ୍ତି। ନବୀନ ସର୍ବଦା ନିଜସ୍ୱ ଷ୍ଟାଇଲରେ କିଛି ନୂଆ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକମା ଦେଇଥାନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କର ପୁରୁଣା ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ। ପରେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ଯାଉଥିବା ବିଧାୟକଙ୍କ ନିକଟକୁ ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ଫୋନ୍ କଲ୍। କିଛିଦିନ ଧରି ଶାନ୍ତ ରହିଥିବା ରାଜଧାନୀର ରାଜନୀତି ଗତକାଲି ହଠାତ୍ ଚଳଚଞ୍ଚଳ ହୋଇଉଠିଥିଲା।

Share Now:

Kalinga News Beuro

Next Post

ଆଜି ବିଶ୍ୱ ପରିବେଶ ଦିବସ : ଜାଣନ୍ତୁ କେବେ ହୋଇଥିଲା ଆରମ୍ଭ ? କ’ଣ ରହିଛି ଏହାର ଉଦ୍ଦେଶ୍ୟ ?

Sun Jun 5 , 2022
ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁନ ୫ କୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଏ। ଲୋକଙ୍କ ମଧ୍ୟରେ ପରିବେଶ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏହି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଆସୁଛି। ପ୍ରକୃତି ଆମ ଜୀବନର ଏକ ମୁଖ୍ୟ ଅଂଶ ଏବଂ ଏହାର ସୁରକ୍ଷା କରିବା ହେଉଛି ଆମର ଦାୟିତ୍ୱ। ପ୍ରକୃତିର ସବୁଜିମା ହିଁ ଆମ ଜୀବନ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। […]
ଆଜି ବିଶ୍ୱ ପରିବେଶ ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial