ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନକୁ ଅନୁମୋଦନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପିପଲ୍‌ସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବାର ଦିନକ ପରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନକୁ ଅନୁମୋଦନ କରିଛନ୍ତି।

ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ରାଜ୍ୟପାଳ ଏନ୍‌ଏନ୍‌ ବୋରା ରାଜ୍ୟରେ ଶାସନ କରିବେ। ଏହା ହେବ ତାଙ୍କର ଚତୁର୍ଥ ପାଳି ଶାସନ। ୨୦୦୮, ୨୦୧୫ ଏବଂ ୨୦୧୬ରେ ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଥିଲା। ଆଉ ଅଳ୍ପ କିଛି ଦିନ ପରେ ବୋରା ତାଙ୍କର ଦ୍ୱିତୀୟ ପାଳି ଶେଷ କରିବାକୁ ଯାଉଥିଲେ। ଏବେ କିନ୍ତୁ, ଅଗଷ୍ଟ ୨୬ ତାରିଖ, ‘ଅମରନାଥ ଯାତ୍ରା’ ଶେଷ ହେବା ଯାଏଁ ସେ ରାଜଭବନରେ ରହିବେ।

ଗତକାଲି ବିଜେପି ସମର୍ଥନ ପ୍ରତ୍ୟାହାର କରିନେବା ପରେ ପିଡିପି ନେତ୍ରୀ ଓ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ରାଜ୍ୟପାଳ ବୋରାଙ୍କୁ ଇସ୍ତଫା ପତ୍ର ଦେଇଥିଲେ। ଗତ ସନ୍ଧ୍ୟାରେ ରାଜ୍ୟର ମୁଖ୍ୟ ରାଜନୈତିକ ଦଳଗୁଡ଼ିକ ସହ ପରାମର୍ଶ କରିବା ପରେ ରାଜ୍ୟପାଳ ବୋରା ଜମ୍ମୁ ଓ କଶ୍ମୀର ସମ୍ବିଧାନର ଧାରା ୯୨ ଆଧାରରେ ରାଜ୍ୟପାଳ ଶାସନ ଜାରି କରିବା ପାଇଁ ଭାରତର ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ହାଇଟେକ ଭିକାରି:ବସ୍‌ ଓ ଟ୍ରେନ୍‌ ଛାଡ଼ି ବିମାନରେ ଚଢ଼ି ଭିକ ମାଗିଲା

Thu Jun 21 , 2018
ଇସଲାମାବାଦ: ଭିକାରି ବସ୍‌ ଓ ଟ୍ରେନ୍‌ରେ ଭିକ ମାଗିବା ପରେ ବିମାନରେ ଭିକ ମାଗିବାର ସ୍ୱପ୍ନ ଦେଖୁଥିବାର ଦୃଶ୍ୟ ଆମେ ସିନେମାରେ ହିଁ ଦେଖିଛେ। କିନ୍ତୁ ନିକଟରେ କରାଚିର ଏକ ବିମାନରେ ଜଣେ ଭିକାରି ପଶି ଆସି ଭିକ ମାଗୁ ଥିବାର ବାସ୍ତବ ଦୃଶ୍ୟ ଦେଖୁବାକୁ ମିଳିଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିମାନରେ ବସିଥିବା ଯାତ୍ରୀ ଭିକାରିକୁ ବିମାନ ଭିତରେ ଦେଖି ଆଶ୍ଚର୍ଯ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial