ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ-ତେଜସ୍ବୀ

ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବ

ପାଟନା: ମଙ୍ଗଳବାର ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡି(ୟୁ) ନେତା ନୀତୀଶ କୁମାର। ବିଜେପି ହାତ ଛାଡ଼ି ଏବେ ପୁରୁଣା ସାଥୀ ଆରଜେଡି ହାତ ଧରିଛନ୍ତି ନୀତୀଶ। ଆରଜେଡି ସହ ମେଣ୍ଟ କରି ବୁଧବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ। ଏହା ସହିତ ଆରଜେଡି ନେତା ଏବଂ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଫାଗୁ ଚୌହାନ ରାଜ ଭବନରେ ଉଭୟ ନେତାଙ୍କୁ ଶପଥ ପାଠ କରାଇଛନ୍ତି। ୨୨ବର୍ଷ ମଧ୍ୟରେ ଆଜି ଅଷ୍ଟମ ଥର ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୨୦୦୦ ମସିହାରେରେ ସେ ସର୍ବପ୍ରଥମେ ୭ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୦୫ ନଭେମ୍ବର ୨ରେ ଦ୍ବିତୀୟ ଥର, ୨୦୧୦ ନଭେମ୍ବର ୩ରେ ତୃତୀୟ ଥର, ୨୦୧୫ ଫେବୃଆରୀ ୪ରେ ଚତୁର୍ଥ ଥର, ୨୦୧୫ ନଭେମ୍ବର ୫ରେ ପଞ୍ଚମ ଥର, ୨୦୧୭ ଜୁଲାଇ ୬ରେ ଷଷ୍ଠ ଥର ଏବଂ ୨୦୨୦ ନଭେମ୍ବର ୭ରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ। ତେବେ ୫ ବର୍ଷ ତଳେ ନୀତୀଶ ଯେଉଁ ଆରଜେଡି ସହ ସଂପର୍କ ଚ୍ଛିନ୍ନ କରି ବିଜେପିର ହାତ ଧରି ଶାସନ ଚଳାଇଥିଲେ, ଆଜି ପୁଣି ସେହି ଆରଜେଡି ସହ ମିଶି ସରକାର ଗଢ଼ିବା ଲାଗି ବିଜେପିର ହାତ ଛାଡ଼ିଛନ୍ତି। ତାଙ୍କର ଏହି ରାଜନୈତିକ ଖେଳ ଆଜି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

Share Now:

Kalinga News Beuro

Next Post

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଥର ନୀତୀଶଙ୍କୁ ପଚାରିଥିଲେ କିଛି ଅସୁବିଧା ଅଛି କି?

Wed Aug 10 , 2022
ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି କରିବାକୁ ଚାଁହୁଥିଲା ଜେଡିୟୁ: ସୁଶୀଲ ମୋଦୀ ପାଟନା: ବିଜେପି ସହ ମେଣ୍ଟ ଭଙ୍ଗ କରି ଆଜି ନୀତୀଶ କୁମାର ଆରଜେଡି ସହ ମିଶି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଉ ଏହାକୁ ନେଇ ବିହାରର ବରିଷ୍ଠ ବିଜେପି ନେତା ସୁଶୀଲ ମୋଦୀ ନୀତୀଶଙ୍କୁ କଡା ଆକ୍ରମଣ କରିଛନ୍ତି। ବିହାରରେ ବିଜେପିର ସାମ୍ବାଦିକ ସମ୍ମିଳନୀରେ ସୁଶୀଲ ମୋଦୀ ଅଭିଯୋଗ କରିଛନ୍ତି ଯେ ଜେଡିୟୁ ନୀତୀଶ କୁମାରଙ୍କୁ ଉପ-ରାଷ୍ଟ୍ରପତି […]
ସୁଶୀଲ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial