୯ସେକେଣ୍ଡରେ ମାଟିରେ ମିଶିଲା ନଏଡାର ଟ୍ବିନ ଟାୱାର୍ସ

ନଏଡାର ଟ୍ବିନ ଟାୱାର୍ସ

ନୂଆଦିଲ୍ଲୀ: ନଏଡାର ସେକ୍ଟର ୯୩ଏରେ ଅବସ୍ଥିତ ସୁପରଟେକ୍ ଟ୍ୱିନ୍ ଟାୱାର୍ସକୁ ଭାଙ୍ଗି ଦିଆଯାଇଛି। ୩୭୦୦କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରି ନଏଡାର ସେକ୍ଟର ୯୩ଏରେ ଥିବା ଟ୍ୱିନ୍ ଟାୱାର୍ସକୁ ଭଙ୍ଗାଯାଇଛି। ଏହାର ନିର୍ମାଣ ପାଇଁ ୯ବର୍ଷ ସମୟ ଲାଗିଥିବା ବେଳେ ଭାଙ୍ଗିବା ପାଇଁ ୯ସେକେଣ୍ଡ ଲାଗିଛି। ଏତେ ବଡ଼ ଅଟ୍ଟାଳିକା କିଭଳି ଭାବେ କିଛି ସେକେ‌ଣ୍ଡରେ ମାଟିରେ ମିଶିଗଲା, ତାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଟ୍ୱିନ୍ ଟାୱାର୍ସକୁ ଧ୍ବଂସ କରିବା ପାଇଁ ଉକ୍ତ କୋଠାର ବିଭିନ୍ନ ମହଲାରେ ୯୬୪୦ଟି ଗାତ ଖୋଳାଯାଇଥିଲା। ପ୍ରତ୍ୟେକ ଗାତର ଗଭୀରତା ୨.୬୪୩ ମିଲିମିଟର ରହିଥିଲା। ୩୭୦୦ କିଲୋଗ୍ରାମରୁ ଅଧିକ ବିସ୍ଫୋରକ ଏସବୁ ଗାତରେ ରଖାଯାଇଥିଲା। ଗୋଟିଏ ଲେଖାଏଁ ଗାତରେ ୨୫୦ ଗ୍ରାମରୁ ୧ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ରହିଥିଲା। ଅଟ୍ଟାଳିକା ଭଙ୍ଗାର ‌ରେକର୍ଡିଂ ପାଇଁ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଥିଲା। ଏହି ବିଶାଳ ଅଟ୍ଟାଳିକା ମାଟିରେ ମିଶିବା ସମୟରେ ସେହି ଅଞ୍ଚଳରେ ବହୁମାତ୍ରାରେ ଧୂଳି ଉଡ଼ିବାର ସମ୍ଭବନା ଥିବାରୁ ତାହାକୁ ନିୟନ୍ତ୍ରଣ କରିବା ଏବଂ ତାହାର ପ୍ରଭାବ ଯେଭଳି କମ୍ ବ୍ୟାପିବ ସେଥିପାଇଁ ସଫେଇ ମେସିନ, ଆଣ୍ଟି ସ୍ମଗ୍ ଗନ ଏବଂ ପାଣି ସିଞ୍ଚନ ଯନ୍ତ୍ର ଆଦି ରଖାଯାଇଥିଲା। ଏଥିସହିତ ଆଖପାଖରେ ଥିବା ଅଟ୍ଟାଳିକାକୁ ଘୋଡ଼ାଇ ରଖାଯାଇଥିଲା। ଏପର୍ଯ୍ୟନ୍ତ ଆଖପାଖରେ ଥିବା ଘରର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।
ତେବେ ନଏଡ଼ାର ସେକ୍ଟର ୯୩-ଏରେ ଥିବା ସୁପ‌ରଟେକ୍‌ର ଦୁଇଟି ଯାକ ଅଟ୍ଟାଳିକାରେ ମୋଟ ୭.୫ ଲକ୍ଷ ବର୍ଗଫୁଟର ନିର୍ମାଣ ହୋଇଥିଲା। ‌ଆପେକ୍ସ ଅଟ୍ଟାଳିକାର ଉଚ୍ଚତା ୧୦୩ ମିଟର ହୋଇଥିବାବେଳେ ସିୟେନ ଅଟ୍ଟାଳିକାର ଉଚ୍ଚତା ଥିଲା ୯୭ ମିଟର। ପ୍ରକଳ୍ପ ନିର୍ମାଣ ପାଇଁ ବର୍ଗଫୁଟ୍‌ ପିଛା ୯୩୩ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ତେଣୁ ଦ୍ବୈତ ଅଟ୍ଟାଳିକାର ନିର୍ମାଣ ଖର୍ଚ୍ଚ ୭୦ କୋଟି ଥିଲା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏହାକୁ ଭାଙ୍ଗିବା ପାଇଁ ୨୦ କୋଟି ଟଙ୍କା ବ୍ୟୟ ହେବ। ଏଥିରୁ ପ୍ରାୟ ୫ କୋଟି ଟଙ୍କା ସୁପରଟେକ୍ ପ୍ରଦାନ କରିବ। ଅବଶିଷ୍ଟ ୧୫ କୋଟି ଟଙ୍କା ଲୁହା ଓ ଡେବ୍ରିସ ବିକ୍ରିରୁ ସଂଗ୍ରହ କରାଯିବ।

Share Now:

Kalinga News Beuro

Next Post

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିଲେ ୫୦୦୦ ଟଙ୍କା ଜରିମାନା : ଶ୍ରୀନଗର କଲେଜର ଆଦେଶ

Sun Aug 28 , 2022
ଶ୍ରୀନଗର: ଆଜି ହେବାକୁ ଥିବା ଭାରତ-ପାକିସ୍ତାନ ଏସିଆ କପ୍‌ କ୍ରିକେଟ୍‌ ମ୍ୟାଚ୍‌କୁ ଦଳବଦ୍ଧ ହୋଇ ନ ଦେଖିବା ଓ ସେ ବିଷୟରେ କୌଣସି କଥା ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ନ କରିବା ଲାଗି ଶ୍ରୀନଗରସ୍ଥିତ ‘ଦି ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’ (ଏନ୍‌ଆଇଟି) ତା’ର ଶିକ୍ଷାର୍ଥୀମାନଙ୍କୁ କହିଛି। ମ୍ୟାଚ୍‌ ସମୟରେ ନିଜ ନିଜର କୋଠରିରେ ରହିବାକୁ ଶିକ୍ଷାର୍ଥୀମାନଙ୍କ ପ୍ରତି ଶିକ୍ଷାର୍ଥୀ କଲ୍ୟାଣର ଡିନ୍‌ ଜାରି କରିଥିବା ବିଜ୍ଞପ୍ତିରେ ଉକ୍ତ ଶିକ୍ଷା […]
ମ୍ୟାଚ୍‌ ଦେଖିଲେ ୫୦୦୦ ଟଙ୍କା ଜରିମାନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial