ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିଲେ ୫୦୦୦ ଟଙ୍କା ଜରିମାନା : ଶ୍ରୀନଗର କଲେଜର ଆଦେଶ

ମ୍ୟାଚ୍‌ ଦେଖିଲେ ୫୦୦୦ ଟଙ୍କା ଜରିମାନା

ଶ୍ରୀନଗର: ଆଜି ହେବାକୁ ଥିବା ଭାରତ-ପାକିସ୍ତାନ ଏସିଆ କପ୍‌ କ୍ରିକେଟ୍‌ ମ୍ୟାଚ୍‌କୁ ଦଳବଦ୍ଧ ହୋଇ ନ ଦେଖିବା ଓ ସେ ବିଷୟରେ କୌଣସି କଥା ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ନ କରିବା ଲାଗି ଶ୍ରୀନଗରସ୍ଥିତ ‘ଦି ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’ (ଏନ୍‌ଆଇଟି) ତା’ର ଶିକ୍ଷାର୍ଥୀମାନଙ୍କୁ କହିଛି। ମ୍ୟାଚ୍‌ ସମୟରେ ନିଜ ନିଜର କୋଠରିରେ ରହିବାକୁ ଶିକ୍ଷାର୍ଥୀମାନଙ୍କ ପ୍ରତି ଶିକ୍ଷାର୍ଥୀ କଲ୍ୟାଣର ଡିନ୍‌ ଜାରି କରିଥିବା ବିଜ୍ଞପ୍ତିରେ ଉକ୍ତ ଶିକ୍ଷା ପ୍ରତିଷ୍ଠାନର ପ୍ରଶାସନ କହିଛି। ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ଦୁବାଇର ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଚାଲିଥିବା କ୍ରିକେଟ୍‌ ସିରିଜ୍‌ରେ କେତେକ ଦେଶ ଭାଗ ନେଉଥିବା କଥା ଶିକ୍ଷାର୍ଥୀମାନେ ଜାଣନ୍ତି। କ୍ରିକେଟକୁ ଗୋଟାଏ ଖେଳ ବୋଲି ବିଚାର କରିବା ଲାଗି ଶିକ୍ଷାର୍ଥୀମାନଙ୍କୁ ଜଣାଇ ଦିଆଯାଉଛି। ତେଣୁ, ସେମାନେ ଖେଳ କଥାରେ ପ୍ରତିଷ୍ଠାନ କିମ୍ବା ହଷ୍ଟେଲ୍‌ରେ କୌଣସି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ। ଆଜିର ମ୍ୟାଚ୍‌ ବେଳେ ଶିକ୍ଷାର୍ଥୀମାନେ କେହି କାହାରି କୋଠରିକୁ ନ ଯାଇ ନିଜ ନିଜ କୋଠାରିରେ ରହିବାକୁ ନିର୍ଦ୍ଦେଶ ଆସିଛି। ସେମାନେ ମଧ୍ୟ ସଂଘବଦ୍ଧ ହୋଇ ମ୍ୟାଚ୍ ଦେଖନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି।
ଯଦି କୌଣସି ଶିକ୍ଷାର୍ଥୀଦଳ ନିର୍ଦ୍ଦିଷ୍ଟ କୌଣସି କୋଠରିରେ ବସି ଖେଳ ଦେଖୁଥିବା ଜଣାପଡ଼େ, ତେବେ ସେ କୋଠରିଟି ଯେଉଁ ଛାତ୍ର/ଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ତାଙ୍କୁ ସେଠାରୁ ବାହାର କରି ଦିଆଯିବ ଏବଂ ଦଳରେ ଥିବା ସବୁ ଶିକ୍ଷାର୍ଥୀଙ୍କ ଉପରେ ମୋଟ୍‌ ଉପରେ ୫୦୦୦ ଟଙ୍କା ଜରିମାନ କରାଯିବ ବୋଲି ‘ଏନ୍‌ଆଇଟି’ କହିଛି। ସୂଚନାଯୋଗ୍ୟ, ୨୦୧୬ରେ ‘ଟି-୨୦’ ବିଶ୍ବ କପ୍‌ ସେମି-ଫାଇନାଲ୍‌ରେ ଭାରତ ୱେଷ୍ଟଇଣ୍ଡିଜ୍‌ଠାରୁ ପରାସ୍ତ ହେବା ପରେ ସ୍ଥାନୀୟ ଏବଂ ବାହାର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ କିଛି ଦିନ ପାଇଁ ‘ଏନ୍‌ଆଇଟି’କୁ ବନ୍ଦ ରଖାଯାଇଥିଲା।

Share Now:

Kalinga News Beuro

Next Post

ଶ୍ବେତା ଆତ୍ମହତ୍ୟା ମାମଲା : ବ୍ୟାଙ୍କ ଲୋନ୍‌ ଟଙ୍କା ଗଲା କୁଆଡ଼େ?

Sun Aug 28 , 2022
ଚନ୍ଦ୍ରଶେଖରପୁର: ସପ୍ଟୱେର ଇଂଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାର ଖୋଳତାଡ଼ରୁ ‌ଆଜି ଆଉ ଏକ ସନ୍ଦେହଜନକ କଥା ପୁଲିସ ତଦନ୍ତ ପରିସରଭୁକ୍ତ ହୋଇଥିବା ଜଣାପଡ଼ିଛି। ଶ୍ବେତା ଏକ ବ୍ୟାଙ୍କରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଋଣ କରିଥିବା ଜଣାପଡ଼ିଛି। ଉକ୍ତ ଋଣରୁ ମାସିକ କିସ୍ତି ହିସାବରେ ସେ ସୁଝିଚାଲିଥିବା ମଧ୍ୟ ଜଣାପଡ଼ିଛି। ମାସିକ ଅଧ ଲକ୍ଷରୁ ଅଧିକ ଟଙ୍କା ଦରମା ପାଉଥିବା ଶ୍ବେତା କେଉଁ କାରଣରୁ ଏହି ବ୍ୟାଙ୍କ […]
ଶ୍ବେତା ଆତ୍ମହତ୍ୟା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial