ଚାଲିଚାଲି ହିଲଟପ୍‌ ଉପରକୁ ଗଲେ କନ୍ଧମାଳ ଜିଲ୍ଲାପାଳ

ଚାଲିଚାଲି ହିଲଟପ୍‌ ଉପରକୁ ଗଲେ କନ୍ଧମାଳ ଜିଲ୍ଲାପାଳ

ଘୁ.ଉଦୟଗିରି: ପ୍ରାକୃତିକ ସୌନ୍ଦର୍ଯ୍ୟ କନ୍ଧମାଳ ଜିଲ୍ଲାପାଳଙ୍କୁ ଆକର୍ଷିତ କରିଛି। ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଚାଲିଚାଲି ଆଜି ହିଲଟପ୍‌ଙ୍କୁ ପହଞ୍ଚିଛନ୍ତି। ପାହାଡ଼ର ଶିଖରରେ ସେ ଅନ୍ୟ ଅଧିକାରୀଙ୍କ ସହିତ ଏଠାକାର ବିକାଶ ନେଇ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଭୂମି। ଏଠାରେ ଘଞ୍ଚ ଜଙ୍ଗଲ, ସୁଉଚ୍ଚ ପାହାଡ଼-ପର୍ବତ, ଝରଣା, ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛୁ। ଏହି ଜିଲ୍ଲାର ଜଳବାୟୁ ଓ ପରିବେଶ ସମସ୍ତଙ୍କୁ ଆନନ୍ଦ ଦେଇଥାଏ। ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତର ମୁକୁଲିଙ୍ଗିଆ ଗାଁ ନିକଟରେ ଅବସ୍ଥିତ କାଲିଗାଡୁ ହିଲଟପ, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକୃଷ୍ଟ କରୁଛି।
ଇତିମଧ୍ୟରେ ଏହି ହିଲଟପ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଏହି ହିଲଟପକୁ ଯିବା ନିମନ୍ତେ ରାସ୍ତା କାମ ଚାଲିଛି। କିନ୍ତୁ କୌଣସି କାରଣ ବଶତଃ କାମ ବନ୍ଦ ରହିଥିବା ବେଳେ ଆଜି କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଅଚାନକ ଘୁ.ଉଦୟଗିରି ଗସ୍ତ କରି ସିଧା କାଲିଗାଡୁ ହିଲଟପ ନିକଟରେ ପହଞ୍ଚି ସେଠାରୁ ଚାଲିଚାଲି ହିଲଟପ୍‌ ଉପରକୁ ଯାଇଥିଲେ। ହିଲଟପରେ ଦୀର୍ଘ ସମୟ ବସି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଏହି ହିଲଟପ ର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ କଣ ଆବଶ୍ୟକ ତା ଉପରେ ଅନୁଧ୍ୟାନ କରିଥିଲେ।ସ୍ଥାନୀୟ ବିଡ଼ିଓ ଆଶିଷ ତ୍ରିପାଠୀ, ରେଞ୍ଜର ମିନାକ୍ଷୀ କୁମୁରା, ବ୍ଲକ ଏଇ ମଳୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ ଗିରଫ ମାମଲା : ପୁଲିସ ବଡ଼ବାବୁଙ୍କ ମୁଣ୍ଡରେ ଡେମୋକ୍ଲିସ୍ ଖଣ୍ଡା

Tue Oct 11 , 2022
ବରବାଦ୍‌ ହୋଇଯିବ ନେତାଙ୍କ ଭବିଷ୍ୟତ ଭୁବନେଶ୍ୱର: ନଗ୍ନ ଭିଡିଓ ଭାଇରାଲ୍‌ କରିବାର ଧମକରେ ବଡ଼ବଡ଼ିଆଙ୍କୁ ବ୍ଲାକ୍‌ମେଲିଂ କରିଥିବା ଅର୍ଚ୍ଚନା ନାଗ୍‌ ଗିରଫ ମାମଲା ଏବେ ରାଜ୍ୟ ରାଜନୀତିକୁ ହଲ୍‌ଚଲ୍‌ କରିରଖିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଅର୍ଚ୍ଚନା ଅଳିନ୍ଦରେ ଅତିଥି ହୋଇଥିବାର ଫଟୋ ଓ ଭିଡିଓ ଏବେ ସମଗ୍ର ରାଜ୍ୟରେ ଭାଇରାଲ୍ ହେବାରେ ଲାଗିଛି। ଏହି ଯୌନ ବ୍ୟଭିଚାର ପ୍ରସଙ୍ଗକୁ ନେଇ ରାଜନୈତିକ ଦଳଗୁଡ଼ିକ ଭିତରେ ଚାପା ଅସନ୍ତୋଷ ସୃଷ୍ଟି […]
ଅର୍ଚ୍ଚନା ନାଗ ଗିରଫ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial