ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା

ଭୁବନେଶ୍ବର: ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗ ଡିସିପିଙ୍କୁ ନିର୍ଦେଶ ଦେଇଥିବା ଜଣାଯାଇଛି। ଅକ୍ଟୋବର ୧୨ ତାରିଖ (ଆଜି) ସୁଦ୍ଧା ବର୍ତ୍ତମାନର ଅନୁସନ୍ଧାନ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ।
ଉଲ୍ଲେଖଯୋଗ୍ୟ, ଜୁଲାଇ ୨ ତାରିଖରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତି କାରୁବାକୀ ଛାତ୍ରୀନିବାସରେ ଆତ୍ମହତ୍ୟା କରିଥିଲେ। ୩ ସିନିୟର୍ ଛାତ୍ରୀଙ୍କ ମାନସିକ ନିର୍ଯାତନା କାରଣରୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଥିଲେ। ଏଣେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ହସ୍ତକ୍ଷେପ କରିଥିଲେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି)। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଏବଂ ଭୁବନେଶ୍ବର କମିସନର ଅଫ୍ ପୋଲିସ (ସିପି)ଙ୍କ ଠାରୁ ଏହି ଘଟଣାରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଉପରୋକ୍ତ ଦୁଇ ଅଧିକାରୀଙ୍କୁ ଏନ୍ଏଚ୍ଆର୍ସି ନିର୍ଦେଶ ଦେଇଥିଲେ। ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ଦାବି କରି ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଏକ ପିଟିସନ୍ ଦାଖଲ କରାଯାଇଥିଲା। ପିଟିସନରେ ଶ୍ରୀ ତ୍ରିପାଠୀ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ଶିକ୍ଷାନୁଷ୍ଠାନମାନଙ୍କରେ ରାଗିଂ ଉପରେ ସଂପୂର୍ଣ୍ଣ ଅଙ୍କୁଶ ଲଗାଇବା ସହିତ ଶିକ୍ଷାନୁଷ୍ଠାନଗୁଡିକରେ ଉତ୍ତମ ପରିବେଶ ଓ ବାତାବରଣ ସୁନିଶ୍ଚିତ କରିବା ନେଇ ଆୟୋଗଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ପିଟିସନ୍କୁ ବିଚାରକୁ ନେଇ ଆୟୋଗ ଦୁଇ ଅଧିକାରୀଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଥିଲେ।

Share Now:

Kalinga News Beuro

Next Post

ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ନୂଆ କୁଳପତି ପ୍ରଫେସର ମହାଦେବ

Wed Oct 12 , 2022
ଭୁବନେଶ୍ବର: ମହୀଶୂର ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ଡକ୍ଟର ମହାଦେବ ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ କୁଳପତି ଭାବେ ନିଯୁକ୍ତି ପାଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କୁଳପତି ଚୟନ କମିଟି ଓ ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ଅନୁମୋଦନ କ୍ରମେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ବିଶ୍ୱଜିତ୍ ପଟ୍ଟନାୟକ ଡକ୍ଟର୍ ମହାଦେବଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ପ୍ରଫେସର୍ ମହାଦେବ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଜବାହରଲାଲ […]
ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ନୂଆ କୁଳପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial