ଆସିଲା ପାୱେଲଙ୍କ ବ୍ୟ‌ବଚ୍ଛେଦ ରିପୋର୍ଟ : ହତ୍ୟା ନା ଆତ୍ମହତ୍ୟା ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ

ଆସିଲା ପାୱେଲଙ୍କ ବ୍ୟ‌ବଚ୍ଛେଦ ରିପୋର୍ଟ

ରାୟଗଡ଼ା: ଓଡ଼ିଶା ବୁଲିବାକୁ ଆସି ରାୟଗଡ଼ାରେ ମୃତ୍ୟୁବରଣ କରିଥିଲେ ୨ଜଣ ରୁଷୀୟ ପର୍ଯ୍ୟଟକ। ଦୁହିଁଙ୍କ ମଧ୍ୟରୁ ଜଣକର ହୃଦଘାତରେ ମୃତ୍ୟୁହୋଇଥିବା ନେଇ ଜଣାପଡ଼ିଥିବା ବେଳେ ଆଜି ସାଂସଦ ପାୱେଲ୍ ଆନ୍ଥେଭଙ୍କ ବ୍ୟବଚ୍ଛେଦ ରିପୋର୍ଟ ପୁଲିସ ହାତକୁ ଆସିଛି। ହେଲେ ଆନ୍ଥେଭଙ୍କ ମୃତ୍ୟୁର କାରଣ କ’ଣ ଥିଲା, ସେ ବିଷୟରେ ପୁଲିସ କିଛି କହି ନାହିଁ। ତଦନ୍ତ ଦାଇତ୍ୱ ନେଇଥିବା କ୍ରାଇମବ୍ରାଞ୍ଚ କହିଛି ଯେ, ଏହା ଏକ ଜାତୀୟ ସ୍ତରର ଘଟଣା। ଏହାକୁ କ୍ରାଇମବ୍ରାଞ୍ଚ୍ ଗୁରୁତର ସହ ଗ୍ରହଣ କରିଛି। ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପାୱେଲଙ୍କ ମୃତ୍ୟକୁ ନେଇ ସନ୍ଦେହ ରହିଛି। ତାଙ୍କର ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ସେ ନେଇ ଯାଞ୍ଚ ହେବ। ଏବେ ଭିସେରା ରିପୋର୍ଟର ଅଧିକ ଯାଞ୍ଚ କରାଯିବ। ଆବଶ୍ୟକ ହେଲେ ଦିଲ୍ଲୀ ଏମ୍ସକୁ ବିସେରା ରିପୋର୍ଟ ଯାଞ୍ଚ ପାଇଁ ପଠାଯିବ। ଭାଷାଗତ ସମସ୍ୟା ରହୁଥିବାରୁ ଅନୁବାଦକଙ୍କ ସହଯୋଗ ଲୋଡ଼ିଛି କ୍ରାଇମବ୍ରାଞ୍ଚ। ଘଟଣା ଘଟିବା ସମୟରେ ପାଖରେ ଥିବା ରୁଷୀୟ ଦମ୍ପତି ଏବଂ ଗାଇଡ଼ ତଦନ୍ତରେ ସହଯୋଗ କରୁଛନ୍ତି। ଯେଉଁ ରୁମରେ ଘଟଣା ଘଟିଛି ସେ ରୁମ୍ ଓ ଆଖପାଖ ରୁମକୁ ସିଲ୍ କରାଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ଆଉ ଥରେ ଆମ ଟିମ୍ ସେ ସ୍ଥାନକୁ ଯିବ। ହେଲେ ବ୍ଲାଦମିରଙ୍କ ମୃତ୍ୟୁ ହୃଦଘାତ ଜନିତ ଆଉ ସେ ମୃତ୍ୟୁ ସମୟରେ ମଦ୍ୟପାନ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ୨ରୁଷୀୟ ପର୍ଯ୍ୟଟକଙ୍କ ତରବରିଆ ଭାବେ ଅନ୍ତିମ ସଂସ୍କାର କରାଯିବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଦୁହେଁ ଖ୍ରୀଷ୍ଟିଆନ ଥିବା ବେଳେ କବର ନଦେଇ ଦୁହିଁଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁଯାୟୀ କାହିଁକି କରାଗଲା, ସେନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

Share Now:

Kalinga News Beuro

Next Post

ସେଓ ନାମ ‘ବ୍ଲାକ ଡାଏମଣ୍ଡ’ : ମୂଲ୍ୟ ରହିଛି ୫୦୦ଟଙ୍କା

Thu Dec 29 , 2022
ନୂଆଦିଲ୍ଲୀ: ସେଓରେ ବହୁତ ପ୍ରକାର ଭିଟାମିନ ଭରି ରହିଥାଏ। ତେଣୁ ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ଏହି କ୍ରମରେ ‘ବ୍ଲାକ୍‌ ଡାଏମଣ୍ଡ’ ନାମରେ ଏକ ସେଓ ବଜାରକୁ ଆସିଛି। ଏହି ସେଓର ମୂଲ୍ୟ ୫୦୦ଟଙ୍କା ରହିଥିବା କୁହାଯାଉଛି। ଏଭଳି ସ୍ୱତନ୍ତ୍ର ସେଓକୁ ତିବ୍ବତର ପାହାଡ ଉପରେ ଚାଷ କରାଯାଉଛି।୨୦୧୫ରେ ତିବ୍ବତରରେ ଏହାର ଚାଷ ଆରମ୍ଭ ହୋଇଥିଲା। କୁହାଯାଏ ଯେ ଏହି ସେଓ ବହୁତ ମିଠା […]
‘ବ୍ଲାକ ଡାଏମଣ୍ଡ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial