ଦ୍ଵିତୀୟ ଥର ବିବାହ କଲେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

ଭବାନୀପାଟଣା: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ଦ୍ଵିତୀୟ ଥର ପାଇଁ ବିବାହ ବେଦୀରେ ବସିଛନ୍ତି। ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ଜଣେ ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରି ନୂଆ ଜୀବନ ଯାତ୍ରା ଆରମ୍ଭ କରିଛନ୍ତି। ଉଭୟ ବର ଓ କନ୍ୟା ପକ୍ଷରୁ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। ପୁରୀ ଜିଲ୍ଲା ପିିପିଲିସ୍ଥିତ ହୋଟେଲ ‘ଆଭେଞ୍ଚର’ରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ସମାରୋହରେ ସମ୍ପର୍କୀୟ ଓ ଅତି ପାଖ ଲୋକ ହିଁ ସାମିଲ ହୋଇଥିଲେ। ସବୁ ଲୋକଙ୍କୁ ବିବାହ ଉତ୍ସବକୁ ଛଡାଯାଇ ନଥିଲା। ଅର୍ଥାତ ଯେଉଁମାନଙ୍କ ନିକଟରେ ପ୍ରବେଶ ପାଇଁ ପାସ୍‌ ଥିଲା, ସେମାନଙ୍କୁ ଛଡାଯାଇଥିଲା। ବିବାହ କାର୍ଯ୍ୟକ୍ରମରେ ମୋଟ ୬୦ ଜଣ ଲୋକ ଯୋଗଦେଇଥିଲେ।
ସୂଚନାଯୋଗ୍ୟ, କିଛି ଦିନ ହେଲା, କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା। ସେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ପାଇଁ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ। ଦିବ୍ୟଶଙ୍କରଙ୍କର ଆଗରୁ ଏକ ପୁଅ ଅଛନ୍ତି। ସେ ଏବେ ଲଣ୍ଡନରେ ପାଠ ପଢ଼ୁଛନ୍ତି। ଏଣେ ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ଵିତୀୟ ବିବାହ। ଆଗରୁ ସେ ମାନସ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ଉଭୟଙ୍କର ପରେ ଛାଡ଼ପତ୍ର ହୋଇଥିଲା।

Share Now:

Kalinga News Beuro

Next Post

ରୋଟାରୀ କ୍ଲବ ସ୍ମାର୍ଟ ସିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sun Feb 26 , 2023
ସାକ୍ଷୀଗୋପାଳ: ଆଜି ରବିବାର ରୋଟାରୀ କ୍ଲବ ଅଫ ସ୍ମାର୍ଟ ସିଟି ପକ୍ଷରୁ ଏକ ରକ୍ତଦାନ ଶିବିର ସାକ୍ଷୀଗୋପାଳ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସତ୍ୟବାଦୀ ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏବଂ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କ ଆଗ୍ରହ, ଉତ୍ସାହ ଦ୍ୱାରା ପାଖାପାଖି ୫୫ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଛି। “ରକ୍ତଦାନ ମହତ୍ ଦାନ”କୁ ଆଜି ଯୁବଗୋଷ୍ଠୀ ସାକାର କରିଛନ୍ତି ବୋଲି ରୋଟାରୀ ଡିଜିଏନ […]
ସ୍ମାର୍ଟ ସିଟି ପକ୍ଷରୁ ରକ୍ତଦାନ ଶିବିର (1)

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial