ଭଙ୍ଗାଘରେ ୨୧ ପରିବାର : ଯୋଗ୍ୟଙ୍କୁ ମିଳୁନି ପକ୍କାଘର

ଯୋଗ୍ୟଙ୍କୁ ମିଳୁନି ପକ୍କାଘର

କଟକ-ଜଗତପୁର : ଭଙ୍ଗା କୁଡିଆରେ ବିତୁଛି ଜୀବନ, ୨୧ ପରିବାର ଘର ପାଇବାରୁ ବଞ୍ଚିତ। ଏଭଳି ଚିତ୍ର ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ମଧ୍ୟକଚ୍ଛ ପଞ୍ଚାୟତର ୧୫ନଂ ୱାର୍ଡରେ। ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ପକ୍କାଘର ଖଣ୍ଡିଏ ଏହି ଗରିବ, ଅସହାୟଙ୍କ ପାଇଁ ସାତ ସପନ ପାଲଟିଛି। ଫନି ବାତ୍ୟା ପରଠାରୁ ସେମାନଙ୍କ ଘରର କାନ୍ଥ ଫାଟି ଆଁ କରିଛି। ପଲିଥିନ୍‌ ଭରସାରେ ଦିନ କାଟୁଛନ୍ତି ୨୧ଟି ପରିବାର। ସରକାରଙ୍କ ମାଳମାଳ ଯୋଜନା ଥାଇ ମଧ୍ୟ ଏହି ଦୃଶ୍ୟ ବୟାନ କରୁଛି ପକ୍କାଘର ଯୋଜନାର ବାସ୍ତବତାକୁ। ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଇଥିଲେ ବି ରାଜନେତାଙ୍କ ସମର୍ଥକମାନେ ଏହାର ଲାଭ ଉଠାଇନେଲେ।
ସବୁଆଡୁ ନିରାଶ ହୋଇ ଘର ଖଣ୍ଡିଏ ପାଇବାକୁ ସେମାନେ କଟକ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ। ହେଲେ ନିତ୍ୟାନନ୍ଦ ବେହୁରା, ବଳରାମ ବେହୁରା, ଅଶୋକ କୁମାର ବେହୁରା, ଦୀନବନ୍ଧୁ ସ୍ୱାଇଁ, ମୃତ୍ୟୁଞ୍ଜୟ ଭୋଇ, ମନୋଜ ଭୋଇ, କାଶୀନାଥ ଭୋଇ, ରବୀନ୍ଦ୍ର ଖଟୁଆ, ଛବି ଖଟୁଆ, ରତ୍ନାକର ପରିଡା, ସୁଧାକର ପରିଡା, ଦିବାକର ପରିଡା, ପ୍ରଶାନ୍ତ ସ୍ୱାଇଁ, ପ୍ରଦୀପ୍ତ ସ୍ୱାଇଁ, ବିରଞ୍ଚି ନାରାୟଣ ବେହୁରା, ଜଗନ୍ନାଥ ବେହୁରା, ଜୟନ୍ତୀ ମହାନ୍ତି, ଦେବେନ୍ଦ୍ରନାଥ ବେହୁରା, ଦିଲ୍ଲୀପ ନାୟକ, ଅଶୋକ କୁମାର ନାୟକ, ପବିତ୍ର ମୋହନ ସ୍ୱାଇଁଙ୍କୁ କୌଣସି ପ୍ରକାର ସୁଫଳ ମିଳିଲାନି ବୋଲି ଅଭିଯୋଗ କରିଛନ୍ତି। ସରକାର ସେମାନଙ୍କୁ ଆବାସ ଯୋଜନାରେ ସାମିଲ୍ କରି ଘର ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ମଧ୍ୟକଚ୍ଛ ସରପଞ୍ଚ ସଞ୍ଜୟ କୁମାର ବେହୁରାଙ୍କୁ ପଚାରିବାରୁ, ଉପରୋକ୍ତ ହିତାଧିକାରୀମାନେ ୨୦୧୯ ମସିହା ଫନି ବାତ୍ୟା ପରଠାରୁ ନୂତନ ଗୃହ ପାଇଁ ଆବେଦନ କରିଥିଲେ। ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ କୌଣସି ବାସଗୃହ ସହାୟତା ଅର୍ଥ ପଞ୍ଚାୟତ ସମିତିକୁ ଆସି ନାହିଁ। ଉକ୍ତ ଅନୁଦାନ ଅର୍ଥ ଆସିଲେ ସେମାନଙ୍କୁ ନିଶ୍ଚିନ୍ତ ଭାବେ ସହାୟତା ରାଶି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Share Now:

Kalinga News Beuro

Next Post

ରୁଷ୍‌ର ପୂର୍ବ ଉପକୂଳରେ ୬.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ : ସୁନାମି ଆଶଙ୍କା ନାହିଁ

Mon Apr 3 , 2023
ମସ୍କୋ: ଆଜି ରୁଷ୍‌ର ସୁଦୂର ପୂର୍ବ ଉପକୂଳ ସମୁଦ୍ର ମଧ୍ୟରେ ୬.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ‘ରୁଷିଆନ୍‌ ଏକାଡେମି ଅଫ୍ ସାଇନ୍‌ସେସ୍’ର ଜିଓଫିଜିକାଲ୍‌ ସର୍ଭିସେସ୍‌’ ମଧ୍ୟ କହିଛି ଯେ, ରୁଷ୍‌ର ସୁଦୂର ପୂର୍ବରେ ଥିବା ଅଭାଚା ଉପସାଗରର ଜଳରାଶିରେ ୬.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ରୁଷୀୟ ନଗରୀ ପେଟ୍ରୋପାଭ୍‌ଲୋଭସ୍କ୍‌-କାମ୍‌ଚାତ୍‌ସ୍କିଠାରୁ ୪୮ କିଲୋମିଟର୍‌ ଦୂରରେ ଆଜି ସକାଳେ ୫.୭ ତୀବ୍ରତାସମ୍ପନ୍ନ ଭୂମିକମ୍ପ […]
ରୁଷ୍‌ର ପୂର୍ବ ଉପକୂଳରେ ୬.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial