ମୁଁ ପୀଡ଼ିତା, ମୋ ନାମରେ ମିଥ୍ୟା ଅପପ୍ରଚାର କରାଗଲା: ବର୍ଷା ପ୍ରିୟଦର୍ଶିନୀ

ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ନିଜର ଦାମ୍ପତ୍ୟ ଜୀବନର କଳହକୁ ନେଇ ନିରବ ରହୁଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ମୁହଁ ଖୋଲିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବର୍ଷା କହିଛନ୍ତି ଯେ,’ମୋ ଜୀବନରେ ଝଡ ଆସିଛି। ମୁଁ ପୀଡ଼ିତା।’ ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ବସନ୍ତ ଉତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଏ ଜୀବନ ଅନିଶ୍ଚିତ। ଜୀବନରେ କେତେବେଳେ କ’ଣ ଘଟିବ କେହି ଜାଣି ନଥାନ୍ତି। ମୁଁ ଲାଜୁଆ, ଡରୁଆ ପ୍ରକୃତିର ଝିଅ। ମୋ ଜୀବନରେ ଝଡ ଆସିଲା, ଯାହା ଆଶା କରିନଥିଲି ସେୟା ହେଲା। ଜୀବନ ମତେ ବହୁତ୍ ଥର ତଳେ ପକେଇବାକୁ ଚେଷ୍ଟା କରିଛି, ମୁଁ କିନ୍ତୁ ପୁଣି ଥରେ ଛିଡା ହୋଇଛି। ମୋ ପରିବାର ମତେ ଆତ୍ମ ବିଶ୍ୱାସ ଯୋଗାଇଛଇ। ଆଉ ସବୁଠୁ ବଡ ଶକ୍ତି ହେଲା ଧୈର୍ଯ୍ୟ।
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଲୋକ କହନ୍ତି ମୁଁ କାହିଁକି ସୋସିଆଲ ମିଡ଼ିଆରେ ମତ ରଖୁନି। ତା’ ପରେ ନିଷ୍ପତ୍ତି ନେଲି। ସାମାଜିକ କାର୍ଯ୍ୟକ୍ରମର ଫଟୋ ସୋସିଆଲ ମିଡିଆରେ ସେୟାର କଲେ ବହୁତ୍ କମେଣ୍ଟ ଆସୁଛି ଯେ ଟିକେଟ ପାଇଁ ଏସବୁ କରୁଛି, ରାଜନୀତିକୁ ଯିବା ପାଇଁ କରୁଛି, ଦେଖେଇ ହେଉଛି। ଧିରେ ଧିରେ ଏପରି ମନ୍ତବ୍ୟ ବଢିବା ମତେ କଷ୍ଟ ଦେଲା। ଯେଉଁମାନେ ଜୀବନରେ କେବଳ ହତାଶ ହୋଇ ଅନ୍ୟର ଗୋଡ ଟାଣନ୍ତି ସେମାନେ ସଫଳ ବୋଲି ବାପା-ମା ମତେ ବୁଝାଇଥିଲେ। ଛୋଟବେଳୁ ମୁଁ ମୋ ପାରିଶ୍ରମିକ ସାମାଜିକ କାମରେ ଲଗାଇ ଥାଏ। ତା’ମାନେ କଣ ମୁଁ ଛୋଟ ବେଳୁ ରାଜନୀତିକୁ ଯିବାକୁ ଚାହୁଁଥିଲି? ମୁଁ ପୀଡ଼ିତା। ମୋ ନାମରେ ମିଥ୍ୟା ଅପପ୍ରଚାର କରାଗଲା। ଏଗୁଡ଼ା ମୂଲ୍ୟହୀନ କଥା ଥିବାରୁ ମୁଁ ପ୍ରତିକ୍ରିୟା ରଖିନି ବୋଲି କହିବା ସହ ସୋସିଆଲ ମିଡ଼ିଆର ନକାରାତ୍ମକ ପ୍ରଚାରରୁ ଦୂରେଇ ରହିବାକୁ ଓ ଚୁପ୍ ହୋଇ ବସି ନରହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇବା ଦରକାର ବୋଲି ସେ ରମାଦେବୀ ବିଶ୍ଵବିଦ୍ୟାଳୟର ଛାତ୍ରୀମାନଙ୍କୁ କହିଥିଲେ।

Share Now:

Kalinga News Beuro

Next Post

କୋଭିଡ ରୋଗୀଙ୍କର ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ: ନିର୍ଦ୍ଦେଶକ

Mon Apr 10 , 2023
ଭୁବନେଶ୍ୱର: କୋଭିଡ ସ୍ଥିତିକୁ ନେଇ କରାଯିବ ମକଡ୍ରିଲ। ଏସଂପର୍କରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ଏବେ ନୂଆ ଏକ ଭାରିଆଣ୍ଟ ଆସୁଛି। ଏହାକୁ ନେଇ ସମଗ୍ର ଦେଶରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସରକାର କୋଭିଡ ସଂଖ୍ୟାକୁ ନେଇ ଏକ ନୂଆ ଆଡ଼ଭାଇଜରି ଜାରି କରିଛନ୍ତି। ଆମକୁ କଡାକଡି ନିୟମ ପାଳନ କରିବାକୁ ପଡ଼ିବ।ଆମ ରାଜ୍ୟରେ ମାସେ ଭିତରେ ପିକ ଆସିପାରେ। ଆମେ କିଭଳି ପ୍ରସ୍ତୁତ […]
କ୍ୟାପିଟାଲ ହସ୍ପିଟାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial