ଇମ୍ରାନଙ୍କୁ ସମସ୍ତଙ୍କ ସାମ୍ନାରେ ଫାଶୀ ପାଇଁ ପାକିସ୍ତାନ ସଂସଦରେ ଦାବି

ଇମ୍ରାନଙ୍କୁ ସମସ୍ତଙ୍କ ସାମ୍ନାରେ ଫାଶୀ ପାଇଁ ପାକିସ୍ତାନ ସଂସଦରେ ଦାବି

ଇସ୍ଲାମାବାଦ : ପାକିସ୍ତାନରେ ଉତ୍ତେଜନା ଥମିବାର ନାମ ନେଉନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜନୈତିକ ପାର୍ଟି ମଧ୍ୟରେ ଉତ୍ତେଜନା ‌ଦେଖା ଦେଇଛି। ଇମ୍ରାନଙ୍କ ଜାମିନ ବିରୋଧରେ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍)ର ସମର୍ଥକମାନେ ସୁପ୍ରିମ୍ କୋର୍ଟରେ ପହଞ୍ଚି ଘେରାଉ କରିଛନ୍ତି। ବିକ୍ଷୋଭକାରୀଙ୍କ ମଧ୍ୟରେ ପିଡିଏମର ଅଂଶ ଜମିୟତ ଉଲେମା-ଏ-ଇସଲାମ ଫଜଲର ସମର୍ଥକ ଅଛନ୍ତି।
ଇମ୍ରାନଙ୍କୁ ଜାମିନ ମିଳିବା ପରେ ପାକିସ୍ତାନ ସରକାର ଓ ମୁଖ୍ୟ ବିଚାରପତିଙ୍କ ମଧ୍ୟରେ ବିବାଦ ଆରମ୍ଭ ‌ହୋଇଯାଇଛି। ସରକାର ପାକିସ୍ତାନ ମୁଖ୍ୟ ବିଚାରପତିଙ୍କ ବିରୋଧ‌ରେ ନିନ୍ଦା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଇମ୍ରାନ ଖାନଙ୍କ ସ୍ତ୍ରୀ ବୁଶରା ବିବିଙ୍କୁ ଲାହୋର ହାଇକୋର୍ଟ ମଇ ୨୩ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। ଏହି ଘଟଣା ପରେ ପାକିସ୍ତାନ ସଂସଦରେ ଇମ୍ରାନ ଖାନଙ୍କୁ ଫାଶୀ ଦେବା ପାଇଁ ଦାବି କରାଯାଉଛି। ନାସନାଲ ଆସେମ୍ବଲିରେ ବିରୋଧୀ ଦଳର ନେତା ରାଜା ରିୟାଜ ଅହମ୍ମଦ କହିଛନ୍ତି, ‘ ଇମ୍ରାନ ଖାନଙ୍କୁ ସମସ୍ତଙ୍କ ସମ୍ମୁଖରେ ଫାଶୀ ଦିଆଯିବା ଉଚିତ। କିନ୍ତୁ ଅଦାଲତ ତାଙ୍କୁ ଏପରି ସ୍ବାଗତ କରୁଛନ୍ତି, ଯେମିତି କି ଇମ୍ରାନ ହେଉଛନ୍ତି ତାଙ୍କ ଜ୍ୱାଇଁ।’

Share Now:

Kalinga News Beuro

Next Post

ବିଏମସି କେଶରୀ ମଲ ସମ୍ମୁଖରେ ଉଠାଦୋକାନୀଙ୍କୁ ଉଚ୍ଛେଦକୁ ବେଳେ ଉତ୍ତେଜନା

Mon May 15 , 2023
ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀଙ୍କୁ ଉଚ୍ଛେଦକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବାର ଖବର ମିଳିଛି। ବିଏମସି କେଶରୀ ମଲ ସମ୍ମୁଖରେ ଉତ୍ତେଜନା ଦେଖା ଦେଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମସି ବେଖାତିର କରୁଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ଉଚ୍ଛେଦ ପାଇଁ କାଲି ଘୋଷଣା କରି ଯାଇଥିଲେ ଆଜି ହଠାତ୍ ଆମ ପଟ ଦୋକାନକୁ ଭାଙ୍ଗିଲେ। ଆଗରୁ କହିଥିଲେ ଆମେ କଣ ବ୍ୟବସ୍ଥା କରିଥାନ୍ତୁ ବୋଲି କହିଛନ୍ତି ଉଠା ଦୋକାନୀ।ମହିଳା […]
ଉଠାଦୋକାନୀଙ୍କୁ ଉଚ୍ଛେଦକୁ ନେଇ ଉତ୍ତେଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial