ଆଜି ଏସସିବିରେ ଆହତଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଏସସିବିରେ ଆହତଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

କଟକ: ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ଚିକିତ୍ସାରତ ଆହତଙ୍କୁ ଏସସିବିରେ ଭେଟିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସଠିକ ସମୟରେ ଚିକିତ୍ସା ଓ ଆହତମାନଙ୍କ ସହ ଆଲୋଚନା ପରେ ଏସସିବି ମେଡିକାଲର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏତେ ବଡ଼ ଟ୍ରାଜେଡି ସମୟରେ ଏସସିବି ବଡ଼ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଦିଗରେ ତତ୍ପରତା ବେଶ ଉଚ୍ଚକୋଟିର। ତେବେ ଏଠାରୁ ଯେଉଁମାନେ ଭଲ ହେବେ ଓ ଡିସଚାର୍ଜ ହେବେ ସେମାନଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ପଠେଇବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ଯେଉଁ ଆହତ ବର୍ତ୍ତମାନ ଏସସିବିରେ ଚିକିତ୍ସାରତ ରହିଛନ୍ତି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ।

Share Now:

Kalinga News Beuro

Next Post

ବାହାନଗା ରେଳ ଦୁର୍ଘଟଣା : ଡକାଡକି ହୋଇ ଆରପାରିକୁ ଚାଲିଗଲେ ଦୁଇ ସାଙ୍ଗ

Mon Jun 5 , 2023
ବାଲେଶ୍ୱର : ପୁଅ ବଡ଼ ଇଞ୍ଜିନିୟର ହେବ, ଆଉ ବୁଢ଼ା କାଳରେ ସାହାରା ହେବ ବୋଲି ଆଶା ବାନ୍ଧିଥିଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଆନ୍ଦୋଳା ଗ୍ରାମର କୃଷ୍ଣଚନ୍ଦ୍ର ସାହୁ। ହେଲେ କରମଣ୍ଡଳ ଦୁର୍ଘଟଣା‌ ସବୁ ସ୍ୱପ୍ନ ଚୂରମାର କରିଦେଲା। ପୁଅ ଜଗଦୀଶ ଓ ତାର ସାଙ୍ଗ ଗତ ଶନିବାର ଦିନ ହସିହସି ଘରୁ ଗୋଡ଼ କାଢ଼ିଥିବା ବେଳେ ଏବେ ଉଭୟଙ୍କ ମୃତ୍ୟୁ ଖବର ପରିବର ଲୋକଙ୍କୁ ହତବାକ୍‌ କରିଦେଇଛି। […]
ଡକାଡକି ହୋଇ ଆରପାରିକୁ ଚାଲିଗଲେ ଦୁଇ ସାଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial