ରାଜସ୍ଥାନ ମରୁଭୂମିରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ବାତ୍ୟା ‘ବିପର୍ଯ୍ୟୟ’

ରାଜସ୍ଥାନ ମରୁଭୂମିରେ ବନ୍ୟା ପରିସ୍ଥିତି

ଜୟପୁର : ରାଜସ୍ଥାନର କିଛି ଅଞ୍ଚଳରେ ମଧ୍ୟ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ର ପ୍ରଭାବ ଦେଖିବାକୁ ମିଳୁଛି। ଜାଲୋର ଓ ବାରମେର ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ରାଜସ୍ଥାନ ପାଣିପାଗ ବିଭାଗ ନିର୍ଦ୍ଦେଶକ ରାଧେଶ୍ୟାମ ଶର୍ମା କହିଛନ୍ତି ଯେ ଗୁରୁବାର ରାତିରେ କେତେକ ସ୍ଥାନରେ ୬୦-୭୦ ମିଲିମିଟର ବର୍ଷା ହୋଇଛି ଏବଂ ଆଜି ମଧ୍ୟ ଏହି ଦୁଇ ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନର ବାରମେର, ପାଲି, ସିରୋହି ଏବଂ ଜାଲୋର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲ୍ଲାଗୁଡ଼ିକରେ ରେଡଆଲର୍ଟ ଜାରି କରାଯାଇଛି। ଏହି ବାତ୍ୟା ଏବେ ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହୋଇଛି ଓ ଏହାର ପ୍ରଭାବରେ ରାଜସ୍ଥାନର ଜୟସେଲମେର, ଆଜମେର ଓ ଉଦୟପୁରରେ ପ୍ରବଳ ବର୍ଷା ହୋଇପାରେ। ବାଡ଼ମେରରେ ବର୍ତ୍ତମାନ ସୁଦ୍ଧା ୭୦ ମିଲିମିଟର ବର୍ଷା ହୋଇଛି। ରାଧେଶ୍ୟାମ ଶର୍ମା କହିଛନ୍ତି, ରାଜସ୍ଥାନର କେତେକ ସ୍ଥାନରେ ଜଳବନ୍ଦୀ ଓ ଆକସ୍ମିକ ବନ୍ୟା ଆଶଙ୍କା ରହିଛି। ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ରହିବ। ରାଜସ୍ଥାନରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବର୍ଷା ୨୦୦ ମିଲିମିଟର ଅତିକ୍ରମ କରିପାରେ। ସମଗ୍ର ବର୍ଷା ଋତୁରେ ପଶ୍ଚିମ ରାଜସ୍ଥାନରେ ଯେତିକି ପରିମାଣର ବର୍ଷା ହୁଏ, ଏହା ସେତିକି।

Share Now:

Kalinga News Beuro

Next Post

୧୦ ଦଫା ଦାବି ନେଇ ଜୁନ୍‌ ୨୬ରେ ଭୁବନେଶ୍ୱରରେ ଗର୍ଜିବ ପାଚକ-ପାଚିକା ମହାସଂଘ

Fri Jun 16 , 2023
ରାୟଗଡା: ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ନିଖିଲ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଠକ୍କର ବାପା ଆଶ୍ରମ ପରିସରରେ ଶୁକ୍ରବାର ଜିଲ୍ଳାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଯୋଗଥିଲେ। ୨୦୦୯ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ୩୬ମାସର ବକେୟା […]
୨୬ରେ ଗର୍ଜିବ ପାଚକ-ପାଚିକା ମହାସଂଘ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial