ପାରିବାରିକ କଳହର କରୁଣ ପରିଣତି : ସ୍ୱାମୀର ପନିକି ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ପାରିବାରିକ କଳହର କରୁଣ ପରିଣତି

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନସ୍ଥ ବଣିଆହୁଡ଼ି ଗ୍ରାମରେ ଘଟିଯାଇଛି ଏକ ଅଘଟଣ। ଏଠାରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଏକ ପନିକିରେ ହାଣି ହତ୍ୟା କରିଛି। ସୂଚନା ଅନୁଯାୟୀ, ଗ୍ରାମର ବାପୁନୁ ବିନ୍ଧାଣୀ ଓ ତାଙ୍କ ସ୍ତ୍ରୀ ତୁଳସୀ ବିନ୍ଧାଣୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଗତକାଲି ରାତିରୁ ଝଗଡ଼ା ଲାଗିଥିବା ବେଳେ ଆଜି ସକାଳେ ସ୍ୱାମୀ ବାପୁନୁ ଏକ ପନିକିରେ ସ୍ତ୍ରୀ ତୁଳସୀକୁ ହାଣିଦେବାରୁ ତାର ମୃତ୍ୟୁ ଘଟିଛି। ଖବର ପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ସ୍ୱାମୀ ବାପୁନୁକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

Share Now:

Kalinga News Beuro

Next Post

ନନ୍ଦନକାନନ ଆସିବେ ଚିତାବିରାଡ଼ି : ଯିବେ ବାଘୁଣୀ ସୋହିନୀ, ବାଘ ରକି

Fri Jul 14 , 2023
ବାରଙ୍ଗ: ଚିଡ଼ିଆଖାନା ମଧ୍ୟରେ ବନ୍ୟପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଚିତାବିରାଡ଼ି ଓ ବାନର ପ୍ରଜାତିର ହୁଲୁକ୍‌ ଗିବନ୍‌ ଆସିବେ। ପ୍ରତିବଦଳରେ ନନ୍ଦନକାନନ ଦୁଇଟି ବାଘ ଓ ତିନିଟି ଘଡ଼ିଆଳ ଦେବ। ଅରୁଣାଞ୍ଚଳ ପ୍ରଦେଶ ଇଟାନଗର ଚିଡ଼ିଆଖାନାରୁ ଚିତାବିରାଡ଼ି ଓ ଆସାମ ଚିଡ଼ିଆଖାନାରୁ ହୁଲୁକ ଗିବନ୍ ଆସିବେ। ତେଣୁ ଆସନ୍ତାକାଲି ନନ୍ଦନକାନନରୁ ୨ ବର୍ଷର ବାଘୁଣୀ ସୋହିନୀ ଓ ୨ ବର୍ଷର ବାଘ ରକି ଇଟାନଗର ଯାତ୍ରା କରିବେ। ଇଟାନଗର ଚିଡ଼ିଆଖାନାର […]
ନନ୍ଦନକାନନ ଆସିବେ ଚିତାବିରାଡ଼ି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial