କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ‘ରସାବଳି’କୁ ମିଳିଲା ଜିଆଇ ଟ୍ୟାଗ୍

‘ରସାବଳି’କୁ ମିଳିଲା ଜିଆଇ ଟ୍ୟାଗ୍-1

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି। ଆବେଦନ ପତ୍ରର ତର୍ଜମା କରିବା ସହ ‘ରସାବଳି’ର ଐତିହାସିକ ଓ ଆଧ୍ୟାତ୍ମିକ ଦିଗକୁ ଅନୁଧ୍ୟାନ କରିବା ପରେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି। ଛେନାରେ ତିଆରି ଏକ ଓଡ଼ିଆ ମିଠା ହେଉଛି ରସାବଳି। ଏହି ରସାବଳି ମିଠା କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଥିଲା। ପିଠା ଭଳିଆ ବେଲି ଛେନାକୁ ଗରମ ଘିଅରେ ଛଣା ଯାଏ। ଛଣା ହୋଇଥିବା ପିଠାକୁ କାଢି ତିଆରି ହେଇଥିବା ଝିଲିକୁ କାଢି କ୍ଷୀର, ଗୁଡ଼ରେ ତିଆରି ଗୋଟେ ମିଶ୍ରଣରେ ଛାଡ଼ି ଦିଆଯାଇଥାଏ। ଏହା ପରେ ଏଥିରେ କାଜୁ ଓ କିସମିସ ପକାଇ ପରସା ଯାଏ। ପ୍ରଭୁ ବଳଦେବଜୀଉ ମନ୍ଦିରରେ ଭୋଗ ଲାଗି ହୁଏ। ଏହା ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଏକ।
ସୂଚନାଯୋଗ୍ୟ ଯେ, ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ‘କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ’ ପକ୍ଷରୁ ପ୍ରଥମେ ୨୦୨୦ ମସିହା ଜୁଲାଇ ମାସରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ପରେ ପରେ ଏନେଇ ବିଭିନ୍ନ ପର୍ଯ୍ୟାୟରେ ସଂଘ ପକ୍ଷରୁ ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ, ଅଭିଯାନ ପ୍ରଭୃତି ଜାରି ରହିଥିଲା। ତେବେ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡ଼ାରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।

Share Now:

Kalinga News Beuro

Next Post

ଅକ୍ଟୋବର ୪ରେ ଖୋଲିବ ୟୁନିଟ୍‌-୧ ହାଟ : ବ୍ୟବସାୟୀ ଉତ୍ସାହିତ

Tue Oct 3 , 2023
ଭୁବନେଶ୍ୱର: ଦୀର୍ଘ ୬ ଦିନ ପରେ ୟୁନିଟ୍‌-୧ ହାଟ ଅକ୍ଟୋବର ୪ ତାରିଖ (ବୁଧବାର) ଠାରୁ ‌ଖୋଲିବ। ୟୁନିଟ୍‌-୧ ହାଟରେ ପୁଣି ଥରେ ଦୋକାନୀ ଓ ଗ୍ରାହକଙ୍କ ଭିଡ଼ ଜମିବ। ଲକ୍ଷଲକ୍ଷ ଟଙ୍କାର ବ୍ୟବସାୟ ହେବ। ଦଶହରା ପୂର୍ବରୁ ଏଠାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଥିବାରୁ ବ୍ୟବାସାୟୀମାନଙ୍କ ମନରେ ଖୁସି‌ ଦେଖିବାକୁ ମିଳୁଛି।ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ୱାଇଁ […]
୪ରେ ଖୋଲିବ ୟୁନିଟ୍‌-୧ ହାଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial