ବିଶାଖାପାଟଣା-ରାୟାଗଡ଼ା ଯାତ୍ରୀବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ : ତିନି ମୃତ, ଶତାଧିକ ଯାତ୍ରୀ ଆହତ

ବିଶାଖାପାଟଣା-ରାୟାଗଡ଼ା ଯାତ୍ରୀବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ-1

ରାୟଗଡ଼ା: ବିଶାଖାପାଟଣା- ରାୟାଗଡ଼ା ଯାତ୍ରୀବାହୀ ଟ୍ରେନ୍ (୦୮୫୦୪) ଆଜି ସନ୍ଧ୍ୟାରେ ଲାଇନ୍‌ଚ୍ୟୁତ ହୋଇଛି। ବିଜୟନଗର ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଏହି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବିଶାଖାପାଟଣା-ରାୟାଗଡ଼ା ଯାତ୍ରୀବାହୀ ଟ୍ରେନ୍‌କୁ ପଛରୁ ପାଲାସା-ବିଶାଖାପାଟଣା ଟ୍ରେନ୍‌ ଧକ୍କା ଦେଇଥିବା କୁହାଯାଉଛି। ଫଳରେ ବିଶାଖାପାଟଣା- ରାୟାଗଡ଼ା ଯାତ୍ରୀବାହୀ ଟ୍ରେନ୍ର ତିନୋଟି ବଗି ଭାଙ୍ଗି ଚୁର ମାର ହୋଇଯାଇଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ସେମାନଙ୍କ ଜୀବନକୁ ଭୟ କରି ଏଣେ ତେଣେ ଦୌଡ଼ି ଚାଲିଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ତିନି ମୃତ, ଶତାଧିକ ଯାତ୍ରୀ ଆହତ ହୋଇଥିବା ଖବର ଆସିଛି। ଆହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Share Now:

Kalinga News Beuro

Next Post

କତାର୍‌ରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ନୌସେନା ଅଫିସର୍‌ଙ୍କ ପରିବାରବର୍ଗଙ୍କୁ ଭେଟିଲେ ଏସ୍‌. ଜୟଶଙ୍କର

Mon Oct 30 , 2023
ନୂଆଦିଲ୍ଲୀ: କତାର୍‌ରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ୮ଜଣ ପୂର୍ବତନ ଅଧିକାରୀଙ୍କ ପରିବାରବର୍ଗଙ୍କୁ ଆଜି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭେଟି ସେମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ଭାରତ ସମସ୍ତ ପ୍ରୟାସ ଜାରି ରଖିବ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ‘ଏକ୍ସ୍‌’ କରି ଜୟଶଙ୍କର ଲେଖିଛନ୍ତି, କତାର୍‌ରେ ଅଟକ ଥିବା ୮ଜଣ ଭାରତୀୟଙ୍କ ପରିବାରବର୍ଗଙ୍କୁ ଆଜି ସକାଳେ ଭେଟିଲି। ଏହି ମାମଲାରେ ଭାରତ ସରକାର ସର୍ବାଧିକ ଗରୁତ୍ବାରୋପ […]
ଏସ୍‌. ଜୟଶଙ୍କର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial