ବଣରେ ଖସିପଡ଼ି ଜଳିଗଲା ବିମାନ : କଅଁଳାପିଲା ସମେତ ୧୨ ମୃତ

ବଣରେ ଖସିପଡ଼ି ଜଳିଗଲା ବିମାନ


ବ୍ରାଜିଲ : ରବିବାର ସକାଳେ ବ୍ରାଜିଲ୍‌ର ଆମାଜନ୍‌ ଅଞ୍ଚଳରେ ଏକ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ଗୋଟାଏ କଅଁଳାପିଲା ସମେତ ୧୨ଜଣଙ୍କର ମୃତ୍ୟୁ ଘଟିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏପି’ ରିପୋର୍ଟ କରିଛି। ଉତ୍ତରପଶ୍ଚିମାଞ୍ଚଳ ରାଜ୍ୟ ଆକ୍ରି ସରକାର ଜାରି କରିଥିବା ବିବୃତିରେ ଉ‌ଲ୍ଲେଖ ଅଛି, ଉଡ଼ାଣ କରିବାର ଅଳ୍ପ ସମୟ ମଧ୍ୟରେ ଆକ୍ରି ରାଜ୍ୟର ରାଜଧାନୀ ରିଓ ବ୍ରାଙ୍କୋର ମୁଖ୍ୟ ବିମାନ ବନ୍ଦର ନିକଟରେ ଗୋଟିଏ ଇଞ୍ଜିନ୍‌ବିଶିଷ୍ଟ କସେ୍‌ନା କାରାଭାନ୍‌ ବିମାନ ତଳକୁ ଖସିପଡ଼ିଛି। ବିବୃତିରେ ଉଲ୍ଲେଖ ଅଛି ଯେ, ଘଟଣାସ୍ଥଳରେ ୯ଜଣ ପ୍ରାପ୍ତବୟସ୍କ, ଜଣେ କୋଳଛୁଆ ଏବଂ ବିମାନର ପାଇଲଟ୍‌ ଓ ସହକାରୀ ପାଇଲଟ୍‌ଙ୍କ ସମେତ ୧୨ଜଣଙ୍କର ମୃତ୍ୟୁ ଘଟିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପେରୁ ଓ ବୋଲିଭିଆ ସୀମାକୁ ଲାଗିଥିବା ବ୍ରାଜିଲ୍‌ର ମଫସଲ ଅଞ୍ଚଳରେ ତଳକୁ ଖସି ପଡ଼ିଯିବା ପରେ ବିମାନରେ ନିଆଁ ଲାଗିଯାଇଥିଲା। ବିମାନରେ ଲାଗିଥିବା ନିଆଁ ଗଛବୃଚ୍ଛକୁ ବ୍ୟାପିଯିବା କାରଣରୁ ସେ ଅଞ୍ଚଳରେ ବନାଗ୍ନି ସୃଷ୍ଟି ହୋଇଛି। ମୃତ ବିମାନଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଖପାଖ ଆମାଜନ୍‌ ପ୍ରଦେଶକୁ ଯାଇ ଡାକ୍ତରୀ ଚିକିତ୍ସା କରାଇ ଫେରୁଥିବା ବ୍ୟକ୍ତିବିଶେଷ। ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓରେ ଦେଖାଯାଉଛି ଅରଣ୍ୟ ମଧ୍ୟରେ ଖସିପଡ଼ି ଭାଙ୍ଗିଯାଇଥିବା ବିମାନରେ ନିଆଁ ଜଳୁଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ମଧ୍ୟ ବ୍ରାଜିଲ୍‌ରେ ଗୋଟାଏ ବିମାନ ଦୁର୍ଘଟଣା ଘଟି ୧୪ଜଣଙ୍କର ମୃତ୍ୟୁ ହୋଇଥିଲା। ତୋଫାନ ହେଉଥିବା ବ‌େଳେ ଆମାଜନ୍‌ ନଗରୀ ବାର୍ସିଲସ୍‌ରେ ଉକ୍ତ ବିମାନଟି ଅବତରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Share Now:

Kalinga News Beuro

Next Post

ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଆନ୍ଧ୍ର-ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା

Mon Oct 30 , 2023
ଭୁବନେଶ୍ବର: ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଆନ୍ଧ୍ର-ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା ଘଟଥିବା ଜଣାଯାଇଛି।। ରାୟଗଡ଼ା-ବିଶାଖାପାଟଣା ଲୋକୋ ପାଇଲଟଙ୍କ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ରେଳ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ରେଡ ସିଗନାଲ ପାଇ ଟ୍ରାକ ଉପରେ ଅଟକିଥିଲା ପଲାସା ପାସେଞ୍ଜର। ରାୟଗଡ଼ା- ବିଶାଖାପାଟଣା ପାସେଞ୍ଜରକୁ ମଧ୍ୟ ରେଡ ସିଗନାଲ ଦିଆଯାଇଥିଲା। ହେଲେ ରେଡ ସିଗନାଲକୁ ରାୟଗଡ଼ା ଲୋକୋ ପାଇଲଟ ଅଣଦେଖା କରିଥିଲେ। ଦ୍ରୁତ […]
ମନୁଷ୍ୟକୃତ ତ୍ରୁଟି ଯୋଗୁ ଆନ୍ଧ୍ର-ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା!

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial