ଚିଲିକା ମଝିରେ ଫସିଗଲା ଯାତ୍ରୀବାହୀ ଡଙ୍ଗା

ଚିଲିକା ମଝିରେ ଫସିଗଲା ଯାତ୍ରୀବାହୀ ଡଙ୍ଗା

ଭୁବନେଶ୍ବର: ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିଯାଇଥିଲା। ମଏଁସା ଗାଁ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଫସିଯାଇଥିଲା। ଡଙ୍ଗାରେ ୩୦ ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ୍ ମଧ୍ୟ ଥିଲା। ଡଙ୍ଗାଟି ସକାଳ ସାଢ଼େ ୯ଟାରୁ ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ବାହାରିଥିଲା। ତେବେ ମଏଁସା ନିକଟରେ ଥିବା ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ଡଙ୍ଗାଟି ମଝି ନଈରେ ଫସି ରହିଥିଲା। ତେବେ ଡଙ୍ଗା ଚାଳକ ଆହୁଲା ମାରି ଗାଁ ନିକଟରେ ଥିବା ଏକ କୁଦରେ ଡଙ୍ଗାକୁ ଲଗାଇଥିଲେ।

Share Now:

Kalinga News Beuro

Next Post

ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ୍‌ : ଫସି ରହିଛନ୍ତି ୩୬ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି

Sun Nov 12 , 2023
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଶନିବାର ରାତିରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ିଥିବା ବେଳେ ସେଥିରେ ୩୬ ଜଣ କର୍ମଚାରୀ ଫସି ରହିଥିବା ଆଶଙ୍କା ରହିଛି। ଶ୍ରମିକମାନଙ୍କୁ ଉଦ୍ଧାର କରିବାର ପ୍ରୟାସ ଆରମ୍ଭ ହୋଇଛି। ନେସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍ସ ଫଣ୍ଡ୍‌ (ଏନ୍‌ଡିଆର୍‌ଏଫ୍‌) ଏବଂ ଷ୍ଟେଟ୍‌ ଡିଜାଷ୍ଟର୍‌ ରେସ୍‌ପନ୍ସ ଫଣ୍ଡ୍‌ (ଏସ୍‌ଡିଆର୍‌ଏଫ୍‌) ଟିମ୍‌ ଓ ପୁଲିସ୍‌ ପହଞ୍ଚି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ […]
ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial