ହଟିଲା ବ୍ରହ୍ମକୁମାରୀ ଆଶ୍ରମ ଓ ମହିଳା ସମିତି ଘର:ବାଲୁଙ୍କେଶ୍ୱର ଜଳାଶୟରେ ଜବରଦଖଲ ଘଟଣା

ଭୁବନେଶ୍ୱର: ନୂଆପଲ୍ଲୀ ବେହେରାସାହି ଅଞ୍ଚଳରେ ଥିବା ବାଲୁଙ୍କେଶ୍ୱର ପୋଖରୀରୁ ଆଜି ପୁଣିଥରେ ଜବରଦଖଲ ଉଚ୍ଛେଦ ହୋଇଛି। ବିଡିଏ ଓ ବିଏମସିର ଅଧିକାରୀମାନେ ଆଜି ସେଠାରୁ ବ୍ରହ୍ମକୁମାରୀ ଆଶ୍ରମ ଓ ମହିଳା ସମିତିର ଏକ ଘରକୁ ଉଚ୍ଛେଦ କରିଛନ୍ତି। ପାଖାପାଖି ୩ ଘଣ୍ଟା ଅପରେସନ୍‌ ପରେ ସମସ୍ତ ଘରଗୁଡ଼ିକୁ ଭଙ୍ଗାଯିବା ସହ ଜବରଦଖଲମୁକ୍ତ କରାଯାଇଛି। ଗତକାଲି ସେଠାରେ କେତେକ ନିର୍ମାଣାଧୀନ କୋଠରୀକୁ ଭଙ୍ଗାଯାଇଥିବା ବେଳେ କିଛି ଦିନ ତଳେ ଆଇନଜୀବୀ ସଂଘର ଏକ ଘରକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା। ସେହିପରି ସେଠାରେ ଥିବା ଶନି ମନ୍ଦିରକୁ ଆଗାମୀ ଦିନରେ ଉଚ୍ଛେଦ କରାଯିବ ବୋଲି ବିଡିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପରପକ୍ଷେ ଜଳାଶୟର ପୁନରୁଦ୍ଧାର ଓ ଡ୍ରେନେଜ୍‌ ସମସ୍ୟାର ସମାଧାନ ଦାବିରେ ୫ଦିନ ଧରି ଧାରଣା ଦେଇଥିବା ଯୁବ ଓଡ଼ିଶାର କର୍ମକର୍ତାମାନେ ଉଚ୍ଛେଦ ପରେ ଗତକାଲି ଅନଶନରୁ ଓହରିଥିଲେ। ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ପୁଲିସ ଓ ବିଡିଏର କିଛି ଅଧିକାରୀ ଆନ୍ଦୋଳନକାରୀଙ୍କୁ ୩ଟି ନୂଆ ଡ୍ରେନ ନିର୍ମାଣ କରିବା ସମେତ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ୭ ଏକର ବିଶିଷ୍ଟ ଏହି ଜଳାଶୟକୁ ପୋତି କିଛି ଲୋକ ସେଠାରେ ବେଆଇନ ନିର୍ମାଣ କରିଥିବା ନେଇ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

Share Now:

Kalinga News Beuro

Leave a Reply

Next Post

ମେକ୍ସିକୋ ବିମାନ ଦୁର୍ଘଟଣାରେ ପ୍ରାୟ ୮୦ ଯାତ୍ରୀ ଆହତ

Wed Aug 1 , 2018
ଡ୍ୟୁରାଙ୍ଗୋ/ମେକ୍ସିକୋ: ଉତ୍ତର ମେକ୍ସିକୋରେ କୁଆପଥର ବୃଷ୍ଟି ସମୟରେ ଉଡ଼ାଣ ଆରମ୍ଭ କରିଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିଅାଁ ଲାଗିଯିବାରୁ ଗୁଡ଼ାଏ ଲୋକ ଆହତ ହୋଇଛନ୍ତି ବୋଲି ସମ୍ପୃକ୍ତ ଏୟାର୍‌ଲାଇନ୍‌ ଓ ଯାତ୍ରୀମାନେ ମଙ୍ଗଳବାର ଦିନ କହିଛନ୍ତି। ଡ୍ୟୁରାଙ୍ଗୋ ରାଜ୍ୟପାଳ ଜୋସ୍‌ ରୋଜାସ୍‌ ମିଲେନିଓ ଟେଲିଭିଜନ୍‌ ଚାନେଲ୍‌କୁ କହିଛନ୍ତି, ଯାତ୍ରୀମାନେ କହିଲେ କି, ଅଦ୍ଭୁତ ଢଙ୍ଗରେ ବିମାନ ଆକାଶକୁ ଉଠିବା ସମୟରେ ଦୁର୍ଘଟଣା ଘଟିଲା। ଗୋଟାଏ ବିଲରେ ପଡ଼ି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial