ଅଙ୍ଗ ନଦୀରେ ମାଣ୍ଡିଆଢ଼ିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀଙ୍କ ୧୦୪ କୋଟି ମଞ୍ଜୁର

ଉପକୃତ ହେବେ ଝାରବନ୍ଧ, ପାଇକମାଳ ବ୍ଲକ୍‌ର ଜନସାଧାରଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରକଳ୍ପଟି ହେଉଛି–ଅଙ୍ଗ ନଦୀରେ ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବରଗଡ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ବରଗଡ ଜିଲ୍ଲାର ଝାରବନ୍ଧ ଓ ପାଇକମାଳ ବ୍ଳକ୍‌ର ଜନସାଧାରଣ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ।

Share Now:

Kalinga News Beuro

Next Post

ଅନିଶ୍ଚିତତା ମଧ୍ୟରେ ୪୧ ଶ୍ରମିକଙ୍କ ଭାଗ୍ୟ : ଅଧିକ ସମୟ ଚାଲିପାରେ ଅପରେସନ

Sat Nov 25 , 2023
ଉତ୍ତରକାଶୀ: ଉତ୍ତରକାଶୀରେ ନିର୍ମାଣାଧୀନ ସିଲକ୍ୟାରା ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଦିନକୁ ଦିନ ଅଧିକ କଠିନ ହେବାରେ ଲାଗିଛି। ଆମେରିକା ନିର୍ମିତ ଅଗର ମେସିନ ସଂପୂର୍ଣ୍ଣ ଖରାପ ହୋଇଯିବା ପରେ ସ୍ଥିତି ସଂପୂର୍ଣ୍ଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏପରିକି ଆଉ କେତେ ଦିନ ଅପରେସନ ଚାଲିବ ତାହା କେହି କହିପାରୁନାହାନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ହାଇଦ୍ରାବାଦରୁ ପ୍ଲାଜମା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial