ବରଗଡ଼ ଗସ୍ତରେ ରାଜ୍ୟପାଳ ରଘୁବର ଦାସ : ଗାଡ଼ି ଅଟକାଇ ଚାଷୀଙ୍କ କଥା ଶୁଣିଲେ

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରାରେ ଚାଷୀଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ। ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ। ହେଲେ ପ୍ରଶାସନ ମନା କରିଦେଇଥିଲା। ତେବେ ରାଜ୍ୟପାଳ ଚାଷୀମାନଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି ଚାଷୀମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହ ଆଲୋଚନା କରିଥିଲେ।
ସ୍ଥାନୀୟ ଅଞ୍ଚଳରେ ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଚାଷୀମାନଙ୍କ ସହ ରାଜ୍ୟପାଳ ଆଲୋଚନା କରିଛନ୍ତି। ପରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖା ପକ୍ଷରୁ ୨ଦଫା ଦାବିପତ୍ର ରାଜ୍ୟପାଳଙ୍କୁ ଦିଆଯାଇଥିଲା। ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ରାଜ୍ୟପାଳ କହିଛନ୍ତି। ଅତାବିରାରେ ରାଜ୍ୟପାଳ ଦୁର୍ଗାଶକ୍ତି ଏସଏଚଜିର ୨୦୦ଜଣଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଏହାପରେ ସେ ଗୋବିନ୍ଦପୁରରେ ସ୍ଥାନୀୟ ଅଧିବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ଏବଂ ସମାଧାନ ଲାଗି ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ।

Share Now:

Kalinga News Beuro

Next Post

ଝାରସୁଗୁଡ଼ାରେ ପିଲାଙ୍କୁ ଚକୋଲେଟ୍ ବାଣ୍ଟିଲେ ରାଜ୍ୟପାଳ

Wed Dec 27 , 2023
ଝାରସୁଗୁଡ଼ା: ବୁଧବାର ରାଜ୍ୟପାଳ ରଘୁବର ଦାସ ଦିନିକିଆ ଝାରସୁଗୁଡ଼ା ଗସ୍ତ କରିଛନ୍ତି। ସକାଳ ସାଢ଼େ ୧୦ଟା ବେଳେ ରାଜ୍ୟପାଳ ଶ୍ରୀ ଦାସ ଝାରସୁଗୁଡ଼ା ସର୍କିଟ୍‌ ହାଉସରେ ପହଞ୍ଚିବା ପରେ ୧୦ଟା ୫୦ରେ ଓଏସ୍‌ଏପି ଦ୍ଵିତୀୟ ବାଟାଲିଅନ୍‌ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ରାଜ୍ୟପାଳ ଶ୍ରୀ ଦାସ କୁନି କୁନି ପିଲାଙ୍କ ସହିତ କଥା ହେବା ସହିତ ସେମାନଙ୍କୁ ଚକୋଲେଟ୍ ବାଣ୍ଟିଥିଲେ। ସେଠାରୁ ଦୁର୍ଲ୍ଲଗା ଯାଇ ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial