ଝାରସୁଗୁଡ଼ାରେ ପିଲାଙ୍କୁ ଚକୋଲେଟ୍ ବାଣ୍ଟିଲେ ରାଜ୍ୟପାଳ

ଝାରସୁଗୁଡ଼ା: ବୁଧବାର ରାଜ୍ୟପାଳ ରଘୁବର ଦାସ ଦିନିକିଆ ଝାରସୁଗୁଡ଼ା ଗସ୍ତ କରିଛନ୍ତି। ସକାଳ ସାଢ଼େ ୧୦ଟା ବେଳେ ରାଜ୍ୟପାଳ ଶ୍ରୀ ଦାସ ଝାରସୁଗୁଡ଼ା ସର୍କିଟ୍‌ ହାଉସରେ ପହଞ୍ଚିବା ପରେ ୧୦ଟା ୫୦ରେ ଓଏସ୍‌ଏପି ଦ୍ଵିତୀୟ ବାଟାଲିଅନ୍‌ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ରାଜ୍ୟପାଳ ଶ୍ରୀ ଦାସ କୁନି କୁନି ପିଲାଙ୍କ ସହିତ କଥା ହେବା ସହିତ ସେମାନଙ୍କୁ ଚକୋଲେଟ୍ ବାଣ୍ଟିଥିଲେ। ସେଠାରୁ ଦୁର୍ଲ୍ଲଗା ଯାଇ ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ୧୨ଟା ୨୫ରେ ତାଳପଟିଆ ହାଇସ୍କୁଲ ପରିଦର୍ଶନ କରିବା ସହିତ ସେଠାରେ ଚାଷୀ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ।
ଦିନ ଗୋଟାଏରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସା ବ୍ୟବସ୍ଥା ଓ ରୋଗୀ ସେବା ସଂପର୍କରେ ପଚାରି ବୁଝିଥିଲେ। ଅପରାହ୍ଣ ୩ଟା ୨୦ ମିନିଟ୍‌ରେ ଏଚ୍‌ କଟାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୪ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ପରେ ସର୍କିଟ୍‌ ହାଉସ୍‌କୁ ପ୍ରତ୍ୟାବର୍ତ୍ତନ କରିବେ। ସନ୍ଧ୍ୟା ୫ଟା ୫୫ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ। ରାଜ୍ୟପାଳଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ, ଏସପି ସ୍ମିତ ପରମାର ପି ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ପଦ୍ମପୁର ଜିଲ୍ଲାରେ ନ ମିଶିବା ଦାବିରେ ୧୨ ଘଣ୍ଟିଆ ବିଜେପୁର ବନ୍ଦ

Wed Dec 27 , 2023
ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ମିଶିବେ ନାହିଁ ବୋଲି ବିଜେପୁର ନାଗରିକ କମିଟି ସହ ବିଭିନ୍ନ ସଂଗଠନ ଏକାଠି ହୋଇ ପ୍ରତିବାଦ କରୁଛନ୍ତି। ବିଜେପୁର ବ୍ଲକ ଓ ଏନ-ଏ-ସି ଅଞ୍ଚଳ ସାମିଲ ନ ହେବା ପାଇଁ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial