ନିପା ଭାଇରସ୍ ଟୀକାର ମାନବ ପରୀକ୍ଷଣ କଲା ଅକ୍ସଫୋର୍ଡ ୟୁନିଭରସିଟି

ନୂଆଦିଲ୍ଳୀ: କରୋନା ଭୂତାଣୁ ପରେ ଯଦି କେଉଁଟି ବେଶି ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ ତ ତାହା ହେଉଛି ନିପା। ଏହି ନିପା ଭାଇରସ୍ ପାଇଁ ଟୀକା ପ୍ରସ୍ତୁତ କରିବାକୁ ଅକ୍ସଫୋର୍ଡ ୟୁନିଭରସିଟି କାର୍ଯ୍ୟ ଆରମ୍ଭ ବହୁ ପୂର୍ବରୁ କରି ଦେଇଥିବା ବେଳେ ଏବେ ଖୁସି ଖବର ହସ୍ତଗତ ହୋଇଛି। ସୂଚନା ରହିଛି ଯେ ଅକ୍ସଫୋର୍ଡ ୟୁନିଭରସିଟି ନିପା ଜୀବାଣୁ ବିରୋଧରେ ଏକ ଟୀକା ବାହାର କରିଛି, ଯାହାର ମାନବ ପରୀକ୍ଷଣ ବି ଆରମ୍ଭ ହୋଇସାରିଛି। ଆପଣ ଜାଣନ୍ତି ଯେ ଏହି ଜୀବାଣୁର ଭାରତର କେରଳ ରାଜ୍ୟ ତଥା ଏସିଆର ଅନ୍ୟାନ୍ୟ ଅଞ୍ଚଳରେ ବିସ୍ତାର ଘଟିଥଲା। ଏହି ମାରାତ୍ମକ ଜୀବାଣୁ ପାଇଁ ଏପର୍ଯ୍ୟନ୍ତ କୌଣସି ଟୀକା ବାହାରି ନାହିଁ। ନିପା ଭାଇରସ୍‌କୁ ପ୍ରାୟ ୨୫ ବର୍ଷ ପୂର୍ବେ ମାଲେସିଆରେ ଚିହ୍ନଟ କରାଯାଇଥିଲା। ବାଂଲାଦେଶ, ଭାରତ ଏବଂ ସିଙ୍ଗାପୁରରେ ମଧ୍ୟ ଏହି ଭାଇରସ୍‌ର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଅକ୍ସଫୋର୍ଡ ପରୀକ୍ଷଣରେ ପ୍ରଥମ ଅଂଶଗ୍ରହଣକାରୀମାନେ ଗତ ସପ୍ତାହରେ ଟିକା ଗ୍ରହଣ କରିଥିଲେ। ଆଷ୍ଟ୍ରା ଜେନେକା (ଏଜେଡ୍‌ଏନ୍‌.ଏଲ୍‌) ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଡ୍-୧୯ ଟୀକାରେ ବ୍ୟବହୃତ ଟେକ୍ନୋଲୋଜିକୁ ଆଧାର କରି ଏହାକୁ ତିଆରି କରାଯାଇଛି। ଅକ୍ସଫୋର୍ଡରେ ଅନୁଷ୍ଠିତ ହେବାକୁ ଥିବା ପ୍ରାରମ୍ଭିକ ପର୍ଯ୍ୟାୟ ପରୀକ୍ଷାରେ ୫୧ ରୋଗୀ ଏବଂ ୧୮ ରୁ୫୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଏହି ଟୀକାକରଣର ସୁରକ୍ଷା ଏବଂ ପ୍ରତିରକ୍ଷା ପ୍ରତିକ୍ରିୟା ପରୀକ୍ଷା କରାଯିବ ବୋଲି ବିଶ୍ୱବିଦ୍ୟାଳୟର ପାଣ୍ଡେମିକ୍ ସାଇନ୍ସ ଇନଷ୍ଟିଚ୍ୟୁଟର ମୁଖପାତ୍ର କହିଛନ୍ତି।

Share Now:

Kalinga News Beuro

Next Post

ମଣିପୁରରେ ପୁଣି ହିଂସା ଓ ଗୁଳିକାଣ୍ଡ : ୪ଜଣ ବ୍ୟକ୍ତି ନିଖୋଜ

Thu Jan 11 , 2024
ମଣିପୁର: ମଣିପୁରରେ ପୁଣି ଦେଖାଦେଇଛି ହିଂସାର ପରିବେଶ। ମଣିପୁରର ବିଷ୍ଣୁପୁର ଓ ଥୌବାଲ୍‌ ଜିଲ୍ଲାରେ ଘଟିଛି ଏକ ଭୟଙ୍କର ଗୁଳିକାଣ୍ଡ। ବିଷ୍ଣୁପୁର ଜିଲ୍ଲାର କୁମ୍ଭି ଓ ଥୌବାଏ୍‌ ଜିଲ୍ଲାର ଓାଙ୍ଗୁ ମଧରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି। ସେଠାକୁ ଅଦା ଅମଳ କରିବାକୁ ଯାଇଥିବା ୪ଜଣ ବ୍ୟକ୍ତି ନିଖୋଜ ହୋଇଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଘଟଣାରେ ନିଖୋଜ ହୋଇଥିବା ୪ ଜଣ ବ୍ୟକ୍ତି ହେଲେ ଓଇନାମ ରୋମେନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial