ମଣିପୁରରେ ପୁଣି ହିଂସା ଓ ଗୁଳିକାଣ୍ଡ : ୪ଜଣ ବ୍ୟକ୍ତି ନିଖୋଜ

ମଣିପୁର: ମଣିପୁରରେ ପୁଣି ଦେଖାଦେଇଛି ହିଂସାର ପରିବେଶ। ମଣିପୁରର ବିଷ୍ଣୁପୁର ଓ ଥୌବାଲ୍‌ ଜିଲ୍ଲାରେ ଘଟିଛି ଏକ ଭୟଙ୍କର ଗୁଳିକାଣ୍ଡ। ବିଷ୍ଣୁପୁର ଜିଲ୍ଲାର କୁମ୍ଭି ଓ ଥୌବାଏ୍‌ ଜିଲ୍ଲାର ଓାଙ୍ଗୁ ମଧରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି। ସେଠାକୁ ଅଦା ଅମଳ କରିବାକୁ ଯାଇଥିବା ୪ଜଣ ବ୍ୟକ୍ତି ନିଖୋଜ ହୋଇଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଘଟଣାରେ ନିଖୋଜ ହୋଇଥିବା ୪ ଜଣ ବ୍ୟକ୍ତି ହେଲେ ଓଇନାମ ରୋମେନ ମେଇତେଇ (୪୫), ଅହନତେମ ଦରା ମେତେଇ (୫୬), ଥଉଦାମ ଇବୋମଚା ମେତେଇ (୫୩) ଓ ଥଉଦାମ ଆନନ୍ଦ ମେତେଇ (୨୭)। ଘଟଣାପରେ କୁମ୍ଭି ପୁଲିସ୍ ଥାନାରେ ନିଖୋଜ ଅଭିଯୋଗ ଦାଖଲ ହୋଇଛି। ଏହା ପୂର୍ବରୁ ଜାନୁୟାରି ୧ ତାରିଖରେ କିଛି ଅଜଣା ଓ ସ୍ଥାନୀୟ ଥୌବାଲ୍‌ ଲିଲୋଙ୍ଗ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ମାଡଗୋଳ ଦେଖିବାକୁ ମିଳିଥିଲା। ପୁଲିସ୍‌ କହିବା ଅନୁଯାୟୀ ସେହି ମାଡ଼ଗୋଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।
ଗତବର୍ଷ ମେ ମାସରେ କୁକି ଓ ମେତେଇ ସଂପ୍ରଦାୟ ଲୋକଙ୍କ ଭିତରେ ହୋଇଥିବା ଘଟଣାରେ ୧୮୦ଜଣଙ୍କ ମୃତ୍ୟୁ ହେବାର ଗତ କିଛି ମାସ ଭିତରେ କ୍ରମାଗତ ହିଂସାକାଣ୍ଡ ଘଟିଚାଲିଛି। ରାଜ୍ୟର ପାହାଡିଆ ଜିଲ୍ଲାଗୁଡିକରେ ‘ଆଦିବାସୀ ଏକତା ପଦଯାତ୍ରା’ ଆରମ୍ଭ କରାଯିବା ପରେ ଏସଟି ମାନ୍ୟତା ଦାବିରେ ମେତେଇ ସଂପ୍ରଦାୟଙ୍କୁ ବିରୋଧ ନେଇ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ହିଂସାକାଣ୍ଡ ପୂବରୁ ସଂରକ୍ଷିତ ଜଙ୍ଗଲ ଜମିରୁ କୁକି ଗ୍ରାମବାସୀଙ୍କୁ ଉଚ୍ଛେଦକୁ ନେଇ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା, ଯାହାଫଳରେ ପରେ ଏକାଧିକ ଛୋଟ ଛୋଟ ଆନ୍ଦୋଳନ ଦେଖାଦେଇଥିଲା।

Share Now:

Kalinga News Beuro

Next Post

ମିଳିଲାନି ପିଡିଏସ୍‌ ଚାଉଳ : ଏନ୍‌ଏସି ଅଫିସ୍‌ ଆଗରେ ବିକ୍ଷୋଭ କଲେ ହିତାଧିକାରୀ

Thu Jan 11 , 2024
ବିନିକା: ଯୋଗାଣ ନିରୀକ୍ଷକଙ୍କ ପ୍ରତିଶ୍ରୁତି ପରେ ବି ମିଳିଲାନି ପିଡିଏସ୍‌ ଚାଉଳ। ଫଳରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନ୍‌ଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ହିତାଧିକାରୀମାନେ ବୁଧବାର ସ୍ଥାନୀୟ ଏନ୍‌ଏସି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁସାରେ, ଏହି ୱାର୍ଡର ହିତାଧିକାରୀମାନେ ପିଡିଏସ୍‌ ଚାଉଳ ଠିକ୍‌ ଭାବେ ପାଉନଥିଲେ। ଗତ ୭ ତାରିଖ ଦିନ ୱାଡ଼ସଭ୍ୟା ଆଶାରାଣୀ ପଣ୍ଡା ଏନେଇ ଯୋଗାଣ ନିରୀକ୍ଷକ ପିଙ୍କୁ ଭୋଇଙ୍କୁ ଅଭିଯୋଗ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial