ଷ୍ଟକ ବଜାରରେ କମ୍ପନ : ସେନସେକ୍ସ ୧୬୦୦ ପଏଣ୍ଟ ହ୍ରାସ

୪.୫ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ : ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁଁ ବୁଧବାର ଭାରତୀୟ ଷ୍ଟକବଜାରରେ ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ବିଏସଇ ସେନସେକ୍ସ ପ୍ରାୟ ୧୬୨୮ ପଏଣ୍ଟ ହ୍ରାସ ସହ ୭୧୫୦୦.୭୬ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ଏନଏସଇ ନିଫଟି ୪୬୦ ପଏଣ୍ଟ ହ୍ରାସ ପାଇ ୨୧,୫୭୨ ପଏଣ୍ଟରେ ବନ୍ଦ ହୋଇଛି। ଆଜି କାରବାର ଆରମ୍ଭରେ ସେନସେକ୍ସ ଓ ନିଫଟିରେ ହ୍ରାସ ଦେଖାଦେଇଥିଲା। ଆରମ୍ଭରୁ ସେନସେକ୍ସ ୧୦୦୦ ପଏଣ୍ଟ ହ୍ରାସ ପାଇ ୭୨୦୦୦ ତଳକୁ ଖସିଯାଇଥିବାବେଳେ ସେହିପରି ନିଫ୍ଟି ୨୧,୬୫୦ ତଳକୁ ଖୋଲିଥିଲା। ଏହାପରେ ସାରାଦିନ ଷ୍ଟକ ବଜାରରେ ବ୍ୟାପକ ଅସ୍ଥିରତା ଦେଖିବାକୁ ମିଳିଥିଲା। କେବଳ ଆଇଟି ଷ୍ଟକକୁ ଛାଡ଼ି ଅନ୍ୟ ଷ୍ଟକଗୁଡ଼ିକରେ ହ୍ରାସ ପରଲକ୍ଷିତ ହୋଇଥିଲା। ଅଟୋ, ମେଟାଲ, ଅଏଲ ଏଣ୍ଡ ଗ୍ୟାସ, ରିଅଲିଟି ଷ୍ଟକଗୁଡ଼ିକରେ ହ୍ରାସ ଦେଖାଦେଇଛି। ଏଚଡିଏଫସି ବ୍ୟାଙ୍କ, ଟାଟା ଷ୍ଟିଲ ଆଦି ଷ୍ଟକ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଆଜିର ଏହି ହ୍ରାସ ଫଳରେ ନିବେଶକମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଗତ ଅଧିବେଶନରେ ୩୭୪.୯୫ ଲକ୍ଷ କୋଟି ଟଙ୍କା ଥିବା ବିଏସଇର ବଜାର ପୁଞ୍ଜି ଜାନୁଆରୀ ୧୭ରେ ୩୭୦.୩୯ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ଏହା ଫଳରେ ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତି ୪.୫୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି।

Share Now:

Kalinga News Beuro

Next Post

ବାଘଭୟରେ ଟିସିଏସ୍‌ ଓ ଇନ୍‌ଫୋସିସ୍‌ର କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ ନିର୍ଦ୍ଦେଶ

Wed Jan 17 , 2024
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ଟିସିଏସ୍‌ ଓ ଇନ୍‌ଫୋସିସ୍‌ ପରିସରରେ କଲରାପତରିଆ ବାଘ ବୁଲୁଥିବା ଘଟଣାକୁ ନେଇ ଭୟର ବାତାବରଣ ଖେଳି ଯାଇଛି। ବାରମ୍ବାର କମ୍ପାନି ପରିସରରେ ବାଘ ବୁଲିଥିବା ଘଟଣା ସାମ୍ନାକୁ ଆସିବା ପରେ ଇନଫୋସିସ୍ ଓ ଟିସିଏସ୍ ପକ୍ଷରୁ କର୍ମଚାରୀଙ୍କ ପାଇଁ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ‘ ଇନଫୋସସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାମ) କରିବାକୁ ନିର୍ଦ୍ଦେଶ ଦିଆଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial