ବାଘଭୟରେ ଟିସିଏସ୍‌ ଓ ଇନ୍‌ଫୋସିସ୍‌ର କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ଟିସିଏସ୍‌ ଓ ଇନ୍‌ଫୋସିସ୍‌ ପରିସରରେ କଲରାପତରିଆ ବାଘ ବୁଲୁଥିବା ଘଟଣାକୁ ନେଇ ଭୟର ବାତାବରଣ ଖେଳି ଯାଇଛି। ବାରମ୍ବାର କମ୍ପାନି ପରିସରରେ ବାଘ ବୁଲିଥିବା ଘଟଣା ସାମ୍ନାକୁ ଆସିବା ପରେ ଇନଫୋସିସ୍ ଓ ଟିସିଏସ୍ ପକ୍ଷରୁ କର୍ମଚାରୀଙ୍କ ପାଇଁ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ‘ ଇନଫୋସସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାମ) କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ନିଷ୍ପତ୍ତି ନେବାର ପ୍ରଥମ କାରଣ ହେଲା କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିବାକୁ ଭୟ କରିବେ ନାହିଁ। ଦ୍ଵିତୀୟଟି ହେଲା ଘରେ ରହି କାମ କରିବା ଦ୍ୱାରା କର୍ମଚାରୀଙ୍କୁ ବାଘ ଆକ୍ରମଣର ଭୟ ରହିବ ନାହିଁ। ସେମାନେ ନିର୍ଭୟରେ କାମ କରି ପାରିବେ।
ଟିସିଏସ୍‌ ଓ ଇନ୍‌ଫୋସିସ୍‌ କମ୍ପାନିରେ ପ୍ରାୟ ୧୨ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ପ୍ରତ୍ୟେକ କର୍ମଚାରୀଙ୍କୁ ଅଫିସ କରିଡର୍‌ରେ ବୁଲିବାକୁ ବାରଣ କରାଯିବା ସହିତ ଗତମଙ୍ଗଳବାର ଯେଉଁ କର୍ମଚାରୀମାନେ ସକାଳ ସିଫ୍ଟରେ ଆସିଥିଲେ ସେମା‌ନଙ୍କୁ ଛୁଟି ସମୟ ପୂର୍ବରୁ ଛାଡ଼ି ଦିଆଯାଇଥିଲା। ଏହିସହିତ ରାତି ସିଫ୍ଟର କମର୍ଚାରୀଙ୍କୁ ସନ୍ଧ୍ୟା ପୂର୍ବରୁ ଆସିବାକୁ କୁହାଯାଇଥିଲା। ଇନ୍ଦୋରର ସୁପର କରିଡୋର ଅଞ୍ଚଳରେ ମଙ୍ଗଳବାର ସକାଳ ୧୧ଟାରୁ ୧୨ଟା ମଧ୍ୟରେ ଏକ କଳରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଏକ ଟିମ୍‌ ପହଞ୍ଚି ଉକ୍ତ ବାଘକୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି। ବାଘ ରେସ୍କ୍ୟୁ ଅପରେସନ୍‌ ପୂରଣ ନହେବା ଯାଏଁ ଟିସିଏସ୍‌ ଓ ଇନ୍‌ଫୋସିସ୍‌ ଉଭୟ ସଫ୍ଟଓ୍ୱେୟାର କମ୍ପାନି କିଛି କର୍ମଚାରୀଙ୍କୁ ଅଫିସରୁ ବାହାରକୁ ନ ବାହାରିବା ପାଇଁ ସତର୍କ କରିବା ସହିତ ଅନେକ କର୍ମଚାରୀଙ୍କୁ ମେଲ ଜରିଆରେ ୱାର୍କ ଫର୍ମ ହୋମ ପାଇଁ କହିଛି।

Share Now:

Kalinga News Beuro

Next Post

୧୦ ଲକ୍ଷକୁ ବଢିପାରେ ଆୟୁଷ୍ମାନ ଭାରତ ବୀମାରାଶି

Wed Jan 17 , 2024
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି। ମୋଦି ସରକାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାର ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ବର୍ତ୍ତମାନ ଏହି ବୀମା ରାଶି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ସୂତ୍ରରୁ ପ୍ରକାଶ ଯେ ବୀମାରାଶି ୧୦ ଲକ୍ଷକୁ ବୃଦ୍ଧି ବ୍ୟତିତ ହିତାଧିକାରୀ ସଂଖ୍ୟା ୧୦୦ କୋଟି ବ୍ୟକ୍ତିଙ୍କୁ ବୃଦ୍ଧି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial